Road Waterlogging / ରାସ୍ତାରେ ୩-୪ ଫୁଟ୍ର ପାଣି ପ୍ରବାହିତ, ଚିନ୍ତାରେ ଗ୍ରାମବାସୀ
·8 months ago·2 min read

Key Points
ଅନୁଗୁଳ ପୌରାଞ୍ଚଳର ୮ ନମ୍ବର ୱାର୍ଡରେ କୃତ୍ରିମ ବନ୍ୟା
ରାସ୍ତାରେ ୩-୪ ଫୁଟ୍ର ପାଣି ପ୍ରବାହିତ
ଘରୁ ପଦାକୁ ଗୋଡ଼ କାଢିଲେ ଆଣ୍ଠୁଏ ପାଣି
ବାରମ୍ବାର ଅଭିଯୋଗ ସତ୍ତ୍ବେ ଶୁଣୁନି ପୌର ପ୍ରଶାସନ
ରାସ୍ତାରେ ୩-୪ ଫୁଟ୍ର ପାଣି ପ୍ରବାହିତ
ଘରୁ ପଦାକୁ ଗୋଡ଼ କାଢିଲେ ଆଣ୍ଠୁଏ ପାଣି
ବାରମ୍ବାର ଅଭିଯୋଗ ସତ୍ତ୍ବେ ଶୁଣୁନି ପୌର ପ୍ରଶାସନ
କୃତ୍ରିମ ବନ୍ୟାରେ ଅନୁଗୁଳ ପୌରାଞ୍ଚଳର ୮ ନମ୍ବର ୱାର୍ଡ । ନା ଘରୁ ବାହାରି ହେଉଛି ନା ପିଲାଙ୍କୁ ସ୍କୁଲ ଛାଡ଼ି ହେଉଛି । ଘରୁ ବାହାରିଲେ ପାଣି ହିଁ ପାଣି । ଏଭଳି ସମସ୍ୟା ପ୍ରାୟ ୮ ମାସ ହେବ ଲୋକ ଭୋଗୁଛନ୍ତି, ହେଲେ ପୌର ପ୍ରଶାସନ ନିଦା ବିଷ୍ଣୁ। ଏହା କୌଣସି ନଦୀ କୁଳିଆ ଅଞ୍ଚଳର ନୁହଁ । ବରଂ ଅନୁଗୁଳ ପୌରାଞ୍ଚଳର ୮ ନମ୍ବର ୱାର୍ଡରେ ଏଭଳି ସମସ୍ୟା ଦୀର୍ଘ ଦିନ ହେଲା ଲାଗି ରହିଥିବା ବେଳେ, ଏଥିପ୍ରତି ପୌରପାଳିକାର ଧ୍ୟାନ ନାହିଁ । ଲୋକଙ୍କ ଅଭିଯୋଗ ବର୍ଷା ଦିନେ ଘରେ ପାଣି ପଶୁଛି ଆଉ ବାହାରକୁ ବାହାରି ହେଉନି । ଅନ୍ୟ ଦିନଗୁଡ଼ିକରେ ବି ଘରୁ ବାହାରିବା ମୁସ୍କିଲ । ନା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ପାଇଁ କୁଆଡେ ଯାଇ ହେଉଛି ନା ପିଲାଙ୍କୁ ସ୍କୁଲ ଛାଡ଼ି ହେଉଛି I
ଏଥିସହ ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ପାଇଁ ନିର୍ଦ୍ଦେଶନାମା; ୩୦ ପର୍ଯ୍ୟନ୍ତ ମୁଖ୍ୟାଳୟ ଛାଡ଼ିବେ ନାହିଁ ସରକାରୀ କର୍ମଚାରୀ
୮ ନମ୍ବର ୱାର୍ଡ ନିକଟରେ ରହିଛି ହଳଦିଆ କଟା ପୋଖରୀ ଆଉ ଏ ପାଣି ସବୁହେଲା ସେହି ପୋଖରୀର । ପୂର୍ବରୁ ପୋଖରୀର ପାଣି ଅନ୍ୟ ରାସ୍ତାରେ ଥିବା ପାଣି ମାହାରା ଦେଇ ଯାଉଥିଲା । କିନ୍ତୁ ୩ ବର୍ଷ ହେବ ଅଞ୍ଚଳରେ କିଛି ବିଲଡର ସେସବୁ ପାଣି ମାହାରାକୁ ବନ୍ଧ ବାନ୍ଧି ସେଠାରେ ବଡ଼ ବଡ଼ ବିଲଡିଂ ନିର୍ମାଣ କରିଛନ୍ତି । ଫଳରେ ପାଣି ମାହାରା ଗୁଡିକ ଏବେ ବନ୍ଦ । ପାଣି ଯିବାକୁ ରାସ୍ତା ନ ମିଳିବାରୁ ଏବେ ରାସ୍ତା ଦେଇ ପ୍ରବାହିତ ହେଉଛି । ପ୍ରଶ୍ନ ଉଠୁଛି- ବିଲଡିଂ ନିର୍ମାଣ ସମୟରେ ପ୍ଲାନ କିଏ କରୁଛି ଏବଂ ଅନୁମତି କିଏ ଦେଉଛି ।
ବାରମ୍ବାର ଅଭିଯୋଗ ପରେ ବି ଫଳ ଶୂନ । ଦେଖିବାର ଅଛି କେବେ ପୌର ପ୍ରଶାସନ ନିଦରୁ ଉଠୁଛି, ଆଉ ବେଆଇନ ଭାବେ ପାଣି ମାହାରା ବନ୍ଦ କରିଥିବା ବିଲଡରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories