Videos
|
Odisha

Train Cancelled / ଟ୍ରେନ୍ ଟ୍ରାକ୍‌ରେ ଚାଲୁଛି ପାଣି; ବାତିଲ୍ ହେଲା ବ୍ରହ୍ମପୁର ଦେଇ ଯିବାକୁ ଥିବା ଏସବୁ ଟ୍ରେନ୍

Sushanta Sahoo
Browse all articles by Sushanta Sahoo
·18 mins ago·2 min read
ଟ୍ରେନ୍ ଟ୍ରାକ୍‌ରେ ଚାଲୁଛି ପାଣି; ବାତିଲ୍ ହେଲା ବ୍ରହ୍ମପୁର ଦେଇ ଯିବାକୁ ଥିବା ଏସବୁ ଟ୍ରେନ୍
Several Trains Cancelled in Odisha

Key Points

ରେଳ ଟ୍ରାକ୍ ଉପରେ ପାଣି ଜମି ରହିଛି । ଦକ୍ଷିଣତଟ ରେଳପଥର ଇଚ୍ଛାପୁରମ ଏବଂ ଝାଡ଼ୁପୁଡ଼ି ସେକ୍ସନ୍ ମଧ୍ୟରେ ଟ୍ରାକ୍‌ରେ ପାଣି ସହ ରେଳ ଓଭର ବ୍ରିଜ୍ ଉପରେ ପାଣିର ସୁଅ ରହିଛି । ଫଳରେ ରେଲୱେ ପକ୍ଷରୁ ୧୬ଟି ଟ୍ରେନ୍‌କୁ ବାତିଲ୍ କରି ଦିଆଯାଇଛି ।
ଭୁବନେଶ୍ଵର: ବାତ୍ୟା 'ଅର୍ଣ୍ଣବ'ରେ ଆନ୍ଧ୍ରପ୍ରଦେଶ ସହ ଦକ୍ଷିଣ ଓଡ଼ିଶା ପ୍ରଭାବିତ ହୋଇଛି । ବାତ୍ୟା ୨ ଦିନ ପରେ ବି ରେଳ ଟ୍ରାକ୍ ଉପରେ ପାଣି ଜମି ରହିଛି । ଦକ୍ଷିଣତଟ ରେଳପଥର ଇଚ୍ଛାପୁରମ ଏବଂ ଝାଡ଼ୁପୁଡ଼ି ସେକ୍ସନ୍ ମଧ୍ୟରେ ଟ୍ରାକ୍‌ରେ ପାଣି ସହ ରେଳ ଓଭର ବ୍ରିଜ୍ ଉପରେ ପାଣିର ସୁଅ ରହିଛି ।

ଫଳରେ ରେଲୱେ ପକ୍ଷରୁ ୧୬ଟି ଟ୍ରେନ୍‌କୁ ବାତିଲ୍ କରି ଦିଆଯାଇଛି । ଏସବୁ ଟ୍ରେନ୍ ମଧ୍ୟରୁ ଅଧିକାଂଶ ବ୍ରହ୍ମପୁର ଦେଇ ବିଜୟନଗରମ୍ ଓ ବିଶାଖାପାଟଣମ୍ ଯାଇଥାଏ । ଏଥିସହ ଟ୍ରାକ୍‌ରେ ପାଣି ପାଇଁ ରେଲୱେ କେତକ ଟ୍ରେନ୍‌କୁ ବ୍ରହ୍ମପୁର ଠାରୁ ଆଂଶିକ ବାତିଲ୍ କରିଛି ।

ଏଥିସହ ପଢ଼ନ୍ତୁ: ଗୋଟିଏ ପରିବାରର ୩ ଜଣଙ୍କ ମୃ*ତ୍ୟୁ; ଶୋକ ପ୍ରକାଶ ସହ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ 

ବାତିଲ୍ ହୋଇଥିବା ଟ୍ରେନ୍

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଟ୍ରେନ୍ ନମ୍ବର 68033 ଝାରସୁଗୁଡ଼ା - ସମ୍ବଲପୁର ପାସେଞ୍ଜର
ଟ୍ରେନ୍ ନମ୍ବର 08045 ଶାଲିମର - ଚାର୍ଲାପାଲି ସ୍ପେଶାଲ୍
ଟ୍ରେନ୍ ନମ୍ବର 18525 ବ୍ରହ୍ମପୁର - ବିଶାଖାପାଟନମ୍ ଏକ୍ସପ୍ରେସ
ଟ୍ରେନ୍ ନମ୍ବର 58531 ବ୍ରହ୍ମପୁର - ବିଶାଖାପାଟନମ୍ ପାସେଞ୍ଜର
ଟ୍ରେନ୍ ନମ୍ବର 18118 ଗୁଣୁପୁର - ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ
ଟ୍ରେନ୍ ନମ୍ବର 18448 ଜଗଦଲପୁର - ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ
ଟ୍ରେନ୍ ନମ୍ବର 68034 ସମ୍ବଲପୁର - ଝାରସୁଗୁଡ଼ା ପାସେଞ୍ଜର
ଟ୍ରେନ୍ ନମ୍ବର 68032 ସମ୍ବଲପୁର - ଝାରସୁଗୁଡ଼ା ପାସେଞ୍ଜର ଯାତ୍ରୀ
ଟ୍ରେନ୍ ନମ୍ବର 20838 ଜୁନାଗଡ଼ ରୋଡ୍ - ଭୁବନେଶ୍ୱର ସୁପରଫାଷ୍ଟ ଏକ୍ସପ୍ରେସ
ଟ୍ରେନ୍ ନମ୍ବର 18418 ଗୁଣୁପୁର - ପୁରୀ ଏକ୍ସପ୍ରେସ
ଟ୍ରେନ୍ ନମ୍ବର 20854 MGR ଚେନ୍ନାଇ ସେଣ୍ଟ୍ରାଲ୍ - ଭୁବନେଶ୍ୱର ଏକ୍ସପ୍ରେସ
ଟ୍ରେନ୍ ନମ୍ବର 17480 ତିରୁପତି - ପୁରୀ ଏକ୍ସପ୍ରେସ
ଟ୍ରେନ୍ ନମ୍ବର 58532 ବିଶାଖାପାଟନମ୍-ବ୍ରହ୍ମପୁର ପାସେଞ୍ଜର
ଟ୍ରେନ୍ ନମ୍ବର 68031 ଝାରସୁଗୁଡା - ସମ୍ବଲପୁର ପାସେଞ୍ଜର
ଟ୍ରେନ୍ ନମ୍ବର 58531 ବ୍ରହ୍ମପୁର - ବିଶାଖାପାଟନମ୍ ପାସେଞ୍ଜର
ଟ୍ରେନ୍ ନମ୍ବର 12842 MGR ଚେନ୍ନାଇ ସେଣ୍ଟ୍ରାଲ୍-ହାୱରା କରମଣ୍ଡଳ ଏକ୍ସପ୍ରେସ

ଆଂଶିକ ବାତିଲ୍ ହୋଇଥିବା ଟ୍ରେନ୍

ଟ୍ରେନ୍ ନମ୍ବର 68445 କଟକ - ପଲାସା ମେମୁ: ବ୍ରହ୍ମପୁର ପର୍ଯ୍ୟନ୍ତ ଯିବ
ଟ୍ରେନ୍ ନମ୍ବର 68419 ଭୁବନେଶ୍ୱର - ପଲାସା ମେମୁ: ବ୍ରହ୍ମପୁର ପର୍ଯ୍ୟନ୍ତ ଯିବ
ଟ୍ରେନ୍ ନମ୍ବର 68420 ପଲାସା - ଭୁବନେଶ୍ୱର MEMU: ବ୍ରହ୍ମପୁରରୁ ଛାଡ଼ିବ
ଟ୍ରେନ୍ ନଂ ୬୮୪୩୪ ଗୁଣୁପୁର–କଟକ MEMU: ସୁମ୍ମାଦେବୀରୁ ଛାଡ଼ିବ
ଟ୍ରେନ୍ ନଂ ୬୮୪୪୬ ପଲାସା–କଟକ MEMU: ବ୍ରହ୍ମପୁରରୁ ଛାଡ଼ିବ

ଏଥିସହ ପଢ଼ନ୍ତୁ: ଗଞ୍ଜାମରେ ବର୍ଷାର ତାଣ୍ଡବ, ୨୮ ହଜାରରୁ ଅଧିକ ଲୋକ ସ୍ଥାନାନ୍ତର 

ଏସବୁ ଟ୍ରେନ୍‌କୁ ଆଜି ଅକ୍ଟୋବର ୩୦ ତାରିଖ ପାଇଁ ସମ୍ପୂର୍ଣ୍ଣ ବାତିଲ୍ କିମ୍ବା ଆଂଶିକ ବାତିଲ୍ କରାଯାଇଛି । ଯାତ୍ରୀମାନେ ଯାତ୍ରା ପୂର୍ବରୁ ଟ୍ରେନ୍ ତଥ୍ୟ NTES କିମ୍ବା ଭାରତୀୟ ରେଲୱେର ୱେବସାଇଟ୍ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି ।