Odisha Schools Closed / ପ୍ରବଳ ବର୍ଷା ଆଶଙ୍କା, ସେପ୍ଟେମ୍ବର ୨୩-୨୪ରେ ବନ୍ଦ ରହିବ ଏହି ସବୁ ଜିଲ୍ଲାର ସମସ୍ତ ସ୍କୁଲ
·43 mins ago·1 min read

Key Points
କୋରାପୁଟ ଓ ରାୟଗଡ଼ାରେ ୨ ଦିନ ସ୍କୁଲ ଛୁଟି
୨୩ ଓ ୨୪ ତାରିଖରେ ସମସ୍ତ ସ୍କୁଲ ଛୁଟି ଘୋଷଣା
ପ୍ରବଳ ବର୍ଷାକୁ ଦୃଷ୍ଟିରେ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ପ୍ରଭାବରେ ଏବେ ସାରା ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଉଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଏକ ଗଭୀର ଅବପାତରେ ପରିଣତ ହୋଇ ୨୩ ସେପ୍ଟେମ୍ବର ରାତିରୁ ୨୪ ସେପ୍ଟେମ୍ବର ଭୋର ମଧ୍ୟରେ ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ–ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବ । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ବଢିବ । ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଦୁଇ ଦିନ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅଧିକ ପଢ଼ନ୍ତୁ: ପ୍ରବଳ ବର୍ଷା ନେଇ ୫ ଜିଲ୍ଲାରେ ସ୍କୁଲ ଛୁଟି... ୭ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍
ସେପ୍ଟେମ୍ବର ୨୩ ଓ ୨୪ ତାରିଖରେ ଏହି ଦୁଇ ଜିଲ୍ଲାର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବନ୍ଦ ରହିବ । ଏହା ସହିତ S&ME ଓ SSD ବିଭାଗ ଅଧୀନସ୍ଥ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAVS), ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟଗୁଡ଼ିକ ମଧ୍ୟ ଏହି ଦୁଇ ଦିନ ବନ୍ଦ ରହିବ ।
ତେବେ ଏହି ସମୟରେ ବିଦ୍ୟାଳୟଗୁଡ଼ିକୁ ଆବଶ୍ୟକତା ଅନୁସାରେ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବ । ଏଥିପାଇଁ ସମସ୍ତ ବିଦ୍ୟାଳୟ ଖୋଲା ରଖିବାକୁ କୁହାଯାଇଛି । ଏହା ସହିତ ସମସ୍ତ ପ୍ରଧାନଶିକ୍ଷକ ଓ ଶିକ୍ଷକମାନଙ୍କୁ ଜରୁରୀ ପରିସ୍ଥିତି ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେମାନେ ନିଜ ମୋବାଇଲ ଫୋନ୍ ସର୍ବଦା ଚାଲୁ ରଖିବା ସହ ଜରୁରୀକାଳୀନ ଫୋନ୍ ଓ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଦାୟିତ୍ୱ ପାଳନ ପାଇଁ ପ୍ରସ୍ତୁତ ରହିବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories