School Closed Today / ପ୍ରବଳ ବର୍ଷା ପାଇଁ ଛୁଟି ଘୋଷଣା; ଏହି ଜିଲ୍ଲାରେ ଆଜି ସବୁ ସ୍କୁଲ ବନ୍ଦ
·52 mins ago·2 min read

Key Points
ପ୍ରବଳ ବର୍ଷା ପାଇଁ ଛୁଟି ଘୋଷଣା
ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ
ଏହି ଜିଲ୍ଲାରେ ଆଜି ସବୁ ସ୍କୁଲ ବନ୍ଦ
ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ
ଏହି ଜିଲ୍ଲାରେ ଆଜି ସବୁ ସ୍କୁଲ ବନ୍ଦ
ସକ୍ରିୟ ରହିଛି ସଦୃଶ ଲଘୁଚାପ । ଏହାର ପ୍ରଭାବରେ ଓଡ଼ିଶାରେ ଜାରି ରହିଛି ବର୍ଷା । ଆସନ୍ତା ୧ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ପାଇଁ ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ବରଗଡ଼ ଜିଲ୍ଲାରେ ଆଜି (ସୋମବାର) ସମସ୍ତ ସ୍କୁଲ ବନ୍ଦ ରହିଛି । ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ନିର୍ଦ୍ଦେଶକ୍ରମେ ବରଗଡ଼ ଜିଲ୍ଲା ଅଧୀନରେ ଥିବା ସମସ୍ତ ସ୍କୁଲକୁ ଆଜି ବନ୍ଦ ରଖିବାକୁ ଘୋଷଣା କରାଯାଇଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନେଇଥିବା କୁହାଯାଇଛି ।
ପଢନ୍ତୁ ଏହି ଖବର: ପ୍ରବଳ ବର୍ଷା ସହ ୫୦ କିମି ବେଗରେ ଝଟକା ପବନ, ସତର୍କ ରହିବାକୁ ପରାମର୍ଶ
ଏଠାରେ କହିରଖୁଛୁ କି, ଅଗଷ୍ଟ ୨୮ ଓ ୨୯ ତାରିଖରେ ଯାଜପୁର ଜିଲ୍ଲାରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ସ୍କୁଲ କଲେଜ ସବୁ ବନ୍ଦ ରଖାଯାଇଥିଲା । ଦଶରଥପୁର ଓ ବିଞ୍ଝାରପୁର ବ୍ଲକର ୫୮ଟି ସ୍କୁଲ୍ ଛୁଟି ରହିଥିଲା । ସେହିପରି ଭଦ୍ରକ ଜିଲ୍ଲାରେ ବନ୍ୟା ବିତ୍ପାତ ଓ ବର୍ଷା ସ୍ଥିତିକୁ ନଜରରେ ରଖି ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ୪ଟି ଗ୍ରାମ ପଞ୍ଚାୟତର ୮ଟି ବିଦ୍ୟାଳୟରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗତ ୨୯ ଅଗଷ୍ଟ ୨୦୨୬ (ଶନିବାର ) ଶିକ୍ଷାଦାନ ଓ ସହ-ଶିକ୍ଷା କାର୍ଯ୍ୟକ୍ରମ ସ୍ଥଗିତ ରହିଥିଲା ।
- ଆସନ୍ତା ୨୪ ଘଣ୍ଟା ଏହି ଜିଲ୍ଲାରେ ପ୍ରବଳ ବର୍ଷା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories