Subhadra 5th Kisti / ଏକାଥରେ ମିଳିବ ୨୫,୦୦୦; ଆସନ୍ତାକାଲି ମିଳିବ ସୁଭଦ୍ରା ଟଙ୍କା
·1 hour ago·2 min read

Key Points
ଆସନ୍ତାକାଲି ମିଳିବ ସୁଭଦ୍ରାର ୫ମ କିସ୍ତି
ନୟାଗଡ଼ରୁ ସୁଭଦ୍ରା ଟଙ୍କା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ
ନୟାଗଡ଼ରୁ ସୁଭଦ୍ରା ଟଙ୍କା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଆସନ୍ତାକାଲି ମିଳିବ ସୁଭଦ୍ରାର ୫ମ କିସ୍ତି । ନୟାଗଡ଼ରୁ ସୁଭଦ୍ରାର ପଞ୍ଚମ କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇ ଟଙ୍କା ପ୍ରଦାନ କରିବେ । ପ୍ରାୟ ୧କୋଟି ୦୧ ଲକ୍ଷ ୯୯ ହଜାର ୧୧୯ ମହିଳାଙ୍କ ଖାତାକୁ ଯିବ ପଞ୍ଚମ କିସ୍ତିର ପାଞ୍ଚ ହଜାର ଟଙ୍କା । ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆସନ୍ତାକାଲି ସୁଭଦ୍ରାର ପଞ୍ଚମ କିସ୍ତି ଦେବେ ସରକାର । ଏଯାଏଁ ଚାରୋଟି କିସ୍ତିରେ ୧ କୋଟିରୁ ଅଧିକ ମହିଳାଙ୍କ ଖାତାକୁ ଯାଇଛି ୨୦ ହଜାର ୬୪୮ କୋଟି ୬୩ ଲକ୍ଷ ଟଙ୍କା ।
ପଢନ୍ତୁ ଏହି ଖବର: ସୁଭଦ୍ରା ଟଙ୍କାକୁ ନେଇ ଆସିଲା ବଡ଼ ଖବର; ଏଥର ଏହି ମହିଳାଙ୍କୁ ମିଳିବ ୫ଟି କିସ୍ତି
ଓଡ଼ିଶା ସରକାର ୨୦୨୬-୨୭ ବଜେଟରେ ଏହି ଯୋଜନା ପାଇଁ ୧୦,୧୪୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି, ଯେଉଁଥିରେ ପ୍ରଥମ ୪ଟି କିସ୍ତି ମାଧ୍ୟମରେ ୨୦,୬୪୮ କୋଟି ଟଙ୍କାରୁ ଅଧିକ ୧ କୋଟିରୁ ଅଧିକ ମହିଳାଙ୍କୁ ହସ୍ତାନ୍ତର କରାଯାଇସାରିଛି । ଏହି ପଦକ୍ଷେପ ମହିଳା ସଶକ୍ତିକରଣ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । ତେବେ ସବୁଠୁ ବଡ଼ କଥା ହେଉଛି, ଯେଉଁମାନେ ଜମାରୁ ସୁଭଦ୍ରା ଟଙ୍କା ପାଇନାହାନ୍ତି ବା ନୂଆ ଯୋଗ୍ୟ ହିତାଧିକାରୀଙ୍କୁ ଆସନ୍ତାକାଲି ଏକାଥରେ ୫ଟି କିସ୍ତିର ୨୫,୦୦୦ ଟଙ୍କା ମିଳିବ ।
- ୨୦,୬୦୦ କୋଟି ଟଙ୍କା ବାଣ୍ଟି ସାରିଲେଣି ସରକାର
- ୫ ବର୍ଷରେ ୫୦,୦୦୦ ପାଇବେ ମହିଳା
ପଢନ୍ତୁ ଏହି ଖବର: ସୁଭଦ୍ରା ଟଙ୍କାକୁ ନେଇ ଆସିଲା ବଡ଼ ଖବର; ଏଥର ଏହି ମହିଳାଙ୍କୁ ମିଳିବ ୫ଟି କିସ୍ତି
ଓଡ଼ିଶା ସରକାର ୨୦୨୬-୨୭ ବଜେଟରେ ଏହି ଯୋଜନା ପାଇଁ ୧୦,୧୪୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି, ଯେଉଁଥିରେ ପ୍ରଥମ ୪ଟି କିସ୍ତି ମାଧ୍ୟମରେ ୨୦,୬୪୮ କୋଟି ଟଙ୍କାରୁ ଅଧିକ ୧ କୋଟିରୁ ଅଧିକ ମହିଳାଙ୍କୁ ହସ୍ତାନ୍ତର କରାଯାଇସାରିଛି । ଏହି ପଦକ୍ଷେପ ମହିଳା ସଶକ୍ତିକରଣ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । ତେବେ ସବୁଠୁ ବଡ଼ କଥା ହେଉଛି, ଯେଉଁମାନେ ଜମାରୁ ସୁଭଦ୍ରା ଟଙ୍କା ପାଇନାହାନ୍ତି ବା ନୂଆ ଯୋଗ୍ୟ ହିତାଧିକାରୀଙ୍କୁ ଆସନ୍ତାକାଲି ଏକାଥରେ ୫ଟି କିସ୍ତିର ୨୫,୦୦୦ ଟଙ୍କା ମିଳିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories