Videos
|
Politics

Door to door Survey / ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି; ଟିମ୍‌ରେ ରହିବେ BLO, ଅଙ୍ଗନବାଡ଼ି, ଆଶା କର୍ମୀ

Debashree Debasmita Sahoo
Browse all articles by Debashree Debasmita Sahoo
·6 hours ago·2 min read
ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି; ଟିମ୍‌ରେ ରହିବେ BLO, ଅଙ୍ଗନବାଡ଼ି, ଆଶା କର୍ମୀ
Door to door survey

Key Points

ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତିକୁ ନେଇ ପ୍ରେସମିଟ୍‌
ଅକ୍ଟୋବରରୁ ଘରକୁ ଘର ଯାଇ କରାଯିବ ସର୍ଭେ
ଜୁଲାଇ ୩୧ ସୁଦ୍ଧା ବିଭିନ୍ନ ଟିମ୍‌ ଗଠନ କରାଯିବ
ଭୁବନେଶ୍ଵର: ରାଜ୍ୟରେ ପଂଚାୟତ ଏବଂ ପୌର ନିର୍ବାଚନ ପ୍ରସ୍ତୁତି ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ବଡ ବୈଠକ ପରେ ସଚିବ ସନ୍ତୋଷ କୁମାର ଦାସ ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ବୈଠକ ହୋଇଛି । ୨୦୨୭ ମସିହାରେ ହେବାକୁ ଥିବା ପଂଚାୟତ ଏବଂ ପୌର ନିର୍ବାଚନ ପ୍ରସ୍ତୁତି ନେଇ ଆଲୋଚନା ହୋଇଛି । ଅକ୍ଟୋବରରୁ ଘରକୁ ଘର ବୁଲି ଭୋଟର ସର୍ଭେ କରାଯିବ । ଜୁଲାଇ ୩୧ ସୁଦ୍ଧା ଗଠନ ହେବ ଭିନ୍ନ ଭିନ୍ନ ଟିମ । ଟିମରେ ରହିବେ ବିଏଲଓ, ଅଙ୍ଗନବାଡି ଓ ଆଶାକର୍ମୀ ।

  • ୬,୭୯୪ ପଂଚାୟତରେ ହେବ ନିର୍ବାଚନ
ରାଜ୍ୟ ନିର୍ବାଚନ ଆୟୋଗ ଓ୍ବାର୍ଡ ସ୍ତରୀୟ ଭୋଟର ତାଲିକା ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି । ରାଜ୍ୟରେ ୬,୭୯୪ ପଂଚାୟତ, ୮୫୩ ଜିଲ୍ଲାପରିଷଦ ଏବଂ ୯୧,୯୧୩ ଓ୍ବାର୍ଡରେ ହେବ ନିର୍ବାଚନ । ଅକ୍ଟେୋବର ମାସରେ ପଂଚାୟତ ନିର୍ବାଚନ ପାଇଁ ୯୧,୯୧୩ ଓ୍ବାର୍ଡରେ ଘର ଘର ବୁଲି ଭୋଟର ତାଲିକା ପ୍ରସ୍ତୁତି କରିବେ । ସର୍ଭେ ପାଇଁ ଏହି ମାସ ଶେଷ ସୁଦ୍ଧା ଟିମ୍ ଗଠନ ହେବ ।

  • ଅକ୍ଟୋବରରୁ ଡୋର-ଟୁ-ଡୋର ସର୍ଭେ
ଆସନ୍ତା ଅକ୍ଟୋବର ମାସରୁ ଘରକୁ ଘର ବୁଲି ଭୋଟର ତାଲିକା ପ୍ରସ୍ତୁତ ହେବ । ନଭେମ୍ବର ମାସ ପର୍ଯ୍ୟନ୍ତ ଚାଲିବ ସର୍ଭେ । ୨୦୨୭ ଫେବୃଆରୀ ୧୦ ତାରିଖ ସୁଦ୍ଧା ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଏପ୍ରିଲ ଶେଷ ସପ୍ତାହ କିମ୍ବା ମେ ମାସ ଆରମ୍ଭରୁ ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ପ୍ରସ୍ତୁତ ହେଉଛନ୍ତି । ବାଲାଟ ବକ୍ସ ମରାମତି ଏବଂ ନୂଆ ଇଭିଏମ୍ ପାଇଁ ପ୍ରସ୍ତୁତ କରାଯାଉଛି ।

ପଢନ୍ତୁ ଏହି ଖବର: ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି; ଜିଲ୍ଲାପାଳମାନଙ୍କ ସହ କାଲି ରାଜ୍ୟ ନିର୍ବାଚନ ଆୟୋଗଙ୍କ ବୈଠକ

ଦୁଇଟି ସ୍ଥାନରେ ଭୋଟର ତାଲିକାରେ ନାଁ ଥିଲେ ଡି ଡୁପ୍ଲିକେଟ ଟୁଲ୍ ମାଧ୍ୟମରେ ଏହାକୁ ଖାରଜ କରାଯିବ । କେବଳ ଗୋଟିଏ ସ୍ଥାନରେ ଭୋଟର ତାଲିକା ରହିବ । ଏହି ପଦକ୍ଷେପ ଭାରତୀୟ ନିର୍ବାଚନ ଆୟୋଗ ନେଇଛନ୍ତି । ଓଡ଼ିଶାରେ ଏହାକୁ ଚଳିତ ଥର କାର୍ଯ୍ୟକାରୀ କରାଯିବ ।

  • ଏପ୍ରିଲ-ମେ'ରେ ବଡ଼ ଲଢ଼େଇ
ଆସନ୍ତା ବର୍ଷ ୨୦୨ ଏପ୍ରିଲ କିମ୍ବା ମେ’ରେ ବଡ଼ ଫାଇଟ୍ । ପଞ୍ଚାୟତ ସାଙ୍ଗରେ ହେବ ପୌର ନିର୍ବାଚନ । ମୋଟ ୧୪୩ ପୌରାଞ୍ଚଳ ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ଚିଠା ବିଜ୍ଞପ୍ତି । ଅକ୍ଟୋବରରୁ ପ୍ରସ୍ତୁତ ହେବ ଭୋଟର ତାଲିକା । ନେତାଙ୍କ ଦଳବଦଳ ଭିତରେ ଭୋଟ୍ ରାଜନୀତି ସରଗରମ ହୋଇଛି । କମର କଷିଲେଣି ତିନି ପ୍ରମୁଖ ଦଳ । ବିଜେପିର ଦମ୍ଭୋକ୍ତି ଭିତରେ ବିରୋଧୀ କହିଲେ ‘ଆମେ ପ୍ରସ୍ତୁତ’ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored