Videos
|
Odisha

Vasundhara Yojana New Rules / ଏବେ ଅଧିକ ପରିବାର ପାଇପାରିବେ ଘର କରିବାକୁ ଜାଗା; ବଦଳିଲା ବସୁନ୍ଧରା ଯୋଜନାର ନିୟମ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଏବେ ଅଧିକ ପରିବାର ପାଇପାରିବେ ଘର କରିବାକୁ ଜାଗା; ବଦଳିଲା ବସୁନ୍ଧରା ଯୋଜନାର ନିୟମ
Odisha Vasundhara Yojana New Rules

Key Points

ଭୂମିହୀନଙ୍କ ପାଇଁ ଖୁସି ଖବର
ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି
ବଢିଲା ବାସହୀନ ପରିବାର ଆୟ ସୀମା
ଭୁବନେଶ୍ଵର: ଭୂମିହୀନଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାର ନେଲେ ବଡ ନିଷ୍ପତ୍ତି । ବଢିଲା ବାସହୀନ ପରିବାର ଆୟ ସୀମା । ବାର୍ଷିକ ଦେଢ ଲକ୍ଷ ଯାଏଁ ଆୟ ଥିଲେ ବି ମିଳିବ ସରକାରୀ ଜମି ମିଳିବ । ଫଳରେ ଅଧିକ ଲୋକେ ଏହି ଯୋଜନାର ଲାଭ ଉଠାଇପାରିବେ । ଅନ୍ୟପଟେ ଆସନ୍ତାକାଲି ବଲାଙ୍ଗୀରରୁ ପିଏମ ଆବାସର ଶୁଭାରମ୍ଭ ହେବାକୁ ଯାଉଛି ।

  • ଆୟ ସୀମା ୧ ଲକ୍ଷରୁ ବଢ଼ି ହେଲା ଦେଢ଼ ଲକ୍ଷ ଟଙ୍କା
ବସୁନ୍ଧରା ଯୋଜନାରେ ହିତାଧିକାରୀଙ୍କ ଯୋଗ୍ୟତାକୁ ନେଇ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ପୂର୍ବରୁ ପରିବାରର ବାର୍ଷିକ ଆୟ ୧ ଲକ୍ଷ ଟଙ୍କାରୁ କମ୍ ଥିଲେ ହିଁ ବସୁନ୍ଧରା ଯୋଜନାରେ ଘରଡିହ ପାଇବାର ସୁଯୋଗ ଥିଲା । ହେଲେ ଏବେ ସେହି ସୀମାକୁ ବଢ଼ାଇ ୧ ଲକ୍ଷ ୫୦ ହଜାର ଟଙ୍କା କରିଛନ୍ତି ସରକାର । ଏହି ପରିବର୍ତ୍ତନ ଦ୍ୱାରା ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀଙ୍କ ସମେତ ଅନେକ ନିମ୍ନ ଆୟକାରୀ ପରିବାର ଉପକୃତ ହେବେ । ପୂର୍ବରୁ ୪ ଡେସିମିଲ୍‌ରୁ କମ୍ ଘରଡିହ ଥିବା ପରିବାରକୁ ଏହି ଯୋଜନାରେ ସାମିଲ କରିବାକୁ ନିୟମକୁ କୋହଳ କରିଥିଲେ ସରକାର । ଏବେ ଆୟ ସୀମାକୁ ବୃଦ୍ଧି ପାଇଁ ହୋଇଛି ନିଷ୍ପତ୍ତି।

  • ରାତି ପାହିଲେ ମିଳିବ ଆବାସ
ଆଉ ଏକ ବଡ କଥା ହେଉଛି, ରାତି ପାହିଲେ ମିଳିବ ଆବାସ । ଏଥିପାଇଁ ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂ ଚୌହାନ । ବଲାଙ୍ଗୀର ଜିଲ୍ଲା ମୁଖ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତରେ ଗରିବ ହିତାଧିକାରୀଙ୍କୁ ପକ୍କା ଘର ବଣ୍ଟାଯିବ । ଆବେଦନକାରୀଙ୍କ ଅପେକ୍ଷାର ଅନ୍ତ ଘଟାଇ ପ୍ରଥମ ପର୍ଯ୍ୟାୟରେ ୭ ଲକ୍ଷ ଘର ବାଣ୍ଟିବେ ସରକାର । ବର୍ତ୍ତମାନ କେନ୍ଦ୍ର ସରକାରଙ୍କଠାରୁ ପିଏମ ଆବାସରେ ୪ ଲକ୍ଷ ୨୫ ହଜାର ଘର ମଞ୍ଜୁର ହୋଇଛି ।

  • ଅନ୍ତୋଦ୍ୟୟରେ ବି ଘର ବଣ୍ଟାଯିବ
ସେହିପରି ଅନ୍ତୋଦ୍ୟୟରେ ୨ ଲକ୍ଷ ୯୧ ହଜାର ୬୬୬ ଘର କାଲି ବଣ୍ଟନ ହେବ । ଅର୍ଥାତ୍ ଆସନ୍ତାକାଲି ୭ ଲକ୍ଷ ୧୬ ହଜାର ଘର ଦିଆଯିବ । ପୂର୍ବରୁ ଅନ୍ତୋଦ୍ୟୟ ଯୋଜନାରେ ଦେଢ ଲକ୍ଷ ଘର ଆବଣ୍ଟିତ କରିଛନ୍ତି ରାଜ୍ୟସରକାର । ବଲାଙ୍ଗୀରରେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମର ରାଜ୍ୟର ସମସ୍ତ ଜିଲ୍ଲା, ବ୍ଲକ ମୁଖ୍ୟାଳୟରେ ଏହାର ସିଧା ପ୍ରସାରଣ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ବରଗଡ଼କୁ ରାଜ୍ୟ ସରକାରଙ୍କ ବଡ଼ ଭେଟି; ୧୫ଟି ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ

ନୂଆ ସରକାର ଆସିବା ପରେ ଆବାସ ପାଇଁ ଅନ୍‌ଲାଇନ୍ ଜରିଆରେ ପ୍ରାୟ ଦେଢ ବର୍ଷ ଭିତରେ ୩୭ ଲକ୍ଷ ଲୋକଙ୍କୁ ଏହି ଯୋଜନାରେ ପଞ୍ଜୀକୃତ କରାଯାଇଛି । ଚାଷୀଙ୍କୁ ଇନପୁଟ ସବସିଡ, ମହିଳାଙ୍କୁ ସୁଭଦ୍ରା, ବରିଷ୍ଠ ନାଗରିକଙ୍କ ଭତ୍ତା ପରେ ଏବେ ଜମି ଆଉ ଆବାସ । ନିର୍ବାଚନ ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବାକୁ ଲାଗି ପଡ଼ିଛନ୍ତି ଡବଲ ଇଞ୍ଜିନ ସରକାର ।