Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Sand MSP Odisha / ବନ୍ଦ ହେବ ବାଲି ମାଫିଆଙ୍କ ମନମାନୀ, ଏଥର ସୁଲଭ ଦରରେ ମିଳିବ ବାଲି

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ବନ୍ଦ ହେବ ବାଲି ମାଫିଆଙ୍କ ମନମାନୀ, ଏଥର ସୁଲଭ ଦରରେ ମିଳିବ ବାଲି

Key Points

ବନ୍ଦ ହେବ ବାଲି ମାଫିଆଙ୍କ ମନମାନୀ
ସାବାଡ ହେବେ ବାଲି ମାଫିଆ
ବାଲିରେ ଲାଗୁ ହେବ MSP
ବନ୍ଦ ହେବ ବାଲି ମାଫିଆଙ୍କ ମନମାନୀ । ସାବାଡ଼ ହେବେ ବାଲି ମାଫିଆ । ବେଆଇନ ଭାବେ ବାଲି ଉତ୍ତୋଳନ କରି କେହି ବିକ୍ରି କରିପାରିବେନି । ବାଲି ପାଇଁ MSP ଲାଗୁ କରିବେ ସରକାର । ଆଉ ମନ ଇଚ୍ଛା ଦର ବଢାଇ ପାରିବେନି ଲିଜ ଧାରୀ । ସରକାର ନିର୍ଦ୍ଧାରିତ କରିଥିବା MSP ଦରରେ ହିଁ ବିକ୍ରି କରିବେ ଲିଜ୍ ଧାରୀ । MSPରୁ ଅଧିକ ଦରରେ କେହି ବାଲି ବିକ୍ରି କରିପାରିବେନି । ସାରା ରାଜ୍ୟରେ ଗୋଟିଏ ଦରରେ ବିକ୍ରି ହେବ ବାଲି । ଦର କମିବା ସହ ଲୋକଙ୍କୁ ସୁଲଭ ମୂଲ୍ୟରେ ମିଳିବ ବାଲି ।

ତେବେ ବାଲି ଖଣି ପାଇଁ ଆଉ ଇ-ଅକ୍ସନ ନୁହେଁ ବରଂ ଇ-ଲଟେରୀ ମାଧ୍ୟମରେ ଲିଜ୍ ଦିଆଯିବ । ଏହା ସହ ଏଣିକି ବାଲି ଗଚ୍ଛିତ କରି ରଖିବା ପାଇଁ ଷ୍ଟୋରେଜ ଲାଇସେନ୍ସ ଦେବେ ସରକାର । ବିନା ଷ୍ଟୋରେଜ ଲାଇସେନ୍ସରେ ବାଲି ଓ ଅନ୍ୟ ଲଘୁ ଖଣିଜ ପଦାର୍ଥ କେହି ବେଆଇନ ଗଚ୍ଛିତ କରି ରଖିପାରିବେ ନାହିଁ । ଗତକାଲି କ୍ୟାବିନେଟ ବୈଠକରେ ଓଡ଼ିଶା ଲଘୁ ଖଣିଜ ରିହାତି ନିୟମ ୨୦୧୬ରେ ସଂଶୋଧନ କରୁଛନ୍ତି । କ୍ୟାବିନେଟ ନିଷ୍ପତି ପରେ ଏ ନେଇ ବଡ଼ ସୂଚନା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଜେନା ।

ଅଧିକ ପଢ଼ନ୍ତୁ: କାହାକୁ ବିଶ୍ୱାସ କରିବା ? ଯିଏ ସାଙ୍ଗ ବୋଲି କହୁଛି ସିଏ ଜୀବନ ବି ନେଉଛି !

ସେପଟେ ଗତ ମଙ୍ଗଳବାର ବାଲି ଓ ମଦ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ କଡ଼ା ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମଙ୍ଗଳବାର ହୋଇଥିବା ଜିଲ୍ଲାପାଳ ଓ ଏସ୍‌ପି ସମ୍ମିଳନୀରେ ସେ କହିଥିଲେ,'ବାଲି ମାଫିଆଙ୍କୁ ସାବାଡ଼ କର । ଖାଲି ବାଲି ମାଫିଆ ନୁହେଁ ଚୋରା ମଦ କାରବାର କରୁଥିବା ଲୋକଙ୍କୁ ବି ଗୋଡ଼େଇ ଗୋଡ଼େଇ ଧର । କାହାରିକୁ ଛାଡ଼ିବା ଦରକାର ନାହିଁ । ଯିଏ ବି ବେଆଇନ କାମ କରୁଛି, ତାକୁ ତୁରନ୍ତ ଧରନ୍ତୁ । ଦରକାର ପଡିଲେ ଡ୍ରୋନ ଟେକ୍ନୋଲୋଜିର ସାହାଯ୍ୟ ନିଅନ୍ତୁ' ।

ମୁଖ୍ୟମନ୍ତ୍ରୀଙ୍କ ଏଭଳି ବୟାନ ପରେ ଚୋରା ମଦ କାରବାର କରୁଥିବା ମଦ ମାଫିଆ ଓ ବାଲି ମାଫିଆଙ୍କ ମହଲରେ ଚହଳ ପଡ଼ିଯାଇଛି । କାହାର ଆଉ ନିସ୍ତାର ନାହିଁ । ଯିଏ ବି ବେଆଇନ କାରବାରରେ ଲିପ୍ତ ଅଛନ୍ତି ସେମାନେ ଏବେ ବେଡ଼ିଂ ପୁଟୁଳି ବାନ୍ଧିବା କଥା ଚିନ୍ତା କରୁଛନ୍ତି ।

ରାଜ୍ୟରେ ଲଘୁ ଖଣିଜ ଚୋରା ଚାଲାଣ ହେଉଛି । ତେଣୁ ମାଫିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଅଧିକାରୀ ମାନଙ୍କୁ ମଧ୍ୟ ସମ୍ପୂର୍ଣ୍ଣ କ୍ଷମତା ଦିଆଯାଇଛି । ଏହାକୁ ସଂଗଠିତ ଅପରାଧ ଶ୍ରେଣୀରେ ବିବେଚନା କରି ଦୃଢ଼ ଆକ୍ସନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କୌଣସି ରାଜନୈତିକ ଚାପର ବଶବର୍ତ୍ତୀ ହୁଅନ୍ତୁ ନାହିଁ ବୋଲି ମଧ୍ୟ ସେ କହିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha Govt Cracks Down on Sand Mafia; MSP to Be Implemented for Sand | Argus News