Rituparna Panda / ଚମକିଲେ ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା; ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ବ୍ୟାକ୍-ଟୁ-ବ୍ୟାକ୍ ପଦକ
·2 hours ago·2 min read

Key Points
ତେଲେଙ୍ଗାନା ଇଣ୍ଡିଆ ଇଣ୍ଟରନ୍ୟାସନାଲ ଚ୍ୟାଲେଞ୍ଜ
ପଦକ ଜିତିଲେ ଓଡ଼ିଶା ଝିଅ ଋତୁପର୍ଣ୍ଣା ପଣ୍ଡା
ବ୍ୟାକ୍-ଟୁ-ବ୍ୟାକ୍ ବ୍ରୋଞ୍ଜ ପଦକ ହାତେଇଲେ
ପଦକ ଜିତିଲେ ଓଡ଼ିଶା ଝିଅ ଋତୁପର୍ଣ୍ଣା ପଣ୍ଡା
ବ୍ୟାକ୍-ଟୁ-ବ୍ୟାକ୍ ବ୍ରୋଞ୍ଜ ପଦକ ହାତେଇଲେ
ହାଇଦ୍ରାବାଦ: ଖେଳ ପଡ଼ିଆରେ ଓଡ଼ିଶା ଝିଅଙ୍କ କମାଲ । ବ୍ୟାଡମିଣ୍ଟନ କୋର୍ଟରୁ ଓଡ଼ିଶା ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଅନ୍ତର୍ଜାତୀୟ ସ୍ତରରେ ପୁଣି ଚମକିଛନ୍ତି ଓଡ଼ିଶାର ଷ୍ଟାର୍ ସଟଲର୍ ଋତୁପର୍ଣ୍ଣା ପଣ୍ଡା । ଗୋଟିଏ କି ଦୁଇଟି ନୁହେଁ, ବ୍ୟାକ୍-ଟୁ-ବ୍ୟାକ୍ ଦୁଇ ଦୁଇଟି ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି ଋତୁପର୍ଣ୍ଣା । ସାଥୀ ଖେଳାଳି ବିରାଜ କୁଭାଲେଙ୍କ ସହ ମିକ୍ସଡ୍ ଡବଲ୍ସ ଇଭେଣ୍ଟରେ ସେ ଏହି ସଫଳତା ହାସଲ କରିଛନ୍ତି ।
ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ସର୍କିଟ୍ରେ ଜାରି ରହିଛି ଓଡ଼ିଶା ସଟଲର୍ ଋତୁପର୍ଣ୍ଣା ପଣ୍ଡାଙ୍କ ଜବରଦସ୍ତ ପ୍ରଦର୍ଶନ। ନିକଟରେ ଶେଷ ହୋଇଥିବା ଦୁଇଟି ବଡ଼ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ କ୍ରମାଗତ ଦୁଇଟି ବ୍ରୋଞ୍ଜ ପଦକ ଜିତିଛନ୍ତି ଋତୁପର୍ଣ୍ଣା । ଅକ୍ଟୋବର ୨୭ରୁ ନଭେମ୍ବର ୧ ପର୍ଯ୍ୟନ୍ତ ଚାଲିଥିବା ପ୍ରସିଦ୍ଧ 'କେବିଏ ଡାଇମଣ୍ଡ ଜୁବିଲି ଇଣ୍ଡିଆ ଇଣ୍ଟରନ୍ୟାସନାଲ ଚ୍ୟାଲେଞ୍ଜ'ରେ ପ୍ରଥମେ ବ୍ରୋଞ୍ଜ ପଦକ କବଜା କରିଥିଲା ଏହି ଯୋଡ଼ି । ଏହାର ତୁରନ୍ତ ପରେ ଚଳିତ ନଭେମ୍ବର ୩ରୁ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ 'ତେଲେଙ୍ଗାନା ଇଣ୍ଡିଆ ଇଣ୍ଟରନ୍ୟାସନାଲ ଚ୍ୟାଲେଞ୍ଜ'ରେ ମଧ୍ୟ ନିଜର ଶ୍ରେଷ୍ଠ ଫର୍ମ ବଜାୟ ରଖି ଦ୍ୱିତୀୟ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।
ଦ୍ୱିତୀୟ ବ୍ରୋଞ୍ଜ ପଦକର ମ୍ୟାଚ୍: ହାଇଦ୍ରାବାଦରେ ନଭେମ୍ବର ୭ରେ ଖେଳାଯାଇଥିବା ସେମିଫାଇନାଲ୍ରେ ଋତୁପର୍ଣ୍ଣା ଓ ବିରାଜଙ୍କୁ ଋଷିଆର ରୋଡିଅନ୍ ଅଲିମୋବ୍ ଓ ଅଲିନା ଡାଭଲେଟୋଭାଙ୍କ ଯୋଡ଼ି ୧୬-୨୧, ୧୬-୨୧ରେ ପରାସ୍ତ କରିଥିଲେ । ଉଭୟ ପ୍ରତିଯୋଗିତାରେ ସେମିଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚିବା ଫଳରେ ଏହି ଯୋଡ଼ି ଦୁଇଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।
ପଢନ୍ତୁ ଏହି ଖବର: ମାତ୍ର ୭ ରନ୍ କରି ବି ଇତିହାସ ରଚିଲେ ବିରାଟ କୋହଲି, ଭାଙ୍ଗିଲେ ପଣ୍ଟିଂଙ୍କ ରେକର୍ଡ

- ବ୍ୟାକ୍-ଟୁ-ବ୍ୟାକ୍ ମେଡାଲ୍

- ଓଡ଼ିଶା ବ୍ୟାଡମିଣ୍ଟନ ଜଗତ ପାଇଁ ଖୁସି ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories