Videos
|
Odisha

Investment in Odisha / ଓଡ଼ିଶାରେ ୨ ଲକ୍ଷ ୪୩ ହଜାର ୧୬୨ କୋଟି ଟଙ୍କାର ନିବେଶ ପ୍ରସ୍ତାବ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଓଡ଼ିଶାରେ ୨ ଲକ୍ଷ ୪୩ ହଜାର ୧୬୨ କୋଟି ଟଙ୍କାର ନିବେଶ ପ୍ରସ୍ତାବ
₹2.43 Lakh Crore Investment in Odisha

Key Points

ବିଦେଶରୁ ଆସିବ ନିବେଶ, ସୃଷ୍ଟି ହେବ ନିଯୁକ୍ତି
ୟୁଏଇରେ ତିନି ଦିନିଆ ନିବେଶ କସରତ
୨ ଲକ୍ଷ ୪୩ ହଜାର ୧୬୨ କୋଟି ଟଙ୍କାର ନିବେଶ ପ୍ରସ୍ତାବ
୬ ଲକ୍ଷ ୧୮ ହଜାର ୭୨୫ ନିଯୁକ୍ତି ସମ୍ଭାବନା
 
ଭୁବନେଶ୍ଵର: ୟୁଏଇରେ ପ୍ରସ୍ତୁତ ହେଲା ଓଡ଼ିଶାର ବିକାଶ ପାଇଁ ବ୍ଲୁ ପ୍ରିଣ୍ଟ୍ । ତିନି ଦିନିଆ ୟୁଏଇ ଗସ୍ତ କରି ପୁଞ୍ଜିନିବେଶ ଆଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆସିବ ୨ ଲକ୍ଷ ୪୩ ହଜାର ୧୬୨ କୋଟି ଟଙ୍କାର ନିବେଶ, ସୃଷ୍ଟି ହେବ ୬ ଲକ୍ଷ ୧୮ ହଜାର ୭୨୫ ନିଯୁକ୍ତି । ଶିଳ୍ପ ସମୃଦ୍ଧ ସହ ବିକଶିତ ଓଡ଼ିଶା ପାଇଁ ଦୁବାଇରେ ପଡ଼ିଲା ମୂଳଦୂଆ ।

ୟୁଏଇରେ ପଡ଼ିଲା ବିକଶିତ ଓଡ଼ିଶା ନକ୍ସାର ମୂଳଦୂଆ । ବିଦେଶ ମାଟିରୁ ରାଜ୍ୟ ବିକାଶର ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଟ୍ । ପୁଞ୍ଜି ଆଣିବାକୁ ୟୁଏଇ ଯାଇ ବଡ଼ ସଫଳତା ପାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆବୁଧାବି ଏବଂ ଦୁବାଇରେ ଅନୁଷ୍ଠିତ ତିନିଦିନିଆ କାର୍ଯ୍ୟକ୍ରମରେ ୫୨ଟି ୱାନ୍-ଅନ୍-ୱାନ୍ ନିବେଶକ ବୈଠକ ଏବଂ ରାଉଣ୍ଡ ଟେବୁଲ୍ ଆଲୋଚନା ପରେ ୧୬ଟି ବୁଝାମଣାପତ୍ର ଏବଂ ପୁଞ୍ଜିନିବେଶ ପ୍ରସ୍ତାବ ସ୍ୱାକ୍ଷରିତ ହୋଇଛି ।

ଏଥିସହ ପଢ଼ନ୍ତୁ: ଓଡ଼ିଶାରେ ₹୨.୧୦ ଲକ୍ଷ କୋଟି ନିବେଶ ପାଇଁ UAEରୁ ଆସିଲା ପ୍ରସ୍ତାବ; ୮ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ସମ୍ଭାବନା 

ଦୁବାଇରେ ଅନୁଷ୍ଠିତ 'ଓଡ଼ିଶା ନିବେଶକ ସମ୍ମିଳନୀ- ୟୁଏଇ ୨୦୨୬'ରେ ପ୍ରାୟ ୪ ଶହ ବିଜନେସ୍ ଲିଡର, ନିବେଶକ ଏବଂ ୟୁଏଇ ବିଜନେସ କମ୍ୟୁନିଟିର ସଦସ୍ୟମାନେ ଯୋଗ ଦେଇଥିଲେ । ପର୍ଯ୍ୟଟନ, ଲଜିଷ୍ଟିକ୍ସ, ପୁଞ୍ଜିନିବେଶ, ଏଲ୍‌ଏନ୍‌ଜି ସଂରକ୍ଷଣ, ଗ୍ରୀନ୍ ଏନର୍ଜି, ଏଆଇ ଏବଂ ଡାଟା ସେଣ୍ଟର, ରେୟାର୍ ଆର୍ଥସ୍, ଜାହାଜ ମରାମତି, ପ୍ରପେଲାଣ୍ଟ ଉତ୍ପାଦନ, ସାର ଓ ରାସାୟନିକ ପଦାର୍ଥ, ଗୃହ ନିର୍ମାଣ, ଇସ୍ପାତ ଏବଂ ଇସ୍ପାତ ସମ୍ବନ୍ଧୀୟ ଶିଳ୍ପ ନେଇ ଆଲୋଚନା ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରୋଡ୍‌ ଶୋ’ ସହିତ ମୁଖ୍ୟମନ୍ତ୍ରୀ ୟୁଏଇର ଅଗ୍ରଣୀ ବିଜନେସ୍ ଲିଡର ଏବଂ ନିବେଶକମାନଙ୍କ ସହିତ ୱାନ୍-ଟୁ-ୱାନ୍ ବୈଠକ କରିଥିଲେ । ଯାହା ପ୍ରକଳ୍ପ ସୁଯୋଗ, ଉତ୍ପାଦନ ଭିତ୍ତିଭୂମି, ମୂଲ୍ୟବୃଦ୍ଧି, ଟେକ୍ନୋଲୋଜି ସହଭାଗିତା ଏବଂ ଓଡ଼ିଶାରେ ଦୀର୍ଘକାଳୀନ ନିବେଶ ଉପରେ ଫୋକସ ଥିଲା । ନିବେଶକ ବୈଠକ ପରେ ମୁଖ୍ୟମନ୍ତ୍ରୀ ଦୁବାଇରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ମଧ୍ୟ ଭେଟିଥିଲେ ।

ପ୍ରଥମ ଦିନରେ 'ଇଣ୍ଡିଆନ୍ ବିଜନେସ୍ ଆଣ୍ଡ ପ୍ରଫେସନାଲ୍ ଗ୍ରୁପ୍' ଓ ଓଡ଼ିଶାରେ ଏକ ପେଟ୍ରୋ-କେମିକାଲ ଡାଉନ୍‌ଷ୍ଟ୍ରିମ୍ ଇକୋସିଷ୍ଟମର ସମ୍ଭାବ୍ୟ ବିକାଶ ନେଇ 'ବୋରୁଜ୍' ସହିତ ଆଲୋଚନା ହୋଇଥିଲା ।

ଏଥିସହ ପଢ଼ନ୍ତୁ: ଫଳ ଉପରେ କେମିକାଲ ବ୍ୟବହାର ପଡ଼ିଲା ମହଙ୍ଗା, ୨୦ କେଜି କଦଳୀ ଜବତ, ଜରିମାନା ଲାଗୁ 

ଦ୍ୱିତୀୟ ଦିନରେ ଆଇ.ଟି, କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ, ଷ୍ଟିଲ ଏବଂ ଡାଉନଷ୍ଟ୍ରିମ୍ ମାନୁଫାକ୍ଚରିଂ ନେଇ ଆଲୋଚନା ହୋଇଥିଲା । ଏହି ଅବସରରେ ନିବେଶକମାନଙ୍କୁ ସକ୍ରିୟ ସହଯୋଗ ଏବଂ ପ୍ରତିଷ୍ଠାନଗତ ସହଯୋଗ ପ୍ରଦାନ କରିବାକୁ ଆଶ୍ୱାସନା ଦେଇଥିଲେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ ।

ୟୁଏଇରେ ଓଡ଼ିଶାର 'ଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦ' ସାମଗ୍ରୀଗୁଡ଼ିକୁ ମଧ୍ୟ ପ୍ରଦର୍ଶିତ ହୋଇଥିଲା । ୟୁଏଇରୁ ପୁଞ୍ଜି ନିବେଶ ଆସିଲେ ଓଡ଼ିଶା ସମୃଦ୍ଧ, ଶିଳ୍ପଗତ ଭାବେ ଶକ୍ତିଶାଳୀ ହେବ ।