Videos
|
Odisha

Odisha Semiconductor Hub / ସେମିକଣ୍ଡକ୍ଟର ହବ୍ ହେବ ଓଡ଼ିଶା; ଦିଲ୍ଲୀ ଯଶୋଭୂମିରେ ‘ଓଡ଼ିଶା ପାଭିଲିଅନ୍‌’ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ସେମିକଣ୍ଡକ୍ଟର ହବ୍ ହେବ ଓଡ଼ିଶା; ଦିଲ୍ଲୀ ଯଶୋଭୂମିରେ ‘ଓଡ଼ିଶା ପାଭିଲିଅନ୍‌’ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
Odisha Semiconductor Hub

Key Points

ସେମିକନ୍ ଇଣ୍ଡିଆ ୨୦୨୬ରେ ଓଡ଼ିଶାର ଶକ୍ତି ପ୍ରଦର୍ଶନ
ସେମିକଣ୍ଡକ୍ଟର ହବ୍ ହେବ ଓଡ଼ିଶା
୧୧ ହଜାର କୋଟିର ୫ଟି ପ୍ରକଳ୍ପକୁ ମଞ୍ଜୁରୀ
ନୂଆଦିଲ୍ଲୀ: ଓଡ଼ିଶା ଆଡ଼କୁ ଏବେ ଛୁଟୁଛି ନିବେଶର ସୁଅ । ଆବୁଧାବି ପରେ ଦିଲ୍ଲୀ ସେମିକନ୍ ଇଣ୍ଡିଆ ୨୦୨୬ ମଞ୍ଚରେ ନିଜର ଶକ୍ତି ଦେଖାଇଛି ଓଡ଼ିଶା । ସେମିକଣ୍ଡକ୍ଟର ଶିଳ୍ପ କ୍ଷେତ୍ରରେ ରାଜ୍ୟ ଏକ ନୂଆ ପରିଚୟ ପାଇବାକୁ ଯାଉଥିବା ବେଳେ, ଦିଲ୍ଲୀ ଯଶୋଭୂମିରେ ଓଡ଼ିଶା ଷ୍ଟଲ୍‌ର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଓଡ଼ିଶାର ଏହି ଅଗ୍ରଗତିକୁ ପ୍ରଶଂସା କରିଛନ୍ତି । ସେପଟେ ବିଗତ ୨ ବର୍ଷର ପୁଞ୍ଜିନିବେଶ ଓ ନିଯୁକ୍ତିର ତାଲିକା ଗଣାଇ ବିରୋଧୀ ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ।

  • ୧୧ ହଜାର କୋଟିର ୫ଟି ପ୍ରକଳ୍ପକୁ ମଞ୍ଜୁରୀ
ଏହି ମଞ୍ଚରେ ରାଜ୍ୟର ସେମିକଣ୍ଡକ୍ଟର ମାନୁଫାକ୍ଚରିଂ, ଚିପ୍ ଡିଜାଇନ୍, ଏବଂ ଆଡଭାନ୍ସଡ୍ ପ୍ୟାକେଜିଂର ସୁଯୋଗକୁ ପ୍ରଦର୍ଶିତ କରାଯାଇଛି । ୟୁରୋପ, ଜାପାନ ଓ ଦକ୍ଷିଣ କୋରିଆର ନିବେଶକଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, "ଓଡ଼ିଶାକୁ ସେମିକଣ୍ଡକ୍ଟର ହବ୍ କରିବା ଆମର ମୁଖ୍ୟ ଲକ୍ଷ୍ୟ। କଟକ ନରାଜ ନିକଟରେ ୮୭୧ ଏକର ଜମିରେ ଗଢ଼ିଉଠିବ ‘Odisha Silicon Valley’। ରାଜ୍ୟରେ ୧୧ ହଜାର କୋଟି ଟଙ୍କାର ୫ଟି ସେମିକଣ୍ଡକ୍ଟର ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବା ବେଳେ, ଏହାଦ୍ୱାରା ୪,୫୦୦ ପ୍ରତ୍ୟକ୍ଷ ଓ ୧୬ ହଜାରରୁ ଅଧିକ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ ।

  • ବିଜେଡିକୁ ଶିଳ୍ପମନ୍ତ୍ରୀଙ୍କ କଡ଼ା ଜବାବ
ଅନ୍ୟପଟେ, ବିଜେଡି ଅଭିଯୋଗର ଜବାବ ଦେଇ ରାଜ୍ୟ ସରକାରଙ୍କ ୨ ବର୍ଷର ସଫଳତା ଗଣାଇଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ । ସେ କହିଛନ୍ତି, "ଆମ ସରକାର ୨ ବର୍ଷରେ ୧୦ ଲକ୍ଷ କୋଟି ଟଙ୍କାର ନିବେଶ ଅନୁମୋଦନ ଦେବା ସହ ୩ ଲକ୍ଷ ୧୨ ହଜାର କୋଟି ଟଙ୍କାର ୧୯୧ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ବିଜେଡି ୧୦ ବର୍ଷରେ ମାତ୍ର ୩.୧୦ ଲକ୍ଷ କୋଟିର ଶିଳାନ୍ୟାସ କରିଥିଲା । ଆବୁଧାବି ଗସ୍ତ ସହ 'ଉତ୍କର୍ଷ ଓଡ଼ିଶା', ଦିଲ୍ଲୀ, ହାଇଦ୍ରାବାଦ, କୋଲକାତା ଓ ଗୁଜୁରାଟ ରୋଡ୍‌ଶୋରୁ ଲକ୍ଷାଧିକ କୋଟିର ନିବେଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ତେଣୁ ବିଜେଡି କେବଳ ରାଜନୈତିକ ହତାଶାରୁ ଲୋକଙ୍କୁ ଭ୍ରମିତ କରୁଛି ।"

ପଢନ୍ତୁ ଏହି ଖବର: ଭାରତ ପାଲଟିବ ସେମିକଣ୍ଡକ୍ଟରର ବୈଶ୍ବିକ କେନ୍ଦ୍ର, ‘ସେମିକନ୍ ଇଣ୍ଡିଆ ୨୦୨୬’ର ଉଦ୍‌ଘାଟନ କଲେ ମୋଦି

ତେବେ ୨୦୩୬ ବିକଶିତ ଓଡ଼ିଶା ଭିଜନ୍ ଡକ୍ୟୁମେଣ୍ଟରେ ଶିଳ୍ପାୟନକୁ ପ୍ରାଥମିକତା ଦିଆଯାଇଛି । ଆଉ ସେମିକଣ୍ଡକ୍ଟର କ୍ଷେତ୍ରରେ ଓଡ଼ିଶାର ଏହି ଅଗ୍ରଗତି ରାଜ୍ୟ ପାଇଁ ଏକ ନୂଆ ଯୁଗର ଶୁଭାରମ୍ଭ କରୁଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: