Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

eChallan / ଆଉ ଯିବାକୁ ପଡ଼ିବନି RTO, ଅନଲାଇନରେ ମିଳିବ eChallanରେ ରିହାତି ସୁବିଧା

Sushanta Sahoo
Browse all articles by Sushanta Sahoo
·9 months ago·2 min read
ଆଉ ଯିବାକୁ ପଡ଼ିବନି RTO, ଅନଲାଇନରେ ମିଳିବ eChallanରେ ରିହାତି ସୁବିଧା

Key Points

ଏବେ ମୋଟ ୨୪ଟି ଧାରା ପାଇଁ ଏହି ସୁବିଧା ଉପଲବ୍ଧ । ୩୧ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ଏହି ସମସ୍ତ ଧାରାରେ ଜାରି ହୋଇଥିବା ଇ-ଚାଲାଣକୁ ରିହାତିରେ ପୈଠ କରିହେବ ।

ଭୁବନେଶ୍ଵର: ବକେୟା ଥିବା ଟ୍ରାଫିକ ଇ-ଚାଲାଣର ସମାଧାନ ପାଇଁ ସରକାରଙ୍କ ଦ୍ୱାରା ଏକକାଳୀନ ପୈଠରେ ରିହାତି ଘୋଷଣା କରାଯାଇଛି । ପୂର୍ବରୁ ମୋଟର ଯାନ ଆଇନର ୧୭ଟି ଧାରା ପାଇଁ ଏହା ଲାଗୁ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଆଉ ୭ଟି ଧାରା ଏଥିରେ ସାମିଲ କରାଯାଇଛି । ଏବେ ମୋଟ ୨୪ଟି ଧାରା ପାଇଁ ଏହି ସୁବିଧା ଉପଲବ୍ଧ । ୩୧ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ଏହି ସମସ୍ତ ଧାରାରେ ଜାରି ହୋଇଥିବା ଇ-ଚାଲାଣକୁ ରିହାତିରେ ପୈଠ କରିହେବ ।

ଏବେ ଜନସାଧାରଣଙ୍କ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ଏକାକାଳୀନ ସମାଧାନ ଯୋଜନା ବା ଓଟିଏସ୍‌ (One-Time Settlement)ର ଲାଭ ଅନଲାଇନରେ ମଧ୍ୟ ଉପଲବ୍ଧ କରାଯାଇଛି । ଫଳରେ ରିହାତିରେ ଜରିମାନା ପୈଠ ପାଇଁ ଆଉ ଲୋକଙ୍କୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଆସିବାକୁ ହେବ ନାହିଁ ବୋଲି ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ।


ଏଥିସହ ପଢ଼ନ୍ତୁ: ନବୀନଙ୍କ ନାଁ ନେଇ BJD ନେତାଙ୍କୁ ଠକୁଥିଲେ ପାଣ୍ଡିଆନ୍‍, ଶ୍ରୀମୟୀ ଖୋଲିଦେଲେ ସବୁ ଗୁମର


ମନ୍ତ୍ରୀ କହିଛନ୍ତି, "ଇ-ଚାଲାଣ ପୈଠ ନ କଲେ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରହିଛି । ଭବିଷ୍ୟତରେ ମୋଟର ଯାନ ସମ୍ବନ୍ଧୀୟ ବିଭିନ୍ନ ସେବା ସହ ଗାଡ଼ିର ପଞ୍ଜିକରଣ ରଦ୍ଦ ଭଳି କାର୍ଯ୍ୟାନୁଷ୍ଠାନ ନିଆଯିବ । ବିଗତ କିଛି ବର୍ଷ ଧରି ଲକ୍ଷ ଲକ୍ଷ ସଂଖ୍ୟାରେ ମୋଟର ଯାନ ବ୍ୟବହାରକାରୀଙ୍କ ବିରୋଧରେ ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନକାରୀଙ୍କୁ ଜାରି ଇ-ଚାଲାଣ ବକେୟା ରହିଛି । ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ବକେୟା ଇ-ଚାଲାଣ ପୈଠ ପାଇଁ ସରକାର ଏକ ସୁଯୋଗ ଦେଇଛନ୍ତି । ଯେଉଁଠି ସେମାନେ ନିଜର ସବୁତକ ବକେୟା ଏକାସାଥୀରେ ପୈଠ କରି ୫୦ ପ୍ରତିଶତ ଯାଏଁ ରିହାତି ପାଇ ପାରିବେ ।"

ଘରେ ବସି ଏହି ଇ-ଚାଲାଣ ପୈଠ କରିବାକୁ ପରିବହନ ବିଭାଗ ବ୍ୟବସ୍ଥା କରିଛି । ଏଥିପାଇଁ ୱେବସାଇଟ୍ ହେଉଛି- https://echallan.parivahan.gov.in/ । ଏହି ୱେବସାଇଟରେ କ୍ଲିକ୍ କରି Pay Online ବିକଳ୍ପ କ୍ଲିକ୍ କରିବା ପରେ ଚାଲାଣ ସଂଖ୍ୟା କିମ୍ବା ଗାଡ଼ି ନମ୍ବର ଦେଇ ଓଟିପି ଭରିଲେ ଆପଣଙ୍କ ବକେୟା ଚାଲାଣର ବିବରଣୀ ଏବଂ ପୈଠ କରିବାର ବିକଳ୍ପ ଦେଖିପାରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏଥିସହ ପଢ଼ନ୍ତୁ: ୧୮ ଲକ୍ଷ ଖର୍ଚ୍ଚ ପରେ ଧୋକା; ଦେଖା କରିବାକୁ ଡାକି ମୁହଁକୁ ଛେଚି ବ୍ୟାରେଜ୍‌ ତଳେ ଫିଙ୍ଗିଦେଲା


ଏହି ଯୋଜନା ଅଧୀନରେ ଲାଗୁ ହୋଇଥିବା ୨୪ଟି ଧାରା ମଧ୍ୟରେ ବିନା ହେଲମେଟ୍, ବିନା ସିଟବେଲ୍ଟ, ବିନା ଡ୍ରାଇଭିଂ ଲାଇସେନ୍ସ, ବିନା ଇନସ୍ୟୁରାନ୍ସ ଭଳି ନିୟମ ଉଲ୍ଲଙ୍ଘନ ସାମିଲ ରହିଛି । ରାଜ୍ୟ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବାଣିଜ୍ୟ ଓ ପରିବହନ ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା ୧୭ ସେପ୍ଟେମ୍ବରରେ ୧୭ଟି ଧାରା ଉଲ୍ଲେଖ ଥିବା ବିଜ୍ଞପ୍ତି ଓ ପରେ ୯ ଅକ୍ଟୋବରରେ ଅନ୍ୟଏକ ବିଜ୍ଞପ୍ତି ଆଧାରରେ ଏଥିରେ ଆଉ ୭ଟି ଧାରା ସାମିଲ ହୋଇଛି । ବିଜ୍ଞପ୍ତି ପ୍ରକାଶର ୬ ମାସ ଯାଏଁ ଯୋଜନା ବୈଧ ରହିବ ।

Related Topics

Explore more stories

Sponsored
Odisha Govt Offers 50% Rebate on Pending Traffic E-Challans | Argus News | Argus News