Videos
|
Odisha

School Closed Today / ବାତ୍ୟା ପରେ ପ୍ରବଳ ବର୍ଷା ସମ୍ଭାବନା; ଆଜି ଏହି ସବୁ ଜିଲ୍ଲାରେ ସ୍କୁଲ ଛୁଟି

Debashree Debasmita Sahoo
Browse all articles by Debashree Debasmita Sahoo
·23 mins ago·2 min read
ବାତ୍ୟା ପରେ ପ୍ରବଳ ବର୍ଷା ସମ୍ଭାବନା; ଆଜି ଏହି ସବୁ ଜିଲ୍ଲାରେ ସ୍କୁଲ ଛୁଟି
School Closed Today

Key Points

ଅଭିଭାବକ ଓ ପାଠ ପଢୁଆ ପିଲାଙ୍କ ପାଇଁ ବଡ଼ ଖବର
ବାତ୍ୟା ପରେ ଆଜି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
ଏହି ସମସ୍ତ ଜିଲ୍ଲାରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ
ଭୁବନେଶ୍ଵର: ବାତ୍ୟା ଅକ୍ଵାନ୍ ବିପଦ ଟଳିଛି । ହେଲେ ଏହା ଏବେ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଫଳରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଣୁ ରାଜ୍ୟର ୫ ଜିଲ୍ଲାରେ ଆଜି ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଛି । ପ୍ରତିକୂଳ ପରିସ୍ଥିତି ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ।

  • ଏହି ୫ ଜିଲ୍ଲାରେ ସ୍କୁଲ ବନ୍ଦ
ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ଦ ରହିବ ସମସ୍ତ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ସହିତ OAV, KV, JNV ଓ ଅଙ୍ଗନୱାଡ଼ି କେନ୍ଦ୍ର । ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ସେହିପରି ବାତ୍ୟା ‘ଅକ୍ଵାନ୍’ ପ୍ରଭାବକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାରେ ବି ଆଜି ସ୍କୁଲ ଛୁଟି ରହିଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା । ପ୍ରାଥମିକରୁ ଉଚ୍ଚ ମାଧ୍ୟମିକ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ । ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲ ପାଇଁ ଲାଗୁ ହେବ ନିର୍ଦ୍ଦେଶ । ବାତ୍ୟା ଓ ପ୍ରବଳ ବର୍ଷା ଆଶଙ୍କାରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ନିଷ୍ପତ୍ତି । ଚିହ୍ନଟ ହୋଇଥିବା ବାତ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବହୃତ ସ୍କୁଲ ଖୋଲା ରହିବ । ଜରୁରୀ ପରିସ୍ଥିତିରେ ସହଯୋଗ ପାଇଁ ଶିକ୍ଷକ ଓ ପ୍ରଧାନଶିକ୍ଷକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ । ୨୧ ନଭେମ୍ବରରେ ସ୍କୁଲ ବନ୍ଦ ନେଇ ଜିଲ୍ଲା ଶିକ୍ଷା ବିଭାଗର ଚିଠି ଜାରି ।

ନଭେମ୍ବର ୨୧ରେ ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରହିବ । ଜିଲ୍ଲାର ପ୍ରାଥମିକଠାରୁ ଉଚ୍ଚ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ବନ୍ଦ ରହିବ । ଏହି ନିର୍ଦ୍ଦେଶ ସମସ୍ତ ପରିଚାଳନାଧୀନ ବିଦ୍ୟାଳୟ ପାଇଁ ଲାଗୁ ହେବ । ତେବେ ସ୍କୁଲ ବନ୍ଦ ରହିଲେ ମଧ୍ୟ ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ ନିଜ ନିଜ ବିଦ୍ୟାଳୟରେ ଉପସ୍ଥିତ ରହି ନିର୍ଦ୍ଧାରିତ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପଢନ୍ତୁ ଏହି ଖବର: ବାତ୍ୟା ଦୁର୍ବଳ, ଓଡ଼ିଶାରୁ ଧୀରେ ଧୀରେ ହଟୁଛି ବିପଦ; ୨୨ରୁ ବଢ଼ିବ ଶୀତ

ବାତ୍ୟା ଅକ୍ଵାନ ଯୋଗୁଁ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି (ନଭେମ୍ବର ୨୧) ଜିଲ୍ଲାର ସମସ୍ତ ଅଙ୍ଗନୱାଡ଼ି, ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଡିଗ୍ରୀ କଲେଜ୍, ଘରୋଇ ଶିକ୍ଷାନୁଷ୍ଠାନ, କୋଚିଂ ଓ ଟ୍ୟୁସନ୍ ସେଣ୍ଟର, କେ.ଭି., ଜେ.ଏନ୍.ଭି., ଓ.ଏ.ଭି. ବନ୍ଦ ରହିବ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନୂଆପଡାରେ ବି ଆଜି ସ୍କୁଲ ଘୋଷଣା କଲେ ନୂଆପଡା ଜିଲ୍ଲାପାଳ ଅନ୍ୟା ଦାସ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା 'ଅକ୍ଵାନ୍'କୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ନୂଆପଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଝଡ଼ ପବନ ହେବାର ସତର୍କ ସୂଚନା ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ଲାଗି ନୂଆପଡ଼ା ଜିଲ୍ଲାରେ ଥିବା ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟ, ମହାବିଦ୍ୟାଳୟ, ପଲିଟେକ୍ନିକ୍ କଲେଜ ଏବଂ ଆଇଟିଆଇ ସମେତ JNV, KV, EMRS ଓ OAVଗୁଡ଼ିକୁ ୨୧ ନଭେମ୍ବର ଦିନ ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି ନୂଆପଡା ଜିଲ୍ଲାପାଳ ଅନନ୍ୟା ଦାସ ।