Vigilance Raid / ପ୍ଳଟ୍ ପରେ ପ୍ଳଟ୍ କିଣୁଥିଲେ ABEO; ଭିଜିଲାନ୍ସ ରେଡ୍ରୁ ମିଳିଲା ବିପୁଳ ସୁନା ଗହଣା
·1 hour ago·2 min read

Key Points
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ । ମିଳିଲା ୧୯ରୁ ଅଧିକ ଦାମୀ ପ୍ଳଟ୍ ସହ ୩ଟି ବହୁତଳ କୋଠା । ଧର୍ମଶାଳା ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ଜୟଦେବ ଜେନାଙ୍କ ୭ଟି ସ୍ଥାନରେ ଭିଜିଲାନ୍ସ ରେଡ୍ ଜାରି ରଖିଛି ।
ଭୁବନେଶ୍ଵର: ଖୋଜୁଛି ଭିଜିଲାନ୍ସ, ମିଳୁଛି ଅମାପ ଧନ । ଯାଜପୁର ଜିଲ୍ଲା ଧର୍ମଶାଳା ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ (ABEO) ଜୟଦେବ ଜେନାଙ୍କ ୭ଟି ସ୍ଥାନରେ ଭିଜିଲାନ୍ସ ରେଡ୍ ଜାରି ରଖିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଚାଲିଥିବା ବେଳେ ମିଳିଛି ୧୯ରୁ ଅଧିକ ଦାମୀ ପ୍ଳଟ୍ ସହ ୩ଟି ବହୁତଳ କୋଠା ।
ରେଡ୍ ବେଳେ ଭିଜିଲାନ୍ସ ଗୋଟିଏ ୪ ଚକିଆ ସହ ବିପୁଳ ସୁନା ଗହଣା ଠାବ କରିଛି । ଜୟଦେବ ଓ ତାଙ୍କ ପରିବାର ନାଁରେ ଭୁବନେଶ୍ଵରର ପାତ୍ରପଡ଼ାରେ ୪୩୦୦ ସ୍କୋୟାର୍ ଫୁଟ୍ର ୩ ମହଲା କୋଠା, ଗଞ୍ଜାମର ପି. ନୂଆଗାଁରେ ୩୮୫୦ ସ୍କୋୟାର୍ ଫୁଟ୍ର ଦୁଇ ମହଲା କୋଠା ଓ ୭୧୦୦ ସ୍କୋୟାରଫୁଟର ଆଉ ଏକ କୋଠା ଠାବ ହୋଇଛି ।
ଏଥିସହ ପଢ଼ନ୍ତୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ABEOଙ୍କ ୭ଟି ସ୍ଥାନରେ ଭିଜିଲାନ୍ସ ରେଡ୍
ଭୁବନେଶ୍ଵର ଓ ଗଞ୍ଜାମରେ ୧୯ ପ୍ଳଟ୍
ଭିଜିଲାନ୍ସର ଯାଞ୍ଚ ବେଲେ ଜୟଦେବ ଓ ତାଙ୍କ ସମ୍ପର୍କୀୟଙ୍କ ନାଁରେ ୧୯ଟି ଦାମ ପ୍ଳଟ୍ ଥିବା ଜଣାପଡ଼ିଛି । ଏସବୁ ପ୍ଳଟ୍ ଭୁବନେଶ୍ଵର ସହ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଓ କୋଦଳା ଅଞ୍ଚଳରେ ରହିଛି । ପ୍ଳଟ୍ ଗୁଡ଼ିକର ମୂଲ୍ୟାଙ୍କନ ଭିଜିଲାନ୍ସ ପକ୍ଷରୁ ଜାରି ରହିଛି । ସେହିଭଳି ଠାବ କୋଠାଗୁଡ଼ିକର ମୂଲ୍ୟାୟନ କରୁଛି ଭିଜିଲାନ୍ସର ଟେକ୍ନିକାଲ୍ ୱିଙ୍ଗ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହାର ଦେଖି ଭିଜିଲାନ୍ସ ତାଜୁବ୍
ଚଢ଼ାଉ ବେଳେ ଜୟଦେବଙ୍କ ଘରୁ ବିପୁଳ ପରିମାଣର ସୁନା ଗହଣା ମିଳିଛି । ସୁନା ଶଙ୍ଖା ସହ କାନ ଫୁଲ ଓ ଏକାଧିକ ହାର ମିଳିଛି । ରୂପା ଗ୍ଳାସ ସହ ଦାମୀ ହାତ ଘଣ୍ଟା ଲାଗିଛି ଭିଜିଲାନ୍ସ ହାତରେ । ଠାବ ହୋଇଥିବା ସ୍ଵର୍ଣ୍ଣ ଅଳଙ୍କାରର ଓଜନ ଭିଜିଲାନ୍ସ ପକ୍ଷରୁ କରାଗଲା ପରେ ବିସ୍ତୃତ ତଥ୍ୟ ଜଣାପଡ଼ିବ ।
ସେହିଭଳି ଜୟଦେବଙ୍କ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ସହ ବୀମା ଦସ୍ତାବିଜ୍ ଭିଜିଲାନ୍ସ ପାଇଛି । କେଉଁଠି କେତେ ଜମା ରହିଛି ତାର ହିସାବ ଚାଲିଛି । ଗୋଟିଏ କାର ସହ ୨ଟି ଦୁଇ ଚକିଆ ଯାନ ଠାବ କରାଯାଇଛି । ଏବେବି ରେଡ୍ ଜାରି ରହିଥିବାରୁ ସମ୍ପତ୍ତିର ପରିମାଣ ବଢ଼ିବା ଆକଳନ କରାଯାଉଛି ।
ଏଥିସହ ପଢ଼ନ୍ତୁ: ଶେଷରେ ହଳଦୀ ଏବଂ ଲଙ୍କାଗୁଣ୍ଡ ବି ଅପମିଶ୍ରିତ: କାରଖାନାରେ ଚଢ଼ାଉ
ଭୁବନେଶ୍ୱର, ଗଞ୍ଜାମ ଓ ଯାଜପୁରର ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଏହି ରେଡ୍ କରିଛି । ଚଢ଼ାଉରେ ୩ ଜଣ ଅତିରିକ୍ତ ଏସ୍ପି, ୪ ଜଣ ଡିଏସ୍ପି ଓ ୯ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ୍ ଅଛନ୍ତି । ଗଞ୍ଜାମର ବୁରୁଝରିରେ ଥିବା ସମ୍ପର୍କୀୟଙ୍କ ଘର, ଭୁବନେଶ୍ୱର ଖଣ୍ଡଗିରିର ଜନନୀ ବିହାରରେ ଥିବା ସମ୍ପର୍କୀୟଙ୍କ ଘର, ଯାଜପୁର ଜାରକାରେ ଥିବା ଭଡ଼ା ଘର ଏବଂ ତାଙ୍କ ଅଫିସ୍ ଚାମ୍ବରରେ ମଧ୍ୟ ଚାଲିଛି ଛାନଭିନ ।

Related Topics
Explore more stories