|
logo
Live
Argus News App
GET APP

Argus News - ପୋଲିସ SI ଚାକିରି କେଳେଙ୍କାରୀ ତନାଘନା, ଜଳେଶ୍ବରରୁ ଆଉ ଜଣେ ଅଭିଯୁକ୍ତ ଅଟକ

Odisha

SI Exam Scam / ପୋଲିସ SI ଚାକିରି କେଳେଙ୍କାରୀ ତନାଘନା, ଜଳେଶ୍ବରରୁ ଆଉ ଜଣେ ଅଭିଯୁକ୍ତ ଅଟକ

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
ପୋଲିସ SI ଚାକିରି କେଳେଙ୍କାରୀ ତନାଘନା, ଜଳେଶ୍ବରରୁ ଆଉ ଜଣେ ଅଭିଯୁକ୍ତ ଅଟକ

Key Points

ପୋଲିସ SI ଚାକିରି କେଳେଙ୍କାରୀରେ ଦିନକୁ ଦିନ ସାମକୁ ଆସୁଛନ୍ତି ନୂଆ ନୂଆ ଚେହେରା । ଜଳେଶ୍ବରରେ ଚନ୍ଦନ ମଲ୍ଲିକ ନାମକ ଜଣେ ଯୁବକକୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ

ପୋଲିସ ଏସଆଇ ପରୀକ୍ଷା ଜାଲିଆତିକୁ ନେଇ ବାଲେଶ୍ବରରୁ ଆଉ ଜଣଙ୍କୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ । ଗିରଫ ଯୁବକ ଜଣକ ରଣସାହି ପଞ୍ଚାୟତର ଚନ୍ଦନ ମଲ୍ଲିକ । ଚନ୍ଦନ ଜଣେ ସମାଜସେବୀ ଭାବରେ ନିଜକୁ ପରିଚୟ ଦେଇ ବିଭିନ୍ନ କାର୍ଯ୍ୟରେ ନିଜକୁ ନିୟୋଜିତ ରଖୁଥିଲେ । ସୂଚନା ଅନୁସାରେ ଚନ୍ଦନ ବାଲେଶ୍ବର ବିଜୁ ଜନତା ଦଳର ଜଣେ ସକ୍ରିୟ ନେତା । ରେମୁଣା ନିର୍ବାଚନ ମଣ୍ଡଳୀରୁ ଗତ ୨୦୨୪ ନିର୍ବାଚନରେ ଆଶାୟୀ ପ୍ରାର୍ଥୀ ଥିଲା । ଗତ କିଛି ଦିନ ପୂର୍ବରୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଷ୍ଟାର୍ଫ ନସ୍ ଚାକିରି କରେଇ ଦେବା କହି ଛାତ୍ରୀଛାତ୍ରୀଙ୍କ ନିକଟରୁ କିଛି ଟଙ୍କା କାରବାରର ଅଭିଯୋଗ ମଧ୍ୟ ଆସିଥିଲା ତା ନାଁରେ । ଚନ୍ଦନଙ୍କ ନିର୍ବାଚନ ପୁର୍ବରୁ ବିଜେଡିର ବଡ଼ ପାଓ୍ବରଫୁଲ ନେତାଙ୍କ ସହିତ ମଧ୍ୟ ଦେଖିବାକୁ ମିଳିଥିଲା।


ଅଧିକ ପଢ଼ନ୍ତୁ: କଟକଣା ଭିତରେ ସ୍ବାଭାବିକ ହେଉଛି କଟକ ସ୍ଥିତି, ଭାଇଚାରା ବଜାୟ ରଖିବାକୁ ଅପିଲ୍ କଲେ ଆଇନ ମନ୍ତ୍ରୀ

ସେପଟେ ଭୁବନେଶ୍ବରରେ ବିଜେଡି ଆନ୍ଦୋଳନ ବେଳେ ଯୁବ ଛାତ୍ର କର୍ମୀ ଗୁଣ୍ଡାଗିରି କରିଛନ୍ତି । ବିଜେଡି ନେତା ପ୍ରୀତି ରଞ୍ଜନ ଘଡେଇଙ୍କୁ ଗିରଫ ବେଳେ ପୋଲିସ ସହ ଯୁବ ଛାତ୍ର କର୍ମୀଙ୍କ ଧସ୍ତା ଧସ୍ତି ହୋଇଛି । ଏପରିକି ସ୍ଥିତି ଏପରି ହୋଇଥିଲା ଯେ ଲଷ୍ମୀସାଗର ଆଇଆଇସିଙ୍କ କଲର ମଧ୍ୟ ଭିଡ଼ିଥିଲେ ବିଜେଡି କର୍ମୀ । ଏହାର କଡା ଜବାବ ରଖିଛି ବିଜେପି । ବିଜେପି କହିଛି ଏଠି ଚୋର ମାଚାଏ ସୋର୍ । ବିଜେଡି ସରକାରରେ ଅର୍ଗାନାଇଜଡ୍ ଫର୍ମାଟରେ ଦୁର୍ନୀତି ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଦିନକ ତଳେ ଦଲାଲ ବିଶ୍ବରଞ୍ଜନ ବେହେରାକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଆଶାୟୀଙ୍କ ପାଖରୁ ଅରଜିନାଲ ସାର୍ଟିଫିକେଟ ଓ ଚେକ ସଂଗ୍ରହ କରୁଥିଲା ବିଶ୍ବରଞ୍ଜନ । ରାକେଟଙ୍କ ମୁଖ୍ୟଙ୍କ ନିର୍ଦ୍ଦେଶରେ ଏ କାମ କରୁଥିଲା ବିଶ୍ବରଂଜନ । କ୍ରାଇମବ୍ରାଞ୍ଚର ସନ୍ଦେହ ରାକେଟର ମାଷ୍ଟର ମାଇଣ୍ଡ ବସିଛନ୍ତି ବାହାର ରାଜ୍ୟରେ, ଶଙ୍କର ଥିଲା ଓଡ଼ିଶାର ଦଲାଲ । ଶଙ୍କରର କମ୍ପାନୀ ପଞ୍ଚସପ୍ଟ ପରୀକ୍ଷା କେନ୍ଦ୍ର ଗୁଡିକରେ ବାଇଓମେଟ୍ରିକ, ଲଜିଷ୍ଟିକ ଯୋଗାଇବା କାମ କରୁଥିଲା ବିଶ୍ବରଞ୍ଜନ । ସେପଟେ ଏବେ ବି ଫେରାର୍ ଅଛନ୍ତି ମୁଖ୍ୟ କାର୍ପଟଦାର ମୁନ୍ନା ମହାନ୍ତି ଓ ଶଙ୍କର ପୃଷ୍ଟି ।

Related Topics

Explore more stories

Sponsored
SI Exam Scam: ପୋଲିସ SI ଚାକିରି କେଳେଙ୍କାରୀ ତନାଘନା, ଜଳେଶ୍ବରରୁ ଆଉ ଜଣେ ଅଭିଯୁକ୍ତ ଅଟକ | Argus News