Videos
|
Odisha

Vigilance Arrest / ନକଲି ବିଲ୍ ପ୍ରସ୍ତୁତ କରି ହରିଲୁଟ୍‌; ଭିଜିଲାନ୍ସ ଜାଲରେ ସାତକୋଶିଆ DFO କାର୍ଯ୍ୟାଳୟର ବରିଷ୍ଠ ସହାୟକ

Debashree Debasmita Sahoo
Browse all articles by Debashree Debasmita Sahoo
·50 mins ago·2 min read
ନକଲି ବିଲ୍ ପ୍ରସ୍ତୁତ କରି ହରିଲୁଟ୍‌; ଭିଜିଲାନ୍ସ ଜାଲରେ ସାତକୋଶିଆ DFO କାର୍ଯ୍ୟାଳୟର ବରିଷ୍ଠ ସହାୟକ
Vigilance Arrests Senior Assistant of Satkosia DFO Office

Key Points

ନକଲି ବିଲ୍ ପ୍ରସ୍ତୁତ କରି ଲୁଟୁଥିଲେ
୧.୨୩ କୋଟି ଟଙ୍କା ଆତ୍ମସାତ୍ କରିଛନ୍ତି
ଧରାପଡ଼ିଲେ DFO କାର୍ଯ୍ୟାଳୟର ବରିଷ୍ଠ ସହାୟକ
ଭୁବନେଶ୍ଵର: ଧରାପଡ଼ିଲେ ଫେରାର ସରକାରୀ ବାବୁ । ଅତି ଚତୁରତାର ସହ ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କା ଆତ୍ମସାତ୍ କରିଥିଲେ । ଗତ ମାସେ ଧରି ସରକାରୀ କର୍ମଚାରୀଙ୍କୁ ଖୋଜୁଥିଲା ଓଡ଼ିଶା ଭିଜିଲାନ୍ସ । ଶେଷରେ ବାଟରୁ ଧରାପଡ଼ିଛନ୍ତି କୋଟି କୋଟି ଟଙ୍କା ଖାଇଥିବା ଡିଏଫଓ କାର୍ଯ୍ୟାଳୟର ବରିଷ୍ଠ ସହାୟକ । ୧ କୋଟି ୨୩ ଲକ୍ଷ ଟଙ୍କା ଆତ୍ମସାତ୍ କରିବା ଘଟଣାରେ ସାତକୋଶିଆ ବନ୍ୟପ୍ରାଣୀ ବିଭାଗ DFO କାର୍ଯ୍ୟାଳୟର ବରିଷ୍ଠ ସହାୟକ ଅଜୟ କୁମାର ନାଏକଙ୍କୁ ଗିରଫ କଲା ଭିଜିଲାନ୍ସ ।

  • ନକଲି ବିଲ୍ କରି ଲୁଟୁଥିଲେ ବିପୁଳ ଟଙ୍କା
HRMS ପୋର୍ଟାଲରେ ନକଲି ବିଲ୍ ପ୍ରସ୍ତୁତ କରି ୧.୨୩ କୋଟି ଟଙ୍କା ଆତ୍ମସାତ୍ କରିବା ଘଟଣାରେ ସାତକୋଶିଆ ବନ୍ୟପ୍ରାଣୀ ବିଭାଗର DFO କାର୍ଯ୍ୟାଳୟର ବରିଷ୍ଠ ସହାୟକ ଗିରଫ । ଡିଏଫଓ କାର୍ଯ୍ୟାଳୟର 'ଏଷ୍ଟାବ୍ଲିସମେଣ୍ଟ ସେକ୍ସନରେ କାର୍ଯ୍ୟରତ ଥିଲେ ବରିଷ୍ଠ ସହାୟକ ଅଜୟ କୁମାର ନାଏକ । ୧.୨୩ କୋଟି ଟଙ୍କାରୁ ଅଧିକ ଅର୍ଥ ଆତ୍ମସାତ୍ ହୋଇଥିବା ଘଟଣା ସାମ୍ନାକୁ ଆସିବା ପରେ, ନାଏକ ଅକ୍ଟୋବର ୨୦୨୬ଠାରୁ ଫେରାର ଥିଲେ । ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ତାଙ୍କ ଗତିବିଧି ଉପରେ କଡ଼ା ନଜର ରଖିଥିଲା ଏବଂ ଗତକାଲି ରାତିରେ ଅନୁଗୋଳ ସହରରେ ଏକ କାର୍ ଯୋଗେ ନିଜ ଘରକୁ ଯାଉଥିବା ସମୟରେ ତାଙ୍କୁ କାବୁ କରିଥିଲା ।

  • ଅନ୍ୟ କର୍ମଚାରୀଙ୍କ ନାଁରେ କରୁଥିଲେ ବିଲ୍
ସରକାରୀ ପାଣ୍ଠିରୁ ୧.୨୩ କୋଟି ଟଙ୍କାରୁ ଅଧିକ ଅର୍ଥ ଆତ୍ମସାତ୍ କରାଯାଇଥିବା ଅଭିଯୋଗ ଆଧାରରେ, ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା । ଭିଜିଲାନ୍ସର ବିସ୍ତୃତ ତଦନ୍ତରୁ ଜଣାପଡ଼ିଛି ଯେ, 'ଏଷ୍ଟାବ୍ଲିସମେଣ୍ଟ ସେକ୍ସନ୍'ରେ କାର୍ଯ୍ୟରତ ଥିବା ସମୟରେ ନାଏକ ସୁଚିନ୍ତିତ ଭାବେ ସରକାରୀ ଅର୍ଥ ହଡ଼ପ କରିଥିଲେ । ଉକ୍ତ ବିଭାଗରେ କର୍ମଚାରୀମାନଙ୍କ ଦରମା, ବ୍ୟବହାର ହୋଇନଥିବା ଛୁଟି ବାବଦ ଅର୍ଥ ଏବଂ ବକେୟା ରାଶି ଆଦି ପ୍ରକ୍ରିୟାକରଣ କରିବାର ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିଲା ।

ପଢନ୍ତୁ ଏହି ଖବର: ଜମି କିସମ ପରିବର୍ତ୍ତନ ପାଇଁ ଲାଞ୍ଚ ନେଉଥିଲେ ତହସିଲଦାର; ମାଡ଼ି ବସିଲା ଭିଜିଲାନ୍ସ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ଆଜି କୋର୍ଟରେ ହାଜର କଲା ଭିଜିଲାନ୍ସ
ତଦନ୍ତରୁ ଜଣାପଡ଼ିଛିଯେ ୧,୨୩,୫୨,୫୪୭ ବା ଏକ କୋଟି ତେଇଶ ଲକ୍ଷ ବାଉନ ହଜାର ପାଞ୍ଚ ଶହ ସତଚାଳିଶ ଟଙ୍କା ଆତ୍ମସାତ୍ କରିଛନ୍ତି । କଟକ ଭିଜିଲାନ୍ସ ଥାନାରେ ମାମଲା ନଂ ୪୪/୨୦୨୬ ରୁଜୁ କରାଯାଇଛି । ତାଙ୍କୁ ଆଜି କୋର୍ଟରେ ହାଜର କରାଯାଉଛି । ଚତୁରତାର ସହ ଚୋରି କରିଥିବା ସରକାରୀ ବାବୁଙ୍କ କଳା କାରନାମା ଏବେ ପଦାରେ ପଡ଼ିଛି ।