Videos
|
Odisha

Odisha SIR Mapping / ଘରେ ବସି କରିପାରିବେ SIR ମ୍ୟାପିଂ, ନହେଲେ ଭୋଟର୍‌ ତାଲିକାରୁ କଟିଯିବ ନାଁ

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ଘରେ ବସି କରିପାରିବେ SIR ମ୍ୟାପିଂ, ନହେଲେ ଭୋଟର୍‌ ତାଲିକାରୁ କଟିଯିବ ନାଁ
SIR Mapping

Key Points

 ଭୋଟର ନିଜେ ଘରେ ବସି କିରପାରିବେ SIR ମ୍ୟାପିଂ
ଖବରକାଗଜରେ ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ
ଆବଶ୍ୟକ ତଥ୍ୟ ପ୍ରମାଣ ଦେଇ SIR ପ୍ରକ୍ରିୟାରେ ହୋଇ ପାରିବେ ସାମିଲ
SIR ନେଇ ମ୍ୟାପିଂ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । SIR ମ୍ୟାପିଂ ନ କଲେ ଭୋଟର ତାଲିକାରୁ ନାଁ କଟିଯିବ । ଏଥିପାଇଁ ଭୋଟର ନିଜେ ଘରେ ବସି ମ୍ୟାପିଂ କରିପାରିବେ । ଆବଶ୍ୟକ ପ୍ରମାଣ ଦେଇ SIR ପ୍ରକ୍ରିୟାରେ ସାମିଲ ହୋଇପାରିବେ ।

ଓଡ଼ିଶାରେ ସ୍ପେଶାଲ ଇନଟେନସିଭ ରିଭିଜନ୍- SIR କେବେଠାରୁ ଆରମ୍ଭ ହେବ ତା'ର ତାରିଖ ଘୋଷଣା ହୋଇନାହିଁ । କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଏ ସଂପର୍କରେ ତାରିଖ ଘୋଷଣା କରିବେ । କିନ୍ତୁ ଏହାର ବହୁ ପୂର୍ବରୁ ଆରମ୍ଭ ହୋଇସାରିଛି SIR ମ୍ୟାପିଂ ପ୍ରକ୍ରିୟା । ରାଜ୍ୟରେ ଶେଷଥର ପାଇଁ ୨୦୦୨ରେ SIR ହୋଇଥିଲା । ସେହି ତାଲିକାକୁ ୨୦୨୫ରେ ହୋଇଥିବା ଚୂଡ଼ାନ୍ତ ଭୋଟର ତାଲିକା ସହ ମେଳ କରାଯାଉଛି । ୨୦୦୨ରେ ଯେଉଁମାନଙ୍କର ନାଁ SIR ତାଲିକାରେ ଥିଲା ସେମାନେ ଆପେ ଆପେ ନୂଆ SIR ତାଲିକାରେ ସ୍ଥାନ ପାଇବେ । ଏପରିକି ବାପା, ଜେଜେବାପା କିମ୍ବା ଅନ୍ୟ ବରିଷ୍ଠ ସଂପର୍କୀୟଙ୍କ ନାଁ ଥିଲେ ଓ ସେମାନଙ୍କ ପରବର୍ତ୍ତୀ ପିଢ଼ିଙ୍କ ନାଁ ଭୋଟର ତାଲିକାରେ ନଥିଲେ ବି ବୁଥସ୍ତରୀୟ ଅଧିକାରୀ ବା BLOଙ୍କ ନିକଟରେ ନିଜର ନାଁକୁ ଚଢ଼ାଇ ପାରିବେ ।

ରାଜ୍ୟରେ ଦୀର୍ଘ ୫ ମାସ ଧରି ଏହି SIR ମ୍ୟାପିଂ ପ୍ରକ୍ରିୟା ଜାରି ରହିଥିବା ବେଳେ ଏବେ ବିଭିନ୍ନ ଖବରକାଗଜରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ଭୋଟର ନିଜେ ଘରେ ବସି ମଧ୍ୟ କିପରି SIR ମ୍ୟାପିଂ କରିପାରିବେ ସେନେଇ କେତେକ ସହଜ ଉପାୟ ସଂପର୍କରେ ସୂଚନା ଦିଆଯାଇଛି । ୨୦୦୨ ଭୋଟର ତାଲିକା ବା SIR ମ୍ୟାପିଂ ତାଲିକାରୁ ନିଜ ନାଁକୁ ଯାଞ୍ଚ କରି ପରବର୍ତ୍ତୀ SIRରେ ନିଜକୁ ସାମିଲ କରିବା ପାଇଁ ଏହି ସରଳ ପ୍ରକ୍ରିୟା ବାବଦରେ ଦିଆଯାଇଛି ସୂଚନା ।

ସେପଟେ ସ୍ପେଶାଲ ଇଣ୍ଚେନସିଭ୍ ରିଭିଜନ୍ ବା SIR ଅନ୍ତର୍ଗତ ଓଡ଼ିଶାରେ କଟିପାରନ୍ତି ୧୭ ଲକ୍ଷ ଭୋଟର । ଅର୍ଗସକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାର ଦେଇ ଏହା କହିଛନ୍ତି ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍. ଗୋପାଳନ । ବର୍ତ୍ତମାନ ସୁଦ୍ଧା ପ୍ରାୟ ୭୫ ପ୍ରତିଶତ ଭୋଟରଙ୍କର ମ୍ୟାପିଂ ଶେଷ ହେଲାଣି । ରାଜ୍ୟର ପ୍ରାୟ ୯୫ ପ୍ରତିଶତ ଭୋଟର SIRରେ ଯୋଗ୍ୟ ବିବେଚିତ ହେବାର ସମ୍ଭାବନା ରହିଛି । ବାକି ଯେଉଁ ୫ ପ୍ରତିଶତ ରହିଲେ ସେମାନଙ୍କୁ ଭୋଟର ଲିଷ୍ଟରେ ନିଜ ନାମ ରଖିବା ପାଇଁ ଆବଶ୍ୟକ ପ୍ରମାଣପତ୍ର ଦେବାକୁ ପଡ଼ିବ । ଯଦି ପ୍ରମାଣପତ୍ର ଦେଇନପାରିଲେ ସେମାନଙ୍କ ନାଁ ଭୋଟର ତାଲିକାରୁ କାଟି ଦିଆଯିବ । ଯାହର ସଂଖ୍ୟା ପ୍ରାୟ ୧୭ ଲକ୍ଷ ବୋଲି କହିଥିଲେ ମୁଖ୍ୟ ନିର୍ବାଚନ ଅଧିକାରୀ । ତେଣୁ କିଭଳି ଆପଣଙ୍କ ନାଁ ଭୋଟର ତାଲିକାରୁ ନ କଟିବ, ସେଥିପାଇଁ ବୁଥସ୍ତରୀୟ ଅଧିକାରୀଙ୍କୁ ସହଯୋଗ କରିବାକୁ କୁହାଯାଇଛି ।
SIR ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଜାରି ରହିଥିବା ନିର୍ବାଚନ କମିଶନ କେବେ ତାରିଖ ଘୋଷଣା କରିବେ ତାକୁ ସମସ୍ତେ ଅପେକ୍ଷା କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: