Ratha Yatra / ପୁରାତନ ବ୍ୟବସ୍ଥାରେ ଲାଗିବ ପୂର୍ଣ୍ଣଛେଦ, ୪୨ ବର୍ଷ ପରେ ବଦଳିବ ‘ରଥ କୋଡ୍’
·4 months ago·2 min read

Key Points
୧୯୮୩ ମସିହାର ପୁରାତନ ବ୍ୟବସ୍ଥାରେ ଲାଗିବ ପୂର୍ଣ୍ଣଛେଦ
୪୨ ବର୍ଷ ପରେ ବଦଳିବ ରଥ କୋଡ୍
ରଥଯାତ୍ରା ପରିଚାଳନା ପାଇଁ ଏବେ ନୂଆ ରୂପରେ ଆସିବ ‘ରଥ କୋଡ୍’

ରଥଯାତ୍ରା ପରିଚାଳନାରେ ଆସିବ ବଡ଼ ପରିବର୍ତ୍ତନ । ଗତ ଦୁଇ ବର୍ଷର ଅଭିଜ୍ଞତା ଓ ଅଘଟଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ତ୍ରୁଟିଶୂନ୍ୟ ରଥଯାତ୍ରା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ୪୨ ବର୍ଷ ପରେ ସଂଶୋଧିତ ହେବାକୁ ଯାଉଛି ‘ରଥ କୋଡ୍-୧୯୮୩’ । ଭିଡ଼ ନିୟନ୍ତ୍ରଣଠାରୁ ଆରମ୍ଭ କରି AI ବ୍ୟବହାର ଓ ସେବାୟତଙ୍କ ଶୃଙ୍ଖଳା ପର୍ଯ୍ୟନ୍ତ, ସବୁଥିରେ ହେବ ବ୍ୟାପକ ସଂସ୍କାର । ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଣ୍ଟ ।
ରଥଯାତ୍ରା ପରିଚାଳନା ପାଇଁ ଏବେ ନୂଆ ରୂପରେ ଆସିବ ‘ରଥ କୋଡ୍’ । ବର୍ତ୍ତମାନର ସ୍ଥିତିକୁ ଦେଖି ପ୍ରଚଳିତ ବିଧି ବ୍ୟବସ୍ଥାରେ ବ୍ୟାପକ ସଂଶୋଧନ ପାଇଁ ମାନସ ମନ୍ଥନ ଆରମ୍ଭ କରିଛନ୍ତି ସରକାର । ବିଶେଷ କରି କ୍ରାଉଡ୍ ମ୍ୟାନେଜମେଣ୍ଟ, ରଥ ଟଣା, ପହଣ୍ଡି କୌଶଳ ଏବଂ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଏକ ସୁଦୂରପ୍ରସାରୀ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଛି ।
ଗତ ଦୁଇ ବର୍ଷର ପରିଚାଳନାଗତ ତ୍ରୁଟି ସରକାରଙ୍କ ପାଇଁ ଶିକ୍ଷା ସାଜିଛି । ୨୦୨୪ରେ ପହଣ୍ଡି ସମୟରେ ଅଘଟଣ ଓ ପୂର୍ବରୁ ଘଟିଥିବା ଦଳାଚକଟା ପରିସ୍ଥିତିକୁ ନେଇ ସେବାୟତ ମହଲରେ ମଧ୍ୟ ଅସନ୍ତୋଷ ରହିଥିଲା । ତେଣୁ ନୂଆ କୋଡ୍ରେ କେବଳ ବ୍ୟବସ୍ଥା ନୁହେଁ, ବରଂ ଅବହେଳା କରୁଥିବା ଅଧିକାରୀ ଓ ସେବାୟତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ପହଣ୍ଡି ଓ ନୀତି ସମୟରେ କେବଳ ସଂପୃକ୍ତ ସେବକଙ୍କ ଉପସ୍ଥିତିକୁ ବାଧ୍ୟତାମୂଳକ କରିବାକୁ ଦାବି କରିଛନ୍ତି ସେବାୟତ ନିଯୋଗ ।
ଗତବର୍ଷ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦେବା ପରେ ବି ପରିଚାଳନାରେ ତ୍ରୁଟି ଦେଖାଦେଇଥିଲା । ଏବେ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ପ୍ରସ୍ତୁତ ହେଉଥିବା ଏହି ନୂଆ ‘ରଥ କୋଡ୍’ ଆଗାମୀ ରଥଯାତ୍ରାକୁ କେତେ ଶୃଙ୍ଖଳିତ କରୁଛି, ତାହା ଦେଖିବାକୁ ବାକି ରହିଲା ।
ଏଥିସହ ପଢ଼ନ୍ତୁ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଧାର୍ଯ୍ୟ ହେବ ରତ୍ନ ଅଳଙ୍କାର ଗଣତିମଣତିର ସମୟ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories