Videos
|
Odisha

SVM College / SVM କଲେଜ କ୍ୟାମ୍ପସ ବାହାରେ ଉତ୍ତେଜନା; ଅଣଛାତ୍ରଙ୍କ ଝଗଡ଼ାକୁ ନେଇ ବିଗିଡ଼ିଲା ସ୍ଥିତି

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
SVM କଲେଜ କ୍ୟାମ୍ପସ ବାହାରେ ଉତ୍ତେଜନା; ଅଣଛାତ୍ରଙ୍କ ଝଗଡ଼ାକୁ ନେଇ ବିଗିଡ଼ିଲା ସ୍ଥିତି
SVM College Jagatsinghpur

Key Points

୮ବର୍ଷ ପରେ ହେଉଛି ଛାତ୍ର ସଂସଦ ନିର୍ବାଚନ
SVM କଲେଜ କ୍ୟାମ୍ପସ ବାହାରେ ଉତ୍ତେଜନା
ଜଗତସିଂହପୁର: ଦୀର୍ଘ ୮ ବର୍ଷ ପରେ ରାଜ୍ୟରେ ହେଉଛି ଛାତ୍ର ସଂସଦ ନିର୍ବାଚନ । ତାରିଖ ଘୋଷଣା ହେବାପରେ ସରଗରମ ହୋଇଉଠିଛି କ୍ୟାମ୍ପସ ରାଜନୀତି । ଜଗତସିଂହପୁର ଜିଲ୍ଲାର ପ୍ରମୁଖ ଶିକ୍ଷାନୁଷ୍ଠାନ ଏସଭିଏମ କଲେଜ କ୍ୟାମ୍ପସ ବାହାରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ଦେଖାଦେଇଛି । ନିର୍ବାଚନ ପାଇଁ ଫର୍ମ ପୂରଣ କରିବାକୁ ଯାଉଥିବା ସମୟରେ କଲେଜ ଗେଟ୍ ସମ୍ମୁଖରେ କିଛି ଅଣଛାତ୍ରଙ୍କ ଝଗଡ଼ାକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି ।

  • SVM କଲେଜ କ୍ୟାମ୍ପସରେ ଛାତ୍ର ଉତ୍ତେଜନା
ନିର୍ବାଚନ ପାଇଁ ଫର୍ମ ପୂରଣ କରିବାକୁ ଯିବାବେଳେ ଉତ୍ତେଜନା ଦେଖାଦେଇଛି । ଏହି ସମୟରେ ABVP ଛାତ୍ର ସଂଗଠନର କିଛି ସଦସ୍ୟମାନେ କ୍ୟାମ୍ପସ ଭିତରକୁ ଯିବାକୁ ଉଦ୍ୟମ କରିବାବେଳେ ବାଧା ସୃଷ୍ଟି ହୋଇଥିଲା । ଏହି ଘଟଣା ପରେ କଲେଜ ଗେଟ୍ ସମ୍ମୁଖରେ ଉତ୍ତେଜନା ଦେଖାଦେଇଛି । ତେବେ ଘଟଣାର ପ୍ରକୃତ କାରଣ କଣ, ଏଥିରେ କେଉଁମାନେ ସମ୍ପୃକ୍ତ ଏବଂ ପରିସ୍ଥିତି କିପରି ରହିଛି, ସେନେଇ ଜଣାପଡ଼ିନାହିଁ ।

  • ତିର୍ତ୍ତୋଲରେ ବି ସରଗରମ ସ୍ଥିତି
ତିର୍ତ୍ତୋଲ ଆଦିକବି ଶାରଳା ଦାସ ମହାବିଦ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି ବିଭିନ୍ନ ଦଳର ସମର୍ଥିତ ପ୍ରାର୍ଥୀ । କଲେଜରେ ଛାତ୍ରଛାତ୍ରୀଙ୍କ କାଗଜପତ୍ର ଯାଞ୍ଚ କରିବା ସହିତ ନୋମିନେସନ ପ୍ରକିୟାକୁ ସୁରୁଖୁରୁରେ ସାରିବା ପାଇଁ କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକମାନେ ସୁରୁଖୁରୁରେ ନିର୍ବାଚନ ସାରିବାକୁ ଲକ୍ଷ୍ୟ ରଖିଛନ୍ତି । ଅପ୍ରୀତିକର ପରିସ୍ଥିତି ନ ଉପୁଜିବା ପାଇଁ କଲେଜରେ ପୋଲିସ ମୁତୟନ ରହିବା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ମଧ୍ୟ କରାଯାଇଛି । ଦୀର୍ଘ ଦିନ ପରେ ନିର୍ବାଚନ ହେଇଥିବାରୁ ଛାତ୍ରଛାତ୍ରୀ ବେଶ୍ ଖୁସିଥିବା ଦେଖିବାକୁ ମିଳିଛି ।

ପଢନ୍ତୁ ଏହି ଖବର: ବ୍ୟାସନଗର କଲେଜରେ ନିର୍ବାଚନ ସ୍ଥଗିତ, ସକାଳ ସୁଦ୍ଧା ପିଲାଙ୍କୁ ହଷ୍ଟେଲ୍‌ ଛାଡ଼ିବାକୁ ନିର୍ଦ୍ଦେଶ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ପାରାଦୀପ କଲେଜ ନୋମିନେସନ୍ ଫାଇଲ୍
ପାରାଦୀପ କଲେଜରେ ନୋମିନେସନ ଫାଇଲ୍ କଲେ ଛାତ୍ରଛାତ୍ରୀ । ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବା ଛାତ୍ରଛାତ୍ରୀଙ୍କ ଉତ୍ସାହ ଦେଖିବାକୁ ମିଳିଛି । ଏଥିପାଇଁ ପ୍ରଶାସନ ପକ୍ଷରୁ କଡ଼ା ସରୁକ୍ଷା ଵ୍ୟଵସ୍ଥା ଗ୍ରହଣ କରାଯାଇଛି । ଏସ୍‌ପି ଅଙ୍କିତ ବର୍ମା କହିଛନ୍ତି ଏହି ନିର୍ବାଚନକୁ ନେଇ ଉଚ୍ଚସ୍ତରୀୟ ମନିଟରିଂ କରାଯାଉଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କୋଡିନେସନ ମିଟିଂ ହୋଇଥିଲା । ବିଭିନ୍ନ କଲେଜର ପ୍ରିନ୍ସିପାଲମାନେ ମଧ୍ୟ ଯୋଗଦେଇଥିଲେ । ଏହି ବିଷୟରେ ବିସ୍ତୁତ ଆଲୋଚନା ହୋଇଥିଲା ।