Videos
|
Odisha

Vigilance Trap / ବିଲ୍ ପାସ୍ ପାଇଁ ଠିକାଦାରଙ୍କ ଠାରୁ ୩ ଲକ୍ଷ ଲାଞ୍ଚ, ଘରୁ ମିଳିଲା ଆଉ ନଗଦ ୪ ଲକ୍ଷ

Sushanta Sahoo
Browse all articles by Sushanta Sahoo
·16 mins ago·2 min read
ବିଲ୍ ପାସ୍ ପାଇଁ ଠିକାଦାରଙ୍କ ଠାରୁ ୩ ଲକ୍ଷ ଲାଞ୍ଚ, ଘରୁ ମିଳିଲା ଆଉ ନଗଦ ୪ ଲକ୍ଷ
Odisha Engineer Arrested, ₹7.15 Lakh Cash Seized

Key Points

ଶନିବାର ଅନୁପମାଙ୍କ ସରକାରୀ ଗାଡ଼ିରୁ ଭିଜିଲାନ୍ସ ୩ ଲକ୍ଷ ୧୫ ହଜାର ଟଙ୍କା ଜବତ କରିଥିଲା । କାର୍ଯ୍ୟାଳୟରୁ ଫେରିବା ବାଟରେ ଯନ୍ତ୍ରୀଙ୍କ ଗାଡ଼ିରୁ ଲକ୍ଷାଧିକ ଟଙ୍କା ପାଇଥିଲା ଭିଜିଲାନ୍ସ ।
କଟକ: ବନ୍ଧା ହେଲେ କେନ୍ଦ୍ରାପଡା ଡ୍ରେନେଜ୍ ଡିଭିଜନ ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ ଇଞ୍ଜିନିୟର ଅନୁପମା ସାହୁ । ଶନିବାର ଅନୁପମାଙ୍କ ସରକାରୀ ଗାଡ଼ିରୁ ଭିଜିଲାନ୍ସ ୩ ଲକ୍ଷ ୧୫ ହଜାର ଟଙ୍କା ଜବତ କରିଥିଲା । କାର୍ଯ୍ୟାଳୟରୁ ଫେରିବା ବାଟରେ ଯନ୍ତ୍ରୀଙ୍କ ଗାଡ଼ିରୁ ଲକ୍ଷାଧିକ ଟଙ୍କା ପାଇଥିଲା ଭିଜିଲାନ୍ସ ।

ଯାହା ପରେ ଅନୁପମାଙ୍କ ବିଭିନ୍ନ ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ । ଚଢାଉ ବେଳେ ଅନୁପମାଙ୍କ ଘରୁ ଆଉ ନଗଦ ଚାରି ଲକ୍ଷ ଟଙ୍କା ମିଳିଥିଲା । ଏଥି ସହିତ ତାଙ୍କ ନାମରେ ୫ଟି ଦାମିକା ପ୍ଲଟ୍, ୬୩ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ, ଗୋଟିଏ ଫ୍ଲାଟ୍, ଦୁଇଟି ଦୋକାନ, ଗୋଟିଏ ବଡ଼ ଷ୍ଟିଲ ସାମଗ୍ରୀ ଦୋକାନ ଠାବ ହୋଇଛି ।

ଏଥିସହ ପଢ଼ନ୍ତୁ: ପଞ୍ଚାୟତ ପରେ ପରେ ବାଜିବ ପୌର ବିଗୁଲ୍; ସଜବାଜ ହେଲେଣି ୩ ପ୍ରମୁଖ ଦଳ 

ଯାହା ପରେ ଭିଜିଲାନ୍ସ ଅନୁପମାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ୨୦୦୪ ମସିହାରେ ଜଣେ ଜୁନିୟର ଇଞ୍ଜିନିୟର ଭାବେ ଚାକିରିରେ ଯୋଗ ଦେଇଥିଲେ । ୨୦୧୬ ମସିହାରେ ସେ ପଦୋନ୍ନତି ପାଇଥିବା ଏଭଳି ବେଆଇନ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ଚଢ଼ାଉ ବେଳେ ଜଣାପଡ଼ିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଶନିବାର କାର୍ଯ୍ୟାଳୟରୁ ନୟନବିହାର ସ୍ଥିତ ବାସଭବନକୁ ଯାଉଥିବା ବେଳେ ମାର୍ଶାଘାଇ କ୍ରସିଂ, NH-53A ନିକଟରେ ତାଙ୍କ ସରକାରୀ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା ଭିଜିଲାନ୍ସ । ଯାଞ୍ଚ ସମୟରେ ଅନୁପମାଙ୍କ ସରକାରୀ ଗାଡ଼ିରୁ ୩ ଲକ୍ଷ ୧୫ ହଜାର ଟଙ୍କା ମିଳିଥିଲା । ପରେ ତାଙ୍କ ବାସଭବନରେ ଯାଞ୍ଚ ବେଳେ ଆଉ ୪ ଲକ୍ଷ ଟଙ୍କା ନଗଦ ମିଳିଥିଲା ।

ଏଭଳି ଭାବେ ଅନୁପମାଙ୍କ ଠାରୁ ମୋଟ ୭ ଲକ୍ଷ ୧୫ ହଜାର ଟଙ୍କା ଜବତ କରାଯାଇଛି । ଜବତ ନଗଦ ଟଙ୍କାର ଉତ୍ସ ସମ୍ପର୍କରେ ଅନୁପମା ସନ୍ତୋଷଜନକ ଉତ୍ତର ନ ଦେଇ ପାରିବାରୁ ଭିଜିଲାନ୍ସ ଗିରଫ କରିଛି । ଅନୁପମାଙ୍କ ଦୁହୁରିଆ ସ୍ଥିତ ଭଡ଼ା ଘର, ମାର୍ଶାଘାଇ କାର୍ଯ୍ୟାଳୟ, ଅନୁଗୁଳ ସ୍ଥିତ ବାପଘର ଏବଂ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜିରିଡାମାଳିସ୍ଥିତ ଶାଶୂ ଘରେ ମଧ୍ୟ ଭିଜିଲାନ୍ସ ରେଡ୍ କରିଥିଲା ।

ଏଥିସହ ପଢ଼ନ୍ତୁ: ସନ୍ଧ୍ୟାରେ ବସି ଏକାଠି ମଦ ପିଇଲେ; ପୁଣି ଲଢ଼ିଲେ, ଚାଲିଗଲା ୱାର୍ଡ ମେମ୍ବରଙ୍କ ଜୀବନ 

ମିଳିଥିବା ସୂଚନା ଅନୁସାରେ, ଠିକାଦାରଙ୍କ ବିଲ୍ ପାସ୍ କରାଇବା ପାଇଁ ଲାଞ୍ଚ ନେଉଥିଲେ ଅନୁପମା । ଜଳ ନିଷ୍କାସନ (ଡ୍ରେନେଜ) ବିଭାଗ ମାର୍ଶାଘାଇରେ କାର୍ଯ୍ୟରତ ଥିଲେ ଅନୁପମା । ମାର୍ଶାଘାଇ ବିଭାଗ ଅଧିନରେ ଏଷ୍ଟିମେଟର ଓ ମହାକାଳପଡ଼ା ବିଭାଗର SDO ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ ।