Viksit Bharat / ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ତେଲଙ୍ଗାନା ଉପମୁଖ୍ୟମନ୍ତ୍ରୀ; ତାପଜ ବିଦ୍ୟୁତ୍ କେନ୍ଦ୍ର ସ୍ଥାପନ ନେଇ ଆଲୋଚନା
·6 months ago·2 min read

Key Points
ନୈନି କୋଇଲା ଖଣିରୁ ଉତ୍ତୋଳନ କୋଇଲାରୁ ସେଠାରେ ବିଦ୍ୟୁତ୍ ଉତ୍ପାଦନ ନେଇ ଆଲୋଚନା କରିଥିଲେ । ଏବେ ଉକ୍ତ ଖଣିର ପରିଚାଳନା ସିଙ୍ଗାରେନି ହାତରେ ରହିଛି ଏବଂ ଏହା ତେଲଙ୍ଗାନାର ବିଦ୍ୟୁତ୍ ଆବଶ୍ୟକତା ପୂରଣ ଦିଗରେ ବଡ଼ ପଦକ୍ଷେପ ହୋଇପାରିବ ।
ହାଇଦ୍ରାବାଦ: ତେଲଙ୍ଗାନା ଗସ୍ତରେ ଥିବା ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଛନ୍ତି ତେଲଙ୍ଗାନା ଉପମୁଖ୍ୟମନ୍ତ୍ରୀ । ଗୁରୁବାର ବେଗମପେଟରେ ତେଲଙ୍ଗାନା ଉପମୁଖ୍ୟମନ୍ତ୍ରୀ ଭାଟ୍ଟି ବିକ୍ରମାର୍କା ମାଲ୍ଲୁ ସ୍ଵତନ୍ତ୍ର ସାକ୍ଷାତ କରିଛନ୍ତି । ଏହି ଅବସରରେ ନୈନି କୋଇଲା ବ୍ଲକ୍ର ପ୍ରବେଶ ପଥରେ ଏକ ତାପଜ ବିଦ୍ୟୁତ୍ କେନ୍ଦ୍ର ପ୍ରତିଷ୍ଠା ନେଇ ଆଲୋଚନା ହୋଇଥିବା ଅଧିକାରୀ ସୂଚନା ଦେଇଛନ୍ତି ।
ବେଗମପେଟରେ ହୋଇଥିବା ବୈଠକରେ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ବିଭାଗୀୟ ସଚିବ ନବୀନ ମିତ୍ତଲ, ସିଙ୍ଗାରେନି କୋଲିଏରିଜ୍ କମ୍ପାନୀ ଲିମିଟେଡ୍ (SCCL)ର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଣା ଭାସ୍କର ଏବଂ ଅନ୍ୟ ପ୍ରତିନିଧି ସାମିଲ୍ ହୋଇଥିଲେ । ନୈନି କୋଇଲା ଖଣିରୁ ଉତ୍ତୋଳନ କୋଇଲାରୁ ସେଠାରେ ବିଦ୍ୟୁତ୍ ଉତ୍ପାଦନ ନେଇ ଆଲୋଚନା କରିଥିଲେ । ଏବେ ଉକ୍ତ ଖଣିର ପରିଚାଳନା ସିଙ୍ଗାରେନି ହାତରେ ରହିଛି ଏବଂ ଏହା ତେଲଙ୍ଗାନାର ବିଦ୍ୟୁତ୍ ଆବଶ୍ୟକତା ପୂରଣ ଦିଗରେ ବଡ଼ ପଦକ୍ଷେପ ହୋଇପାରିବ ।
ଏଥିସହ ପଢ଼ନ୍ତୁ: ବେଟିଂ ଆପ୍ ମାମଲା; ଯୁବରାଜ ସିଂହ, ଉର୍ବଶୀ ରାଉତେଲା, ସୋନୁ ସୁଦ୍ଙ୍କ ସହ ଏମାନଙ୍କ ସମ୍ପତ୍ତି ଜବତ
ତେଲଙ୍ଗାନା ଉପମୁଖ୍ୟମନ୍ତ୍ରୀ ମାଲ୍ଲୁ କହିଛନ୍ତି, "ତେଲଙ୍ଗାନା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଶକ୍ତି ବିଭାଗର ଏକ ଟିମ୍ ଶୀଘ୍ର ଓଡ଼ିଶାର ନୈନି କୋଇଲା ଖଣି ଗସ୍ତ କରିବ । ସେଠାକାର ପରିସ୍ଥିତି ଦେଖି ବୈଷୟିକ, ପରିବେଶ ଏବଂ ଆର୍ଥିକ ଦୃଷ୍ଟିରୁ ଏକ ତାପଜ ବିଦ୍ୟୁତ୍ କେନ୍ଦ୍ର ପ୍ରତିଷ୍ଠା କରାଯିବ । ଯାହା ସମ୍ବଳର ପାରଦର୍ଶୀ ବ୍ୟବହାର ସହ ଦୀର୍ଘସ୍ଥାୟୀ ହୋଇ ପାରିବ ।"
ବିଦ୍ୟୁତ୍ ଶକ୍ତିର ଚାହିଦା ବଢ଼ୁଥିବା ବେଳେ ସରକାର ବିଦ୍ୟୁତ୍ ଭିତ୍ତିଭୂମି ଉପରେ ଗୁରୁତ୍ଵ ଦେଇ କାମ କରୁଛନ୍ତି । ନୈନି କୋଇଲା ଖଣିରେ ପ୍ରସ୍ତାବିତ ପ୍ରକଳ୍ପ ପରିବହନ ଖର୍ଚ୍ଚ ହ୍ରାସ୍ କରିବା ସହ କ୍ଷମତା ବଢ଼ାଇବ ଏବଂ ରାଜ୍ୟର ଶକ୍ତି ସୁରକ୍ଷାକୁ ମଜଭୁତ୍ କରିବ ବୋଲି କହିଛନ୍ତି ତେଲଙ୍ଗାନା ଉପମୁଖ୍ୟମନ୍ତ୍ରୀ ।
ତେଲଙ୍ଗାନାର ପ୍ରସ୍ତାବକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ଵାଗତ କରିଛନ୍ତି । ବିଦ୍ୟୁତ୍ ବିଭାଗର ବରିଷ୍ଠ ଅଧିକାରୀଙ୍କ ଗସ୍ତ ପାଇଁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ଆଶ୍ଵାସନା ଦେଇଛନ୍ତି । ନୈନି କୋଇଲା ଖଣିରେ ତାପଜ ବିଦ୍ୟୁତ୍ କେନ୍ଦ୍ର ପ୍ରତିଷ୍ଠା ଓଡ଼ିଶା ଓ ତେଲଙ୍ଗାନା ମଧ୍ୟରେ ଏକ ବଡ଼ ପାର୍ଟନସିପ୍ ହେବ । ଯାହା ଶକ୍ତି କ୍ଷେତ୍ରରେ ଥିବା ଆହ୍ଵାନକୁ ମୁକାବିଲା କରିବା ସହ ସମ୍ବଳର ସୁବିନିଯୋଗ କରିବ ।
ଏଥିସହ ପଢ଼ନ୍ତୁ: AIକୁ ଓଡ଼ିଶା ସରକାରଙ୍କ ଗୁରୁତ୍ଵ; ପ୍ରାରମ୍ଭିକ ପର୍ଯ୍ୟାୟର ୫ଟି ବିଭାଗରେ କରାଯିବ କାର୍ଯ୍ୟକାରୀ
ଶକ୍ତି ବିଭାଗର ଓଡ଼ିଶା ଗସ୍ତ ପରେ ତେଲଙ୍ଗାନା ସରକାର ପ୍ରସ୍ତାବିତ ପ୍ରକଳ୍ପ ନେଇ ଆଗକୁ ବଢ଼ିବେ । ଭବିଷ୍ୟତର ଶକ୍ତି ପ୍ରକଳ୍ପ ପାଇଁ ଉଭୟ ଓଡ଼ିଶା ଓ ତେଲଙ୍ଗାନା ନୈନି କୋଇଲା ଖଣି ବେଶ୍ ମହତ୍ତ୍ଵ ରଖୁଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories