Tech Boost to Odisha / ଓଡ଼ିଶାର ସେମିକଣ୍ଡକ୍ଟର ଯାତ୍ରାରେ ଯୋଡ଼ିହେଲା ନୂଆ ଅଧ୍ୟାୟ; ଦେଶର ପ୍ରଥମ ଅତ୍ୟାଧୁନିକ 3D Glass Solution ପ୍ରକଳ୍ପର ଶିଳାନ୍ୟାସ
·1 hour ago·2 min read

Key Points
- ୨ ହଜାର କୋଟି ନିବେଶରେ ସୃଷ୍ଟି ହେବ ୨,୫୦୦ ନିଯୁକ୍ତି
- ଓଡ଼ିଶା ପାଇଁ ନୂତନ ବିକାଶ ଯୁଗର ଆରମ୍ଭ
ଭୁବନେଶ୍ଵର: ଓଡ଼ିଶାର ଶିଳ୍ପ ବିପ୍ଳବ କ୍ଷେତ୍ରରେ ଏକ ଐତିହାସିକ ସଫଳତା । ସେମିକଣ୍ଡକ୍ଟର ମ୍ୟାନୁଫ୍ୟାକ୍ଚରିଂ କ୍ଷେତ୍ରରେ ବିଶ୍ୱର ପ୍ରମୁଖ ସଂସ୍ଥା ‘3D Glass Solution’ ଏବେ ଓଡ଼ିଶାରେ । ଖୋର୍ଦ୍ଧା ଇନ୍ଫୋ ଭ୍ୟାଲିରେ ଦେଶର ପ୍ରଥମ ଅତ୍ୟାଧୁନିକ ଗ୍ଲାସ୍ ସବ୍ଷ୍ଟ୍ରେଟ୍ ପ୍ୟାକେଜିଂ ୟୁନିଟ୍ର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
୨ ହଜାର କୋଟି ଟଙ୍କାର ଏହି ପ୍ରକଳ୍ପ ଓଡ଼ିଶାକୁ ବିଶ୍ୱ ଟେକ୍ନୋଲୋଜି ମାନଚିତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ଦେବା ସହ ହଜାର ହଜାର ଯୁବକଯୁବତୀଙ୍କ ପାଇଁ ନିଯୁକ୍ତିର ନୂଆ ଦିଗ ଉନ୍ମୋଚନ କରିବ ଷ ଓଡ଼ିଶାର ଶିଳ୍ପ ବିପ୍ଳବ ଯାତ୍ରାରେ ଯୋଡ଼ି ହୋଇଛି ଆଉ ଏକ ଐତିହାସିକ ଅଧ୍ୟାୟ । ଖୋର୍ଦ୍ଧା ଇନ୍ଫୋ ଭ୍ୟାଲିରେ ପ୍ରତିଷ୍ଠିତ ସେମିକଣ୍ଡକ୍ଟର ସଂସ୍ଥା 3D Glass Solutionର ଅତ୍ୟାଧୁନିକ ଗ୍ଲାସ୍ ସବ୍ଷ୍ଟ୍ରେଟ୍ ପ୍ୟାକେଜିଂ ୟୁନିଟ୍ ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ।
ଏଥିସହ ପଢ଼ନ୍ତୁ: ଭାଙ୍ଗିଗଲା ୯୨୬ ପରିବାରର ସ୍ୱପ୍ନ; ବିଶ୍ଵାସରେ ବିଷ ଦେଲେ ଦଲାଲ, ପ୍ରଶାସନ ବୁଲାଇଲା ବୁଲଡୋଜର୍
ପ୍ରକଳ୍ପରୁ ବର୍ଷକୁ ୭୦ ହଜାର ପ୍ୟାନେଲ ଓ ୧୩,୩୦୦ ଥ୍ରୀଡିଏଚଆଇ ମଡ୍ୟୁଲ ଉତ୍ପାଦନ ଲକ୍ଷ୍ୟ ଥିବା ବେଳେ ଗ୍ଲାସ ସବଷ୍ଟେରଟ ଆଧାରିତ ସେମିକଣ୍ଡକ୍ଟର ପ୍ୟାକେଜିଂ ଟେକ୍ନୋଲୋଜି ଓ ସେମିକଣ୍ଡକ୍ଟର ଫାବ୍ରିକେସନ ୟୁନିଟ ଓ ଥ୍ରୀଡି ଚିପ ପ୍ୟାକେଜିଂ କ୍ଷେତ୍ରରେ ଦେଶରେ ପ୍ରଥମ ହୋଇଛି । ଏଠାରୁ ଯେଉଁ ଚିପ୍ ଉତ୍ପାଦନ ହେବ ତାକୁ ଏରୋସ୍ପେସ୍, ପ୍ରତିରକ୍ଷା, ଏଆଇ, ୫-ଜି ଟେକ୍ନୋଲୋଜି ଓ ଡାଟା ସେଣ୍ଟରରେ ବ୍ୟବହାର କରାଯିବ ।
୨ ହଜାର କୋଟି ନିବେଶରେ ହେବାକୁ ଥିବା ଏହି ଶିଳ୍ପ ଦ୍ୱାରା ପ୍ରାୟ ୨୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶା ଖୁବ ଶୀଘ୍ର ଟେକ୍ନୋଲୋଜି ହବ୍ ହେବ । ଏହା ପଛରେ ରହିଛି ୫ଟି ମୁଖ୍ୟ କାରଣ ।
୧- ପ୍ରଚୁର ପ୍ରାକୃତିକ ସମ୍ପଦ । ଯାହା ଶିଳ୍ପ ଓ ଟେକ୍ନୋଲୋଜି ପାଇଁ ମଜଭୁତ ଆଧାର ।
୨- ବିଶ୍ୱସ୍ତରୀୟ ଭିତ୍ତିଭୂମି, ଇଣ୍ଡଷ୍ଟ୍ରି ଓ ଆଇଟି ସେକ୍ଟର ପାଇଁ ସୁବିଧାଜନକ ପରିବେଶ ।
୩- ଯୁବ ଶକ୍ତିର ଦକ୍ଷତା । ସ୍କିଲ୍ଡ ମ୍ୟାନପାୱର ଓଡ଼ିଶାର ବଡ଼ ଶକ୍ତି ।
୪ - ଯୋଗାଯୋଗ ବ୍ୟବସ୍ଥା । ରେଳ, ସଡ଼କ ଓ ଡିଜିଟାଲ କନେକ୍ଟିଭିଟି ଦ୍ରୁତ ଗତିରେ ବଢ଼ୁଛି ।
୫- ରେସପନସିଭ୍ ଗଭର୍ଣ୍ଣାନ୍ସ । ନିବେଶକଙ୍କ ପାଇଁ ସରକାରଙ୍କ ସହଜ ଓ ସକ୍ରିୟ ନୀତି ।
ଏଥିସହ ପଢ଼ନ୍ତୁ: ଅପହରଣକୁ ୫ ଦିନ, ବାହାର ରାଜ୍ୟରେ ଛାନଭିନ୍ ସତ୍ତ୍ଵେ ମିଳୁନି ପ୍ଲଟ୍ ବ୍ୟବସାୟୀଙ୍କ ପତ୍ତା
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କହିଛନ୍ତି ଗ୍ଲାସ୍ ସବ୍ ଷ୍ଟ୍ରେଟ ପ୍ୟାକେଜିଂ ଟେକ୍ନୋଲୋଜି ସେମିକଣ୍ଡକ୍ଟର ଶିଳ୍ପର ଭବିଷ୍ୟତ । ଏହି ପ୍ରକଳ୍ପ ଦ୍ବାରା ଓଡ଼ିଶା ପାଇଁ ଏକ ନୂଆ ବିକାଶ ଯୁଗର ଆରମ୍ଭ ହୋଇଛି ।
ଓଡ଼ିଶାରେ ଆରମ୍ଭ ହୋଇଛି ଦ୍ଵିତୀୟ ଶିଳ୍ପ ବିପ୍ଳବ । ୧୬ଟି ସେକ୍ଟରରେ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କାର MoU ସ୍ୱାକ୍ଷର ହୋଇ ସାରିଛି । ଏବେ ଏହି ପ୍ରକଳ୍ପ ଓଡ଼ିଶାକୁ ବିଶ୍ୱ ଟେକ୍ ମ୍ୟାପରେ ନୂଆ ପରିଚୟ ଦେବ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଉପସ୍ଥିତ ଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories