Odisha SIR / SIR ଚିଠା ତାଲିକାରେ ଆପଣଙ୍କ ନାଁ ଅଛି ତ ? ୱେବସାଇଟରୁ କିପରି ଜାଣିବେ ?
·2 months ago·2 min read

Key Points
SIRରେ ନାଁ କଟିଥିଲେ କିପରି ଯୋଡ଼ିବେ
ସରଳ ଭାବେ ବୁଝାଇଲେ ଅତିରିକ୍ତ ନିର୍ବାଚନ ଅଧିକାରୀ
ପ୍ରଥମ ପର୍ଯ୍ୟାୟରେ ବାଦ ପଡିଛନ୍ତି ୨୦ଲକ୍ଷରୁ ଅଧିକ ଭୋଟର

ଭୁବନେଶ୍ଵର: ରାଜ୍ୟ ଭୋଟର ତାଲିକାରେ ହୋଇଛି ବଡ଼ଧରଣର ସଂଶୋଧନ । ରାଜ୍ୟରେ SIRର ପ୍ରଥମ ପର୍ଯ୍ୟାୟ ସରିବା ପରେ ୨୦ ଲକ୍ଷ ୧୪ ହଜାର ଭୋଟର ବାଦ ପଡ଼ିଛନ୍ତି । ତେବେ ଏସ ଆଇ ଆର ଚିଠା ତାଲିକାରେ ଆପଣଙ୍କ ନାଁ ଅଛି ତ ? ୱେବସାଇଟରୁ କିପରି ଜାଣିବେ ? ଏସ ଆଇ ଆରରେ ନାଁ କଟିଥିଲେ କିପରି ଯୋଡ଼ିବେ ନିଜ ନାଁ ? ଏହାକୁ ସରଳ ଭାବେ ବୁଝାଇଛନ୍ତି ଅତିରିକ୍ତ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର ।
- ୱେବସାଇଟରୁ କିପରି ଜାଣିବେ ?
- ଗଞ୍ଜାମ ଜିଲ୍ଲାରୁ କଟିଲେ ଅଧିକ ଭୋଟର
- ରାଜ୍ୟରେ କେବଳ ୮ଲକ୍ଷ ଭୂତ ଭୋଟର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଭୋଟର ତାଲିକାରେ ବଡ଼ଧରଣର ସଂଶୋଧନ; ବାଦ୍ ପଡ଼ିଲେ ୨୦ ଲକ୍ଷ ୧୪ ହଜାର ଭୋଟର
ତେବେ ନାଁ କଟିଥିବା ବ୍ୟକ୍ତି ଫର୍ମ ୬ ଜରିଆରେ ଆବେଦନ କରି ଗୋଟିଏ ମାସ ସମୟ ଭିତରେ ନିଜ ନାଁ ଯୋଡ଼ିପାରିବେ। ଅଗଷ୍ଟ ୫ ସୁଦ୍ଧା ଆପତ୍ତି ଜଣାଇଲେ ERO ଓ AERO ମାନଙ୍କ ଦ୍ୱାରା ଯାଞ୍ଚ ହୋଇ ସେପ୍ଟମ୍ବରରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ନୂଆ ଭୋଟର ପାଇଁ ଆବେଦନ ଫର୍ମ ୬, ବିଦେଶରେ ବସବାସ କରୁଥିଲେ ଭୋଟର ତାଲିକାରେ ନାଁ ଯୋଡିବା ପାଇଁ ଫର୍ମ ୬ କ, ନୂଆ ଭୋଟର ତାଲିକାରେ ନାଁ ଯୋଡିବା କିମ୍ବା ନାଁ କାଟିଥିଲେ ଆପତ୍ତି ପାଇଁ ଫର୍ମ ୭ କିମ୍ବା ବାସସ୍ଥାନ ପରିବର୍ତ୍ତନ କରିଥିଲେ ଭୋଟର ତାଲିକାରେ ନାଁ ସଂଶୋଧନ ପାଇଁ ଫର୍ମ ୮ରେ ଆବେଦନ କରି ବିଏଲଓ ଙ୍କ ନିକଟରେ ଦାଖଲ କରିବେ । ସେପ୍ଟେମ୍ବର ୨ ତାରିଖ ସୁଦ୍ଧା ମାମଲା ଗୁଡିକର ଯାଞ୍ଚ ସାରି ୬ ସେପ୍ଟେମ୍ବରରେ ନୂତନ ତାଲିକା ପ୍ରକାଶ ପାଇବ।

Related Topics
Explore more stories