Virat Kohli ODI Record / ମାତ୍ର ୭ ରନ୍ କରି ବି ଇତିହାସ ରଚିଲେ ବିରାଟ କୋହଲି, ଭାଙ୍ଗିଲେ ପଣ୍ଟିଂଙ୍କ ରେକର୍ଡ
·1 hour ago·2 min read

Key Points
୭ ରନ୍ରେ ବିରାଟଙ୍କ ବଡ଼ କାରନାମା
ଛୋଟ ଇନିଂସ, ବଡ଼ ରେକର୍ଡ
ନ୍ୟୁଜିଲାଣ୍ଡ ବିପକ୍ଷରେ କୋହଲି No-1
ଛୋଟ ଇନିଂସ, ବଡ଼ ରେକର୍ଡ
ନ୍ୟୁଜିଲାଣ୍ଡ ବିପକ୍ଷରେ କୋହଲି No-1
ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ୱିତୀୟ ଦିନିକିଆରେ ମାତ୍ର ୭ ରନ୍ କରି ଇତିହାସ ରଚିଛନ୍ତି ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି । ଯଦିଓ ଏହି ମ୍ୟାଚ୍ରେ କୋହଲିଙ୍କ ବ୍ୟାଟ୍ରୁ ବଡ଼ ଇନିଂସ ଦେଖିବାକୁ ମିଳିନଥିଲା, ତଥାପି ସେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ଏକ ବଡ଼ ରେକର୍ଡ ଭାଙ୍ଗିଛନ୍ତି ।
ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଦଳ ମାତ୍ର ୧୩୪ ରନ୍ରେ ଅଲଆଉଟ୍ ହୋଇଥିଲା । ଫଳରେ ଭାରତକୁ ବିଜୟ ପାଇଁ ୧୩୫ ରନ୍ର ଲକ୍ଷ୍ୟ ମିଳିଥିଲା। ଏହି ଲକ୍ଷ୍ୟର ପିଛା କରିବାକୁ ରୋହିତ ଶର୍ମା ଏବଂ ଶୁବମନ ଗିଲ୍ ଓପନିଂ କରିବାକୁ ଆସିଥିଲେ ।
ପ୍ରଥମ ଓଭରରେ ରୋହିତ ଶର୍ମା ଏକ ଚୌକା ମାରିଥିଲେ । କିନ୍ତୁ ଦ୍ୱିତୀୟ ଓଭରର ପ୍ରଥମ ବଲ୍ରେ ଭାରତକୁ ପ୍ରଥମ ଝଟକା ଲାଗିଥିଲା । ନ୍ୟୁଜିଲାଣ୍ଡର ବୋଲର ଜ୍ୟାକବ୍ ଡଫି ଶୁବମନ ଗିଲ୍ଙ୍କୁ ଆଉଟ୍ କରିଥିଲେ । ଏହାପରେ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ ବିରାଟ କୋହଲି । ସେ ଓଭରରେ ଏକ ଚୌକା ମାରିଥିଲେ ମଧ୍ୟ ଅଧିକ ସମୟ କ୍ରିଜ୍ରେ ରହିପାରିନଥିଲେ ।
ଜ୍ୟାକବ୍ ଡଫିଙ୍କ ବଲ୍ରେ ଆଉଟ୍ ହେବା ପୂର୍ବରୁ କୋହଲି ୭ଟି ବଲ୍ରୁ ୭ ରନ୍ ସଂଗ୍ରହ କରିଥିଲେ । ତେବେ ଏହି ଛୋଟ ଇନିଂସ ତାଙ୍କୁ ଏକ ବଡ଼ ଉପଲବ୍ଧି ଦେଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଣ୍ଟିଂଙ୍କ ରେକର୍ଡ ଭାଙ୍ଗିଲେ କୋହଲି
ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ କ୍ରିକେଟ୍ରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି ବିରାଟ କୋହଲି । ଏହି ଦଳ ବିପକ୍ଷରେ ତାଙ୍କ ରନ୍ ସଂଖ୍ୟା ୧୯୭୫ରେ ପହଞ୍ଚିଛି । ଏହା ସହ ସେ ରିକି ପଣ୍ଟିଂଙ୍କ ୧୯୭୧ ରନ୍ର ରେକର୍ଡକୁ ପଛରେ ପକାଇ ଦେଇଛନ୍ତି ।
ପ୍ରଥମ ଦିନିକିଆରେ ୭୪ ରନ୍ର ଚମତ୍କାର ଇନିଂସ ଖେଳିଥିବା କୋହଲି ଦ୍ୱିତୀୟ ମ୍ୟାଚ୍ରେ ବଡ଼ ସ୍କୋର କରିପାରିନଥିଲେ। କିନ୍ତୁ ମାତ୍ର ୭ ରନ୍ର ଏହି ଇନିଂସ ତାଙ୍କୁ ଦିନିକିଆ କ୍ରିକେଟ୍ରେ ଆଉ ଏକ ଐତିହାସିକ ସଫଳତା ଦେଇଛି ।

Related Topics
Explore more stories