Videos
|
Odisha

Odisha News / ୨୦ ଦିନରେ ନଷ୍ଟ ହେଲାଣି ୧୧ ହଜାର ଏକର ଗଞ୍ଜେଇ ଚାଷ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
୨୦ ଦିନରେ ନଷ୍ଟ ହେଲାଣି ୧୧ ହଜାର ଏକର ଗଞ୍ଜେଇ ଚାଷ
Odisha STF Launches Major Anti-Drug Drive in 6 Districts

Key Points

୨୦୨୯ ସୁଦ୍ଧା ନିଶାମୁକ୍ତ ଓଡ଼ିଶା ଗଠନ ଲକ୍ଷ୍ୟ । କନ୍ଧମାଳ, ବୌଦ୍ଧ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ାରେ ଚାଲିଛି ଗଞ୍ଜେଇ ଚାଷ ଧରପଗଡ଼ ।
ଭୁବନେଶ୍ଵର: ନିଶା ମାଫିଆଙ୍କୁ ମୁହଁତୋଡ଼ ଜବାବ ଦେଉଛି STF । ଘଞ୍ଚ ଜଙ୍ଗଲରେ ମେସିନ୍ ବୁଲୁଛି ଆଉ କଟୁଛି ଗଞ୍ଜେଇ ଗଛ । ନୀଳ ଜହର ସିଣ୍ଡିକେଟର ମୂଳପୋଛ ପାଇଁ ଚାଲିଛି ମାଷ୍ଟରପ୍ଲାନ୍ । ମାତ୍ର ୨୦ ଦିନରେ ନଷ୍ଟ ହେଲାଣି ୧୧ ହଜାର ଏକରରୁ ଅଧିକ ଗଞ୍ଜେଇ ଚାଷ ।

ସଂଗଠିତ ଅପରାଧ ସହ ନିଶା ସିଣ୍ଡିକେଟ୍‌କୁ ଭାଙ୍ଗିବା ପାଇଁ ରାଜ୍ୟର ୬ଟି ନିଶା ପ୍ରବଣ ଜିଲ୍ଲା ଉପରେ STFର ରଖିଛି କଡ଼ା ନଜର । ଆକ୍ସନ୍ ମୋଡ୍‌ରେ ସ୍ପେଶାଲ୍ ଟାସ୍କ ଫୋର୍ସ । ୨୦୨୯ ସୁଦ୍ଧା ନିଶାମୁକ୍ତ ଓଡ଼ିଶା ଗଠନ ଲକ୍ଷ୍ୟରେ ନିଶା ମାଫିଆଙ୍କ ନୀଳ ସିଣ୍ଡିକେଟ୍ ଉପରେ ଚାଲିଛି ଘନ ଘନ ରେଡ୍ ।

ଏଥିସହ ପଢ଼ନ୍ତୁ: ଅନଲାଇନ୍ ଗେମ୍‌ରେ ପ୍ରେମରେ ଫସାଇଲେ; ପୁରୀର ନାବାଳିକାଙ୍କୁ ଅପହରଣ କରିନେଲେ କେନିଆର ଯୁବକ 

୬ ଜିଲ୍ଲା ହଟ୍‌ସ୍ପଟ୍

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଗତ ୨୦ ଦିନରେ ୧୧ ହଜାର ଏକରରୁ ଅଧିକ ଗଞ୍ଜେଇ ଚାଷ ନଷ୍ଟ ହୋଇଥିବା ବେଳେ ଚଳିତ ମାସରେ ୧୫ ହଜାର ଏକର ଚାଷ ନଷ୍ଟ କରିବାକୁ ଟାର୍ଗେଟ୍ ରଖାଯାଇଛି । ରାଜ୍ୟର ୬ଟି ହଟ୍‌ସ୍ପଟ୍ ଜିଲ୍ଲାକୁ STF ଚିହ୍ନଟ କରିଥିବା ବେଳେ କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ସମେତ ମାଲକାନଗିରି, କୋରାପୁଟ ଓ ରାୟଗଡ଼ାରେ ବଡ଼ ଧରଣର ଅଭିଯାନ ଜାରି ରହିଛି ।

କେବଳ ପାରମ୍ପରିକ ଉପାୟ ନୁହେଁ, ବରଂ ସାଟେଲାଇଟ୍ ଇମେଜ୍, ଡ୍ରୋନ୍ ସର୍ଭିଲାନ୍ସ ଏବଂ ଲାଟିଚ୍ୟୁଡ୍-ଲଙ୍ଗିଚ୍ୟୁଡ୍ ଆଧାରରେ ଚାଷ ଜମି ଚିହ୍ନଟ କରାଯାଇ ଗଞ୍ଜେଇ ଗଛ ନଷ୍ଟ କରାଯାଉଛି ।

ନଭେମ୍ବର ଶେଷ ଆଡ଼କୁ ଗଞ୍ଜେଇ ଅମଳ ସମୟ ରହିଥିବାରୁ, ଅମଳ ପୂର୍ବରୁ ସମସ୍ତ ଚାଷ ନଷ୍ଟ କରିବାକୁ STF ଲକ୍ଷ୍ୟ ରଖିଛି । ଅନ୍ୟପଟେ ଗଞ୍ଜେଇ ଚାଷ ନଷ୍ଟ ପରେ ଚାଷୀଙ୍କୁ ବିକଳ୍ପ ଫସଲ ପାଇଁ ଜିଲ୍ଲା ପ୍ରଶାସନ, ବନ ବିଭାଗ ଓ ରାଜସ୍ୱ ବିଭାଗ ମିଳିତ ଭାବେ ଉତ୍ସାହିତ କରୁଛନ୍ତି ।

ଏଥିସହ ପଢ଼ନ୍ତୁ: ହୁକା ବାର ମାଲିକ ସାବଧାନ୍ ! ହୁକା ବାର୍ ଉପରେ ଏବେ କମିସନରେଟ୍ ପୁଲିସର କଡ଼ା ନଜର 

ଏହାସହ ଗଞ୍ଜେଇ ମାଫିଆଙ୍କ ଆର୍ଥିକ କାରବାରର ତଦନ୍ତ, ସମ୍ପତ୍ତି ବାଜ୍ୟାପ୍ତି ଏବଂ ସମ୍ପୂର୍ଣ୍ଣ ସିଣ୍ଡିକେଟ୍ ଭାଙ୍ଗିବା ଉପରେ ଫୋକସ୍ ରହିଛି । କେବଳ ଗଛ ନଷ୍ଟ ନୁହେଁ, ମାଫିଆଙ୍କ ଆର୍ଥିକ ନେଟୱର୍କ ଉପରେ ମଧ୍ୟ କଡ଼ା ପ୍ରହାର ହେବ ବୋଲି ଚେତାବନୀ ଦେଇଛନ୍ତି STF ଆଇଜି ହିମାଂଶୁ ଲାଲ ।