Videos
|
Odisha

Andhra Odisha Dispute / କାମ ଦେଲାନି ଆନ୍ଧ୍ରର ଷଡ଼ଯନ୍ତ୍ର; ଓଡ଼ିଶାବାସୀ ଦେଲେନି ଭୋଟ୍

Debashree Debasmita Sahoo
Browse all articles by Debashree Debasmita Sahoo
·52 mins ago·2 min read
କାମ ଦେଲାନି ଆନ୍ଧ୍ରର ଷଡ଼ଯନ୍ତ୍ର; ଓଡ଼ିଶାବାସୀ ଦେଲେନି ଭୋଟ୍
Andhra Polls in Odisha

Key Points

ଆନ୍ଧ୍ର ନିର୍ବାଚନରେ ଭୋଟ୍ ଦେବାରୁ ଲୋକେ ନିବୃତ୍ତ
ମାଲକାନଗିରି ଜୁମଡାଙ୍ଗ ଗାଁରେ କଡ଼ା ସୁରକ୍ଷା
ମାଲକାନଗିରି/କୋରାପୁଟ: ଆନ୍ଧ୍ର ନିର୍ବାଚନରେ ଭୋଟ୍ ଦେବାରୁ ଲୋକଙ୍କୁ ରୋକିବାରେ ପ୍ରଶାସନ ସଫଳ । ଆନ୍ଧ୍ରପ୍ରଦେଶ ନିର୍ବାଚନକୁ ନେଇ ଓଡ଼ିଶାର ସୀମାନ୍ତ ମାଲକାନଗିରି ଜିଲ୍ଲାସ୍ଥିତ ଜୁମଡାଙ୍ଗ ଗାଁରେ ପ୍ରଶାସନ ଓ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଗାଁର କିଛି ଲୋକଙ୍କ ନାମ ଆନ୍ଧ୍ରପ୍ରଦେଶର ଭୋଟର ତାଲିକାରେ ଥିବାରୁ, ସେମାନେ ଯେପରି ସୀମା ପାର ହୋଇ ଆନ୍ଧ୍ରରେ ଭୋଟ୍ ଦେବାକୁ ନ ଯାଆନ୍ତି, ସେଥିପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ସଫଳ ହୋଇଛି ।

ନିର୍ବାଚନୀ ଅନିୟମିତତାକୁ ରୋକିବା ପାଇଁ ଗାଁର ଚାରିପଟେ ୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସୀମାନ୍ତ ଗ୍ରାମର ବିଭିନ୍ନ ପ୍ରବେଶ ପଥରେ ଚେକ୍‌ପୋଷ୍ଟ ଖୋଲାଯାଇ କଡ଼ା ଯାଞ୍ଚ ସହ ସାଧାରଣ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଜିଲ୍ଲା ପ୍ରଶାସନ, ପୋଲିସ, ସ୍ଥାନୀୟ ରାଜନୈତିକ ଦଳ ଏବଂ ଆଦିବାସୀ ସଂଘର ମିଳିତ ଉଦ୍ୟମ ଓ ବୁଝାଶୁଝା ପରେ ଜୁମଡାଙ୍ଗବାସୀ ଆନ୍ଧ୍ର ନିର୍ବାଚନରେ ଭୋଟ୍ ନ ଦେବାକୁ ସମ୍ମତି ପ୍ରକାଶ କରିଛନ୍ତି । ଗ୍ରାମବାସୀ ନିଜର ମୌଳିକ ଅଧିକାର ଓ ସୁବିଧାସୁଯୋଗ ଯୋଗାଇଦେବାକୁ ଦାବି କରିବା ପରେ, ପ୍ରଶାସନ ପକ୍ଷରୁ ଆଜି ଜୁମଡାଙ୍ଗ ଗ୍ରାମରେ ଏକ ବିଶେଷ ସେବା ଶିବିର ଆୟୋଜନ କରାଯାଇଛି । ଲୋକଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି ।

  • କୋଟିଆ ପାଇଁ ଏକାଠି ଲଢ଼େଇ 
କୋରାପୁଟ ଜିଲ୍ଲା କୋଟିଆରେ ଆଜି (ନଭେମ୍ବର ୫) ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରିବା ଲାଗି ଘୋଷଣା କରିଥିଲା । କିନ୍ତୁ କୋଟିଆରେ ଯେଭଳି ଅଦ୍ଭୁତପୂର୍ବ ଏକତା ଦେଖାଇଛି ଓଡ଼ିଶା, ତାହା ଆଗରୁ କେବେ ଦେଖିବାକୁ ମିଲିନଥିଲା । ନେତା, ଜନତା ସମସ୍ତେ ଏକାଠି ହୋଇଛନ୍ତି । ସାରାରାତି ଜଗିରହିଛି ପୂରା ପ୍ରଶାସନ । ଆନ୍ଧ୍ରକୁ କାଉଣ୍ଟର କରିବାକୁ ସମ୍ମୁଖ ଭାଗରେ ରହି ଲଢ଼େଇ କରୁଛନ୍ତି ଜଣେ ମହିଳା ଅଫିସର । କୋରାପୁଟ ଉପଜିଲ୍ଲାପାଳ ଫାବି ରସିଦଙ୍କ ନେତୃତ୍ଵରେ କୋରାପୁଟ ପ୍ରଶାସନ କୋଟିଆରେ ଆନ୍ଧ୍ରର ସଵୁ ଚାଲକୁ ଭଣ୍ଡୁର କରିବା ପାଇଁ ସ୍ଥିର ନିଶ୍ଚିତ ହୋଇ ରହିଛନ୍ତି ।

ପଢନ୍ତୁ ଏହି ଖବର: ଓଡ଼ିଶାର ତୀବ୍ର ପ୍ରତିବାଦ, ମୁଣ୍ଡ ନୂଆଁଇଲା ଆନ୍ଧ୍ର ପ୍ରଶାସନ; ନେରେଡ଼ିୱାଲ୍ସାରୁ ଫେରିଗଲା ପୋଲିଂ ପାର୍ଟି


  • ସର୍ବଦଳୀୟ ନେତା ଡେରା ପକାଇଛନ୍ତି
ସ୍ଵେଚ୍ଛାସେବୀ ଓ ସାଧାରଣ ଜନତା ଏକାଠି ହୋଇ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ନିର୍ବାଚନ ଚାଲକୁ ଭଣ୍ଡୁର କରିବା ପାଇଁ ସଵୁ ବଳ ଲଗାଇ ଦେଇଛନ୍ତି । ଯାହାର ପରିଣାମ ସ୍ବରୁପ ଛାନିଆ ହୋଇପଡ଼ିଛି ଆନ୍ଧ୍ର । ନେରେଡ଼ିୱାଲ୍ସାରେ ଦମ୍ ଦେଖାଇଛି କୋରାପୁଟ ପ୍ରଶାସନ । ଫଳରେ ପଛକୁ ଫେରିବାକୁ ବାଧ୍ୟ ହୋଇଥିଲା ଆନ୍ଧ୍ର ପୋଲିଂ ପାର୍ଟି । ଆଉ ନିଷ୍ପତ୍ତି କରିଥିଲା ନେରେଡ଼ିୱାଲ୍ସାରେ ଜିଲ୍ଲା ପରିଷଦ ନିର୍ବାଚନ କରିବ ନାହିଁ । ଆଜି ନେରେଡ଼ିୱାଲ୍ସା ବଦଳରେ ଆନ୍ଧ୍ରପ୍ରଦେଶର ସାରିକାରେ ନିର୍ବାଚନ କରାଯାଉଛି । ଯାହା ଓଡ଼ିଶାର ଏକତା ଆଗରେ ଆନ୍ଧ୍ରର ଦୂର୍ବଳତାକୁ ପଦାରେ ପକାଇଛି ।


Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: