Vigilance Raid / ଜମି କିସମ ପରିବର୍ତ୍ତନ ପାଇଁ ଲାଞ୍ଚ ନେଉଥିଲେ ତହସିଲଦାର; ମାଡ଼ି ବସିଲା ଭିଜିଲାନ୍ସ
·20 mins ago·2 min read

Key Points
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ତହସିଲଦାର ଚନ୍ଦନ କୁମାର ନାୟକ ଲାଞ୍ଚ ନେଇ ଧରା ପଡ଼ିଛନ୍ତି । ୧୨ ହଜାର ଟଙ୍କା ଲାଞ୍ଚ ନେବାବେଳେ ଚନ୍ଦନଙ୍କୁ ଭିଜିଲାନ୍ସ ଧରିଛି ।
ଭବାନୀପାଟଣା (କଳାହାଣ୍ଡି): ଭିଜିଲାନ୍ସ ଜାଲରେ ତହସିଲଦାର । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ତହସିଲଦାର ଚନ୍ଦନ କୁମାର ନାୟକ ଲାଞ୍ଚ ନେଇ ଧରା ପଡ଼ିଛନ୍ତି । ୧୨ ହଜାର ଟଙ୍କା ଲାଞ୍ଚ ନେବାବେଳେ ଚନ୍ଦନଙ୍କୁ ଭିଜିଲାନ୍ସ ଧରିଛି । ଚନ୍ଦନ ନାୟକ ହେଉଛନ୍ତି ୨୦୨୦ ବ୍ୟାଚ୍ର OAS ଅଧିକାରୀ ।
ଚନ୍ଦନ କୁମାର ନାୟକ OPSC ଦ୍ଵାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୨୦୨୩ରେ ଚାକିରିରେ ଯୋଗ ଦେଇଥିଲେ । ଏବେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ ଚନ୍ଦନ କୁମାର ନାୟକ ।
ଏଥିସହ ପଢ଼ନ୍ତୁ: ସୁନା, ରୁପା ସହ କେଉଁ ଜିଲ୍ଲାରେ ଅଛି କେତେ ଖଣିଜ ସମ୍ପଦ ? ବିଧାନସଭାରେ ତଥ୍ୟ ଦେଲେ ମନ୍ତ୍ରୀ
ଜଣେ ଆବେଦନକାରୀ ତାଙ୍କ ଚାଷ ଜମିର କିସମ ପରିବର୍ତ୍ତନ କରି ଘରବାରୀ କରିବାକୁ ଆବେଦନ କରିଥିଲେ । ଜମି କିସମ ପରିବର୍ତ୍ତନ ପାଇଁ ତହସିଲଦାର ୧୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଆଉ ଡ୍ରାଇଭରଙ୍କ ସହ ମିଶି ତହସିଲଦାର ଚନ୍ଦନ କୁମାର ନାୟକ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ।
ଗୁରୁବାର ଲାଞ୍ଚ ଟଙ୍କା ନେବାବେଳେ ଭିଜିଲାନ୍ସ ଚନ୍ଦନଙ୍କୁ ଧରିଛି । ଏନେଇ କୋରାପୁଟ ଭିଜିଲାନ୍ସ ଥାନାରେ ୨୦୨୬/୨୬ରେ ମାମଲା ରୁଜୁ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତହସିଲଦାର ଚନ୍ଦନଙ୍କ ସହ ଡ୍ରାଇଭର ପଙ୍କଜ ସିପକାଙ୍କ ବାସଭବନରେ ଭିଜିଲାନ୍ସ ଟିମ୍ ଛାନଭିନ୍ କରୁଛି ।
ଜିଲ୍ଲା କୃଷି ଅଧିକାରୀ ଗିରଫ
ଦିନକ ପୂର୍ବରୁ ଭିଜିଲାନ୍ସ ବାଲେଶ୍ଵର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଶ୍ଵଜିତ୍ ପଣ୍ଡା ଏବଂ ପୂର୍ବତନ ଜିଲ୍ଲା କୃଷି ଅଧିକାରୀ ସରୋଜ ଗିରିଙ୍କୁ ଗିରଫ କରିଥିଲା । ଏକ NGO ଶକ୍ତି ଶିକ୍ଷାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତୁଷାର କାନ୍ତ ବେହେରାଙ୍କୁ ଗିରଫ କରିଥିଲା । CRFM ସ୍କିମ୍ରେ ୨୫ ଲକ୍ଷ ୩ ହଜାର ଟଙ୍କା ହଡ଼ପ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି ।
ଏଥିସହ ପଢ଼ନ୍ତୁ: ଆସିଲା ତାଲିକା; ୨୦୨୭ରେ ୮୨ ଦିନ ବନ୍ଦ ରହିବ ସ୍କୁଲ, ଏହି ଦିନଠୁ ହେବ ଖରା ଛୁଟି
ଏହି ଅର୍ଥରେ ଚାଷୀ ସଶକ୍ତିକରଣ ପାଇଁ ଆସିଥିଲା । ତେବେ ଚାଷୀଙ୍କୁ ସଚେତନ ପାଇଁ ଆସିଥିବା ଅର୍ଥରେ କୌଣସି କାର୍ଯ୍ୟ ନ କରି ସମସ୍ତ ଅର୍ଥ ଆତ୍ମସାତ୍ କରି ନେଇଥିଲେ । ଏନେଇ ବାଲେଶ୍ଵର ଭିଜିଲାନ୍ସ ମାମଲାରେ ରୁଜୁ ହୋଇଥିବା ବେଳେ ୩ ଜଣଙ୍କୁ ଜେଲ୍ ପଠାଯାଇଛି ।

In this connection, Koraput Vigilance P.S. Case No. 26/2026 has been registered under Section 7 of the Prevention of Corruption (Amd) Act, 2018. Searches on at locations of the Tahsildar and driver Pankaj Sipka on DA angle. Investigation is in progress.
— Odisha Vigilance (@OdishaVigilance) November 19, 2026
ଗୁରୁବାର ଲାଞ୍ଚ ଟଙ୍କା ନେବାବେଳେ ଭିଜିଲାନ୍ସ ଚନ୍ଦନଙ୍କୁ ଧରିଛି । ଏନେଇ କୋରାପୁଟ ଭିଜିଲାନ୍ସ ଥାନାରେ ୨୦୨୬/୨୬ରେ ମାମଲା ରୁଜୁ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତହସିଲଦାର ଚନ୍ଦନଙ୍କ ସହ ଡ୍ରାଇଭର ପଙ୍କଜ ସିପକାଙ୍କ ବାସଭବନରେ ଭିଜିଲାନ୍ସ ଟିମ୍ ଛାନଭିନ୍ କରୁଛି ।
ଜିଲ୍ଲା କୃଷି ଅଧିକାରୀ ଗିରଫ
ଦିନକ ପୂର୍ବରୁ ଭିଜିଲାନ୍ସ ବାଲେଶ୍ଵର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଶ୍ଵଜିତ୍ ପଣ୍ଡା ଏବଂ ପୂର୍ବତନ ଜିଲ୍ଲା କୃଷି ଅଧିକାରୀ ସରୋଜ ଗିରିଙ୍କୁ ଗିରଫ କରିଥିଲା । ଏକ NGO ଶକ୍ତି ଶିକ୍ଷାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତୁଷାର କାନ୍ତ ବେହେରାଙ୍କୁ ଗିରଫ କରିଥିଲା । CRFM ସ୍କିମ୍ରେ ୨୫ ଲକ୍ଷ ୩ ହଜାର ଟଙ୍କା ହଡ଼ପ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି ।
ଏଥିସହ ପଢ଼ନ୍ତୁ: ଆସିଲା ତାଲିକା; ୨୦୨୭ରେ ୮୨ ଦିନ ବନ୍ଦ ରହିବ ସ୍କୁଲ, ଏହି ଦିନଠୁ ହେବ ଖରା ଛୁଟି
ଏହି ଅର୍ଥରେ ଚାଷୀ ସଶକ୍ତିକରଣ ପାଇଁ ଆସିଥିଲା । ତେବେ ଚାଷୀଙ୍କୁ ସଚେତନ ପାଇଁ ଆସିଥିବା ଅର୍ଥରେ କୌଣସି କାର୍ଯ୍ୟ ନ କରି ସମସ୍ତ ଅର୍ଥ ଆତ୍ମସାତ୍ କରି ନେଇଥିଲେ । ଏନେଇ ବାଲେଶ୍ଵର ଭିଜିଲାନ୍ସ ମାମଲାରେ ରୁଜୁ ହୋଇଥିବା ବେଳେ ୩ ଜଣଙ୍କୁ ଜେଲ୍ ପଠାଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: