Odisha Vehicle RC Cancelled / ଓଡ଼ିଶାରେ ୨୦ ଲକ୍ଷ ଗାଡ଼ିର RC ବାତିଲ, ଆପଣଙ୍କ ଗାଡ଼ିର RC ବାତିଲ ହୋଇନି ତ ?
·1 hour ago·2 min read

Key Points
୨୦ ଲକ୍ଷ ଗାଡ଼ି ରାସ୍ତାରୁ ହଟିବ
ନୂଆ ନିୟମ ଆଣିଲା କେନ୍ଦ୍ର
୩୦ ଲକ୍ଷ ଗାଡ଼ି ଏବେ ବିପଦରେ !
ନୂଆ ନିୟମ ଆଣିଲା କେନ୍ଦ୍ର
୩୦ ଲକ୍ଷ ଗାଡ଼ି ଏବେ ବିପଦରେ !
୨୦ ଲକ୍ଷ ଗାଡ଼ିର ଆରସି ବାତିଲ । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ଆଣିଛି ନୂଆ ନିୟମ । ଭେଇକିଲ କ୍ଲାସିଫକେସନ୍ ନୀତିରେ କାଗଜପତ୍ର ନବୀକରଣ ହୋଇ ନଥିବା ଗାଡ଼ି ଗୁଡ଼ିକ ରାସ୍ତାରେ ଚାଲିପାରିବ ନାହିଁ । ଓଡ଼ିଶାରେ ୨୦ ଲକ୍ଷ ଗାଡ଼ିର କାଗଜପତ୍ର ନବୀକରଣ ହୋଇ ନଥିବାରୁ ଏହାର ଆରସି ବା ପଞ୍ଜୀକରଣ ସାର୍ଟିଫିକେଟ୍ ବାତିଲ କରାଯାଇଛି ।
କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ନୂଆ ଯାନ ବର୍ଗୀକରଣ ନୀତି ଅନୁସାରେ ଓଡ଼ିଶାର ପ୍ରାୟ ୨୦ ଲକ୍ଷରୁ ଅଧିକ ଗାଡ଼ିକୁ ‘ପରମାନେଣ୍ଟ ଆର୍କାଇଭ୍’କୁ ସ୍ଥାନାନ୍ତର କରାଯାଇଛି । ଆବଶ୍ୟକ ଦସ୍ତାବିଜ ନବୀକରଣ ନହେବାରୁ ଏହି ଗାଡ଼ିଗୁଡ଼ିକର ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ ବାତିଲ ହୋଇଥିବା ଜଣାପଡ଼ିଛି । RC ବାତିଲ ହୋଇଥିବା ଗାଡ଼ିଗୁଡ଼ିକ ରାସ୍ତାରେ ଚଳାଚଳ କଲେ ତାହା ଆଇନ ବିରୋଧୀ ହେବ । ନୂଆ ନୀତି ଅନୁସାରେ ଦସ୍ତାବିଜର ସ୍ଥିତି ସମେତ ବିଭିନ୍ନ ମାନଦଣ୍ଡ ଆଧାରରେ ଗାଡ଼ିଗୁଡ଼ିକୁ ୪ଟି ବର୍ଗରେ ବିଭକ୍ତ କରାଯାଉଛି ।
VAHAN ଡାଟାବେସ୍ରେ ଥିବା ଗାଡ଼ିର ତଥ୍ୟ, ମିଆଦ ପୂରିଥିବା ଓ ନବୀକରଣ ହୋଇନଥିବା ଦସ୍ତାବିଜ ଆଦିକୁ ଆଧାର କରି ଏହି ପ୍ରକ୍ରିୟା ଚାଲିଛି । ତେଣୁ ଗାଡ଼ି ମାଲିକମାନେ ଶୀଘ୍ର ନିଜ ଗାଡ଼ିର RC, ବୀମା, PUC ଏବଂ ଅନ୍ୟାନ୍ୟ ଆବଶ୍ୟକ ଦସ୍ତାବିଜ ଅପଡେଟ୍ କରିନିଅନ୍ତୁ ବୋଲି STA କମିଶନର ଅମିତାଭ ଠାକୁର କହିଛନ୍ତି ।
ଅଧିକ ପଢ଼ନ୍ତୁ: ଏକାଥରେ ମିଳିବ ୨୫,୦୦୦; ଆସନ୍ତାକାଲି ମିଳିବ ସୁଭଦ୍ରା ଟଙ୍କା
କେନ୍ଦ୍ର ସରକାରଙ୍କ ଭେଇକିଲ କ୍ଲାସିଫକେସନ୍ ନୀତି ଅନୁସାରେ ଗାଡ଼ି ଗୁଡିକ ୪ ଭାଗରେ ବିଭକ୍ତ କରାଯାଇଛି ।
କ୍ୟାଟେଗୋରୀ ୧-ଯେଉଁ ଗାଡିର ସମ୍ପୂର୍ଣ୍ଣ କାଗଜ ପତ୍ର ଠିକ୍ ଅଛି
କ୍ୟାଟେଗାରୀ ୨-ଯେଉଁ ଗାଡିର କିଛି କାଗଜପତ୍ର ଠିକ୍ ରହିଛି
କ୍ୟାଟେଗୋରୀ ୩-ଯେଉଁ ଗାଡିର କିଛି ଦିନ ହେବ କାଗଜପତ୍ର ଠିକ୍ କରି ନାହାନ୍ତି
କ୍ୟାଟେଗୋରୀ ୪-ଯେଉଁ ଗାଡିର କାଗଜପତ୍ର ଦୁଇରୁ ତିନି ବର୍ଷ ହେବ ଠିକ୍ କରି ନାହାନ୍ତି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଓଡ଼ିଶାରେ ୩୦ଲକ୍ଷ ଗାଡ଼ିକୁ ‘ଟେମ୍ପୋରାରୀ ଆର୍କାଇଭ୍’ରେ ରଖାଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଆବଶ୍ୟକ ଦସ୍ତାବିଜ ନବୀକରଣ ନକଲେ ଏହି ଗାଡ଼ିଗୁଡ଼ିକର RC ମଧ୍ୟ ବାତିଲ ହୋଇପାରେ ।
ରାଜ୍ୟରେ ୧ କୋଟି ୧୦ ଲକ୍ଷ ଗାଡି ଭିତରୁ ମାତ୍ର ୪୦ ଲକ୍ଷ ଗାଡିର ସମସ୍ତ କାଗଜପତ୍ର ଠିକ୍ ରହିଛି । ଗାଡ଼ି ମାଲିକମାନେ ଗାଡ଼ିର ୧୫ ବର୍ଷ ହୋଇଥିଲେ ବି ଆଉ ନବୀକରଣ କରୁନାହାନ୍ତି । ଯାହାଫଳରେ ଏହି ସମସ୍ତ ଗାଡ଼ିର ପଞ୍ଜିକରଣ ବାତିଲ ହୋଇଛି ।
ରାଜ୍ୟରେ ୧ କୋଟି ୧୦ ଲକ୍ଷ ଗାଡି ଭିତରୁ ମାତ୍ର ୪୦ ଲକ୍ଷ ଗାଡିର ସମସ୍ତ କାଗଜପତ୍ର ଠିକ୍ ରହିଛି । ଗାଡ଼ି ମାଲିକମାନେ ଗାଡ଼ିର ୧୫ ବର୍ଷ ହୋଇଥିଲେ ବି ଆଉ ନବୀକରଣ କରୁନାହାନ୍ତି । ଯାହାଫଳରେ ଏହି ସମସ୍ତ ଗାଡ଼ିର ପଞ୍ଜିକରଣ ବାତିଲ ହୋଇଛି ।
Related Topics
Explore more stories