Videos
|
Odisha

Voting Process Ends / ଘଣ୍ଟାରେ ବାଜିଲା ୨ଟା, ସରିଲା ଭୋଟିଂ; କେଉଁଠି କେତେ ଭୋଟ୍ ପଡ଼ିଲା..

Debashree Debasmita Sahoo
Browse all articles by Debashree Debasmita Sahoo
·41 mins ago·2 min read
ଘଣ୍ଟାରେ ବାଜିଲା ୨ଟା, ସରିଲା ଭୋଟିଂ; କେଉଁଠି କେତେ ଭୋଟ୍ ପଡ଼ିଲା..
Campus Election Voting Ends

Key Points

କାହାର ହେବ କ୍ୟାମ୍ପସ ?
ସରିଲା କଲେଜ ନିର୍ବାଚନ ଭୋଟିଂ
ଆଜି ସନ୍ଧ୍ୟା ସୁଦ୍ଧା ବାହାରିବ ଫଳାଫଳ
ଭୁବନେଶ୍ଵର: ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଛାତ୍ର ସଂସଦ ନିର୍ବାଚନ ପାଇଁ ସରିଲା ଭୋଟିଂ ପ୍ରକ୍ରିୟା । ଆଜି ରାଜ୍ୟର ୩୪୩ କଲେଜ ଓ ୧୨ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଭୋଟ୍ ପଡ଼ିଥିଲା । ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ହୋଇଥିଲା ମତଦାନ । ୧୨ଟି ବିଶ୍ୱବିଦ୍ୟାଳୟରେ ୩୮ ସଭାପତି ଓ କଲେଜର ୮୨୮ ସଭାପତିଙ୍କର ଭାଗ୍ୟ ନିର୍ଦ୍ଧାରଣ କରିଥିଲେ ଛାତ୍ରଛାତ୍ରୀ । ନିଜ ନେତା ନିଜେ ବାଛିଥିଲେ । ତେବେ ଭୋଟିଂ ପ୍ରକ୍ରିୟା ସରିଥିବାବେଳେ ଆଜି ସନ୍ଧ୍ୟା ସୁଦ୍ଧା ଫଳାଫଳ ମଧ୍ୟ ପ୍ରକାଶ ପାଇବ ।

  • ଦିନ ୨ଟା ସୁଦ୍ଧା କେଉଁଠି କେତେ ଭୋଟିଂ ?
- ରାଜଧାନୀ କଲେଜରେ ୩୦% ପିଲା ଭୋଟିଂରେ ଭାଗ ନେଇଛନ୍ତି
- କେନ୍ଦ୍ରାପଡା ମହାବିଦ୍ୟାଳୟରେ ୭୪% ଭୋଟିଂ
- ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ମୋଟ ୫୦% ଭୋଟିଂ
- ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟରେ ୮୦.୨୯% ଭୋଟିଂ
- ଓଳାଭର ମହାବିଦ୍ୟାଳୟରେ ୮୫.୮୧% ଭୋଟିଂ
- ଆଳି ମହାବିଦ୍ୟାଳୟରେ ୬୦% ବିଦ୍ୟାର୍ଥି ମତଦାନ କରିଥିବା ସୂଚନା
- ରେଢ଼ାଖୋଲ ଭୀମଭୋଇ ମହାବିଦ୍ୟାଳୟରେ ୮୬.୯% ଭୋଟିଂ
- ପାନପୋଷ ସରକାରୀ ମହାବିଦ୍ୟାଳୟ ୪୮% ଭୋଟିଂ

  • ସଭାପତି ପଦ ପାଇଁ ୮୬୬ ପ୍ରାର୍ଥୀ
କ୍ୟାମ୍ପସ ନିର୍ବାଚନରେ ସଭାପତି ପଦ ପାଇଁ ମଇଦାନରେ ଅଛନ୍ତି ସର୍ବାଧିକ ୮୬୬ ପ୍ରାର୍ଥୀ । କଲେଜରେ ୮୨୮ ଏବଂ ବିଶ୍ଵବିଦ୍ୟାଳୟ ୩୮ ଜଣ । ସେହିପରି ଉପ ସଭାପତି ପଦ ପାଇଁ ମୋଟ ପ୍ରାର୍ଥୀ ଅଛନ୍ତି ୭୧୬ ଜଣ, ଯେଉଁଥିରୁ କଲେଜରେ ୬୭୯ ଏବଂ ବିଶ୍ଵବିଦ୍ୟାଳୟରେ ୩୭ ଜଣ ସାମିଲ । ସାଧାରଣ ସମ୍ପାଦକ ପାଇଁ ମୋଟ ପ୍ରାର୍ଥୀ ୬୧୬ ଜଣ ଥିବାବେଳେ କଲେଜରୁ ୫୯୩ ଜଣ ଏବଂ ବିଶ୍ଵବିଦ୍ୟାଳୟରୁ ୨୩ ଜଣ ଅଛନ୍ତି ।

ପଢନ୍ତୁ ଏହି ଖବର: କ୍ୟାମ୍ପସରେ ଚାଲିଛି ଛାତ୍ର ନେତା ଚୟନ; ଭୋଟ୍ ପଡୁଥିବାବେଳେ ଆସିଲା ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ସନ୍ଧ୍ୟା ସୁଦ୍ଧା ରେଜଲ୍ଟ
ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିଥିଲା । ଏହାପରେ ଅପରାହ୍ନ ୨ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି ପ୍ରକ୍ରିୟା । କଡ଼ା ସୁରକ୍ଷା ବଳୟରେ ବିଶ୍ୱବିଦ୍ୟାଳୟ ଓ କଲେଜ । କାଉଣ୍ଟିଂ ପାଇଁ କଲେଜ ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସନ୍ଧ୍ୟା ସୁଦ୍ଧା ସାମ୍ନାକୁ ଆସିବ ନିର୍ବାଚନର ଫଳାଫଳ । କ୍ୟାମ୍ପସ କାହାର ଜଣାପଡ଼ିବ । ଛାତ୍ରଛାତ୍ରୀ କାହାକୁ ନିଜର ନେତା ବାଛିଛନ୍ତି ତାହା ସ୍ପଷ୍ଟ ହେବ । ତେବେ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ରମାଦେବୀ, ଉତ୍କଳ ବିଶ୍ଵବିଦ୍ୟାଳୟ, ବିଜେବି ଆଦିର ରେଜଲ୍ଟ ଉପରେ ସାରା ରାଜ୍ୟବାସୀଙ୍କ ନଜର ରହିଛି । ଆଜି ସନ୍ଧ୍ୟାରେ ନିର୍ବାଚନ ଫଳାଫଳ ଘୋଷଣା ପରେ ବିଜୟୀ ପ୍ରାର୍ଥୀମାନେ ଆସନ୍ତାକାଲି ଅର୍ଥାତ୍ ୧୬ ତାରିଖରେ ଶପଥ ଗ୍ରହଣ କରିବେ ।



Related Topics

Explore more stories