Odisha Sharecroppers law / ଖୁବଶୀଘ୍ର ଆସିପାରେ ଭାଗଚାଷୀ ଆଇନ ! ମୁଖ୍ୟମନ୍ତ୍ରୀ ଦେଲେ ସଂକେତ
·7 months ago·2 min read

Key Points
ଖୁବଶୀଘ୍ର ଆସିପାରେ ଭାଗଚାଷୀ ଆଇନ !
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦେଲେ ସଂକେତ
ରାଜସ୍ଵ ବିଭାଗକୁ ବିଚାର କରିବା ପାଇଁ କହିଲେ ମୁଖ୍ୟମନ୍ତ୍ରୀ

ଭାଗ ଚାଷୀଙ୍କ ପାଇଁ ନୂଆ ଆଇନ ଆଣିପାରନ୍ତି ନୂଆ ସରକାର । ଏନେଇ ସଂକେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜସ୍ୱ ବିଭାଗର ଉପନିବନ୍ଧନ କାର୍ଯ୍ୟାଳୟ ଉଦଘାଟନ ଅବସରରେ ଭାଗ ଚାଷୀଙ୍କୁ ଆଇନଗତ ସୁରକ୍ଷା ଦେବାକୁ ରାଜସ୍ୱ ମନ୍ତ୍ରୀଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଭାଗଚାଷୀଙ୍କ ପାଇଁ ନୂଆ ଆଇନ ଆଣିପାରନ୍ତି ନୂଆ ସରକାର । ଏନେଇ ସଂକେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜସ୍ୱ ବିଭାଗର ଉପନିବନ୍ଧନ କାର୍ଯ୍ୟାଳୟ ଉଦଘାଟନ ଅବସରରେ ଭାଗ ଚାଷୀଙ୍କୁ ଆଇନଗତ ସୁରକ୍ଷା ଦେବାକୁ ରାଜସ୍ୱ ମନ୍ତ୍ରୀଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ସିଂହ ଭାଗ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଭାଗ ଚାଷ କରନ୍ତି । ତେଣୁ ଭାଗ ଚାଷୀ ଓ ଜମି ମାଲିକ ସଂପର୍କରେ ସଂସ୍କାର ଆଣିବା ଆବଶ୍ୟକ ।
ଭାଗ ଚାଷୀଙ୍କ ଆଇନଗତ ଅଧିକାର ନ ଥିବାରୁ ସେମାନେ ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚିତ ହେବା ଦୁର୍ଭାଗ୍ୟଜନକ । ଅନ୍ୟପଟେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଭାଗ ଚାଷୀ ଆଇନ ପ୍ରସଙ୍ଗରେ କୃଷି ବିଭାଗ, ସମବାୟ ବିଭାଗ ଏବଂ ଭାଗ ଚାଷୀ ମାନଙ୍କ ସହିତ ଆଲୋଚନା ହୋଇଛି । ଆଗକୁ ବିଭିନ୍ନ ଷ୍ଟେକ୍ ହୋଲଡରଙ୍କ ସହିତ ଆଲୋଚନା କରାଯିବ । ପୂର୍ବ କମିଟି ରିପୋର୍ଟକୁ ଅନୁଧ୍ୟାନ କରାଯାଉଛି । ବାହାର ରାଜ୍ୟର ଆଇନକୁ ବି ଅନୁଧ୍ୟାନ କରାଯାଉଛି ବୋଲି କହିଛନ୍ତି ରାଜସ୍ଵ ମନ୍ତ୍ରୀ ।
ବିଧାନସଭାରୁ ମିଳିଥିବା ତଥ୍ୟ ଅନୁସାରେ , ୨୦୧୫-୧୬ କୃଷି ଗଣନା ଅନୁସାରେ ରାଜ୍ୟରେ ଅଛନ୍ତି ୯ ଲକ୍ଷ ୫ ହଜାର ୧୮୪ ଜଣ ଭାଗ ଚାଷୀ । ସାମ୍ପ୍ରତିକ ସ୍ଥିତିରେ ରାଜ୍ୟର ପାଖାପାଖି ଅଧା ଜମି ଭାଗରେ ଚାଷ ହେଉଛି । ଜମି ମାଲିକଙ୍କ ସହ ମୌଖିକ ବୁଝାମଣା ବା ସର୍ତ୍ତରେ ବର୍ଷ ବର୍ଷ ଧରି ଚାଷ କରୁଛନ୍ତି ଭାଗଚାଷୀ । ଆଉ ଅମଳ ଫସଲର ନିର୍ଦ୍ଦିଷ୍ଟ ପରିମାଣ କିମ୍ବା ଅର୍ଥ ଜମି ମାଲିକ ଓ ଭାଗ ଚାଷୀଙ୍କ ମଧ୍ୟରେ ବଣ୍ଟା ହୁଏ । କିନ୍ତୁ କୌଣସି ଆଇନ ନଥିବାରୁ ଏବଂ ଭାଗ ଚୀଷୀ ପାଖରେ ଜମିର ରେକର୍ଡ ନଥିବାରୁ ବ୍ୟାଙ୍କ ଋଣ, ଫସଲ ବୀମା, ସବସିଡି ଓ କ୍ଷତିପୂରଣ ମିଳୁନି । ଅନ୍ୟପଟେ ଖୁବଶୀଘ୍ର ଆଇନ ପ୍ରଣୟନ କରିବା ପାଇଁ ଦାବି କରିଛନ୍ତି ଭାଗ ଚାଷୀ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦେଖନ୍ତୁ ଏହି ଖବର: ପୁରୀରେ ଭାରତୀୟ ମଜଦୂର ସଂଘର ସର୍ବଭାରତୀୟ ସମ୍ମିଳନୀ ଉଦଘାଟନ କରିଛନ୍ତି ଶ୍ରମ ମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ
ଭାଗଚାଷୀଙ୍କୁ ଅଧିକାର ଦେବାକୁ ବିଜେଡି ସରକାର ୨୦୧୧ରୁ ଆରମ୍ଭ କରିଥିଲେ ପ୍ରକିୟା । ୨୦୧୭ ଜୁନ୍ ୧ରେ ସରକାର ଭାଗଚାଷୀଙ୍କ ଅଧିକାର ପାଇଁ ୫ ବିଭାଗର ମନ୍ତ୍ରୀଙ୍କୁ ନେଇ ଗଠନ କରିଥିଲେ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି । ୧୪ ଦିନ ଭିତରେ କମିଟି ରିପୋର୍ଟ ଦେବା କଥା । ହେଲେ କମିଟି ବାରମ୍ବାର ବୈଠକ କରିବା ପରେ ବି ବାହାରିଲା କୌଣସି ନିଷ୍କର୍ସ । ୨୦୧୯ ନିର୍ବାଚନ ଜିତିବା ପରେ ବି ଭାଗ ଚାଷୀଙ୍କ କଥା ଭୁଲି ଗଲେ ପୂର୍ବ ସରକାର । ଏବେ ଅପେକ୍ଷା ବିଜେପି ସରକାର ଭାଗଚାଷୀଙ୍କୁ ଦେବେ କି ସେମାନଙ୍କର ହକ୍ ?

Related Topics
Explore more stories