Odisha Tornado / ଯାହା ପାଇଲା ସବୁ ଉଡ଼ାଇ ନେଲା ଟର୍ଣ୍ଣାଡୋ; ଚମକିଗଲା ଜଗତସିଂହପୁର !
·1 hour ago·2 min read

Key Points
ଆକାଶକୁ ଉଠିଲା ପାଣି, ଶୂନ୍ୟରେ ଉଡ଼ିଲା ଗଛ । ଯାହା ପାଇଲା ସବୁ ଉଡ଼ାଇ ନେଲା ଘୂର୍ଣ୍ଣିଝଡ଼ । ଜଗତସିଂହପୁର ଜିଲ୍ଲାର ଏରସମା ଅଞ୍ଚଳରେ ଖଣ୍ଡିଆଭୂତ ତାଣ୍ଡବ ଦେଖିବାକୁ ମିଳିଛି ।
ଜଗତସିଂହପୁର: ପ୍ରବଳ ଘଡ଼ଘଡ଼ି ବର୍ଷା ପରେ ଭୟାନକ ଦୃଶ୍ୟ । ଆକାଶକୁ ଉଠିଲା ପାଣି, ଶୂନ୍ୟରେ ଉଡ଼ିଲା ଗଛ । ଯାହା ପାଇଲା ସବୁ ଉଡ଼ାଇ ନେଲା ଘୂର୍ଣ୍ଣିଝଡ଼ । ଜଗତସିଂହପୁର ଜିଲ୍ଲାର ଏରସମା ଅଞ୍ଚଳରେ ଖଣ୍ଡିଆଭୂତ ତାଣ୍ଡବ ଦେଖିବାକୁ ମିଳିଛି । ବୁଧବାର ମଧ୍ୟାହ୍ନ ସମୟରେ ଜଗତସିଂହପୁର ଓ ଆଖପାଖ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଥିଲା ।
ବର୍ଷା ଓ ଘଡ଼ଘଡ଼ି ମଧ୍ୟରେ ଏରସମା ନିକଟରେ ଯାଇଥିବା ଜୋର୍ରେ ହଠାତ୍ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା । ଆଉ ଜୋର୍ର ପାଣି ହଠାତ୍ ବାଷ୍ପୀଭୂତ ହୋଇ ଆକାଶକୁ ଉଠିବାରେ ଲାଗିଥିଲା । ଆଖପାଖରେ ଥିବା ଗଛ ଡାଳ ମଧ୍ୟ ଶୂନ୍ୟରେ ଉଡ଼ିବାରେ ଲାଗିଥିଲା ।
ଏଥିସହ ପଢ଼ନ୍ତୁ: ଓଡ଼ିଶାର ତୀବ୍ର ପ୍ରତିବାଦ, ମୁଣ୍ଡ ନୂଆଁଇଲା ଆନ୍ଧ୍ର ପ୍ରଶାସନ; ନେରେଡ଼ିୱାଲ୍ସାରୁ ଫେରିଗଲା ପୋଲିଂ ପାର୍ଟି
ସ୍ଥାନୀୟ ଲୋକଙ୍କ ଅନୁସାରେ, ଟର୍ଣ୍ଣାଡୋ ବା ଖଣ୍ଡିଆଭୂତ ସମୟରେ ପବନର ବେଗ ଉକ୍ତ ସ୍ଥାନରେ ଘଣ୍ଟାପ୍ରତି ପ୍ରାୟ ୨୦୦ କିଲୋମିଟରରୁ ଅଧିକ ରହିଥିଲା । ତେବେ ଏହି ଘୂର୍ଣ୍ଣିଝଡ଼ ଯୋଗୁଁ କୌଣସି ଲୋକ କିମ୍ବା ସମ୍ପତ୍ତିର କିଛି କ୍ଷୟକ୍ଷତି ହୋଇ ନଥିବା ପ୍ରାଥମିକ ଭାବେ ଜଣାପଡ଼ିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପାଣିପାଗ ବିଜ୍ଞାନୀ ବିଶ୍ଵଜିତ୍ ସାହୁ କହିଛନ୍ତି, "ଓଡ଼ିଶାରେ ଟର୍ଣ୍ଣାଡୋ ପ୍ରାୟତଃ ଦେଖିବାକୁ ମିଳେ ନାହିଁ । ଉପର-ତଳ ବାୟୁ ମଣ୍ଡଳରେ ଚାପରେ ପାର୍ଥକ୍ୟ ଯୋଗୁଁ ହୁଏ ବାୟୁ ପ୍ରବାହ ବୃଦ୍ଧି ପାଏ । ଗୁରୁଚାପ ବଳୟରୁ ଲଘୁଚାପ ବଳୟକୁ ବାୟୁ ପ୍ରବାହ ହେଲେ ଖଣ୍ଡିଆଭୂତ ସୃଷ୍ଟି ହୋଇଥାଏ ।
ମୟୂରଭଞ୍ଜରେ ନେଇଥିଲା ୨ ମୁଣ୍ଡ
ଏହା ପୂର୍ବରୁ ୨୦୨୬ ମାର୍ଚ୍ଚ ୧୫ ତାରିଖରେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । କରଞ୍ଜିଆ ବ୍ଲକର କିଆ, କଙ୍କଡ଼ା, ପାନିପୋଷି ଏବଂ ଡୁମୁରିଆରେ ଖଣ୍ଡିଆଭୂତ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା ।
ଏହି ଘଟଣାରେ ଜଣେ ମହିଳା ଓ ଅନ୍ୟଜଣେ ପୁରୁଷଙ୍କ ମୃତ୍ୟୁ ହୋଇଥିଲା । ୨୯ରୁ ଅଧିକ ଆହତ ହୋଇଥିଲେ । ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୧୭୦ କିଲୋମିଟର ରହିଥିଲା । ଯାହା ପ୍ରଭାବରେ ଘରର ଆଜବେଷ୍ଟସ୍ ଓ ଛପର ଉଡ଼ି ଯାଇଥିଲା ।
ଏଥିସହ ପଢ଼ନ୍ତୁ: ବାତ୍ୟା 'ଅର୍ଣ୍ଣବ' ପରବର୍ତ୍ତୀ ଅବପାତ ଜନିତ ବନ୍ୟାରେ ଛାରଖାର ଗଞ୍ଜାମ
ଜାତୀୟ ରାଜପଥ ୨୨୦ ମଧ୍ୟ ପ୍ରଭାବିତ ହୋଇଥିଲା । ଅଞ୍ଚଳରେ ୫୦ରୁ ୬୦ଟି ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଥିଲା । ଏବେ ସମାନ ଦୃଶ୍ୟ ଜଗତସିଂହପୁରର ଏରସମାରେ ଦେଖିବାକୁ ମିଳିଥିବା ବେଳେ ସୌଭାଗ୍ୟବଶତଃ କିଛି କ୍ଷୟକ୍ଷତି ହୋଇ ନାହିଁ ।