Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Schools Closed / ପ୍ରବଳ ଖରା ପାଇଁ ଆଉ ୪ ଦିନ ବଢ଼ିଲା ସ୍କୁଲ୍ ଛୁଟି

Sushanta Sahoo
Browse all articles by Sushanta Sahoo
·2 months ago·2 min read
ପ୍ରବଳ ଖରା ପାଇଁ ଆଉ ୪ ଦିନ ବଢ଼ିଲା ସ୍କୁଲ୍ ଛୁଟି
Heatwave: Schools Closed Again

Key Points

ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପ୍ରଶାସନ ପକ୍ଷରୁ ସ୍କୁଲ୍ ଛୁଟି ବୃଦ୍ଧି କରାଯାଇଛି । ଆଉ ୪ ଦିନ ପାଇଁ ସ୍କୁଲ୍‌, ଅଙ୍ଗନୱାଡ଼ି ଓ କଲେଜକୁ ଛୁଟି ଘୋଷଣା କରାଯାଇଛି ।
ବଲାଙ୍ଗିର: ଘରୁ ବାହାରକୁ ବାହାରିଲେ ଗମ୍ ଗମ୍ ହୋଇ ଝାଳ ବୋହୁଛି । ପ୍ରବଳ ଖରାରେ ଦେହ ହାତ ପୋଡ଼ି ଯାଉଛି । ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପ୍ରଶାସନ ପକ୍ଷରୁ ସ୍କୁଲ୍ ଛୁଟି ବୃଦ୍ଧି କରାଯାଇଛି ।

ଆଉ ୪ ଦିନ ପାଇଁ ସ୍କୁଲ୍‌, ଅଙ୍ଗନୱାଡ଼ି ଓ କଲେଜକୁ ଛୁଟି ଘୋଷଣା କରାଯାଇଛି । ୨୫ ତାରିଖ ପର୍ଯ୍ୟନ୍ତ ସ୍କୁଲ୍‌, ଅଙ୍ଗନୱାଡ଼ିକୁ ଛୁଟି ଘୋଷଣା କରିଛନ୍ତି ବଲାଙ୍ଗିର ଜିଲ୍ଲାପାଳ । ଜିଲ୍ଲାରେ ପ୍ରବଳ ଖରା ପାଇଁ ପୂର୍ବରୁ ୨୧ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ ରହିଥିଲା । ଏବେ ଛୁଟିକୁ ଆଉ ୪ ଦିନ ବୃଦ୍ଧି କରାଯାଇଛି ।

ଏଥିସହ ପଢ଼ନ୍ତୁ: ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି; ୨୪ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ଛୁଟି ଘୋଷଣା

ଆଗକୁ ଖରା ବଢ଼ିଲେ ପୁଣି ଅଧିକ ଦିନ ସ୍କୁଲ୍‍, କଲେଜ ବନ୍ଦ ନେଇ ନିଷ୍ପତ୍ତି ନେଇପାରେ ପ୍ରଶାସନ । କେବଳ ବଲାଙ୍ଗିର ନୁହେଁ ଖରା ପାଇଁ ଏକାଧିକ ଜିଲ୍ଲା ପ୍ରଶାସନ ସ୍କୁଲ୍, ଅଙ୍ଗନୱାଡ଼ିକୁ ଛୁଟି ଘୋଷଣା କରିବା ସହ ପୂର୍ବ ସୂଚୀ ଅନୁଯାୟୀ ପରୀକ୍ଷା ଜାରି ରଖିଛନ୍ତି । ଅନଲାଇନ୍‌ରେ କ୍ଲାସ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତାତି ଆଉ ୪ ଦିନ

ସେପଟେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ଆଗାମୀ ୪ ଦିନ ପର୍ଯ୍ୟନ୍ତ ତାତିରୁ ତ୍ରାହି ନାହିଁ । ପଶ୍ଚିମରୁ ଉପକୂଳ ସବୁଠି ଅସହ୍ୟ ଗ୍ରୀଷ୍ମ ପ୍ରବାହ ହେଉଛି । ୨୫ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ।

ଆଗାମୀ ୨୪ ଘଣ୍ଟାରେ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଗରମ ଓ ଗୁଳୁଗୁଳି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।

କାଳବୈଶାଖୀ ସମ୍ଭାବନା

ସେହିଭଳି ବିଜୁଳି ଘଡ଼ଘଡ଼ି ସହ ବଜ୍ରପାତ ଏବଂ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏନେଇ ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲାନଗିରି, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁର ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ ।

ଏଥିସହ ପଢ଼ନ୍ତୁ: ସକାଳୁ ସକାଳୁ ମଣିପୁରରେ ୫.୨ ତୀବ୍ରତାର ଭୂକମ୍ପ ଅନୁଭୂତ

୨୩ରୁ ବଢ଼ିବ ଖରା

୨୩ରୁ ଖରା ଓ ଗରମ ବଢିବ । ଏଥିପାଇଁ ବଲାଙ୍ଗିର, ଅନୁଗୁଳ ଓ ଝାରସୁଗୁଡ଼ା ୩ ଜିଲ୍ଲାକୁ ହିଟ୍‌ୱେଭ ବା ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ଆଲର୍ଟ ଦିଆଯାଇଛି । କଳାହାଣ୍ଜି, ସୁନ୍ଦରଗଡ଼, ବଲାଙ୍ଗିର ଓ ସମ୍ବଲପୁର ଜିଲ୍ଲାରେ ଉଷ୍ମ ରାତି ପରିସ୍ଥିତି ରହିବ ।

ଗତ ୨୪ ଘଣ୍ଟାରେ ପଶ୍ଚିମ ଓଡ଼ିଶା ତାତିର ତାଉରେ ଜଳୁଥିବା ବେଳେ ୧୫ଟି ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ ହୋଇଛି । ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୨.୫ ଡିଗ୍ରୀ ରେକର୍ଡ କରାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha Heatwave: School Holidays Extended by 4 Days in Balangir | Argus News | Argus News