Videos
|
Odisha

Rain Forecast / ପାର୍ବଣକୁ ବିଗାଡ଼ି ଦେବ କି ବର୍ଷା ? ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ପାର୍ବଣକୁ ବିଗାଡ଼ି ଦେବ କି ବର୍ଷା ? ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ
Will Rain Spoil Dussehra ?

Key Points

ପାଣିଚିଆ ହୋଇଯିବ କି ପାର୍ବଣ ? ଅକ୍ଟୋବର ଆରମ୍ଭ ହେଉଣୁ ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଉପକୂଳିଆଙ୍କ ନିଦ ହଜାଇ ଦେଲାଣି । ଆସନ୍ତା ୧୨ରୁ ୧୩ ତାରିଖ ଭିତରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।
ଭୁବନେଶ୍ଵର: ପୁଣି ଡରାଇଲାଣି ଅକ୍ଟୋବର । ଦ୍ଵିତୀୟ ସପ୍ତାହରେ ବଙ୍ଗୋପସାଗରରେ ଲଘୁଚାପ ନେଇ ପାଣିପାଗ ବିଜ୍ଞାନୀଙ୍କ ଆକଳନ ପରେ ଉପକୂଳିଆଙ୍କ ଛାତି ଧଡ଼ଧଡ଼ । ହେବ କି ବାତ୍ୟା ? ଆସନ୍ତା ୧୨ରୁ ୧୩ ତାରିଖ ଭିତରେ ଲଘୁଚାପର ରୂପ ନେବା ପରେ ହେବ ସ୍ପଷ୍ଟ । କୁଆଡ଼େ ଯିବ, କେତେ ରହିବ ପ୍ରଭାବ ଆକଳନ ହୋଇନି । ସେପଟେ IMD ଏନେଇ ପୂର୍ବାନୁମାନ କରିନଥିଲେ ବି ଏଥର ପାର୍ବଣ ପାଣିଚିଆ ହେବା ଥୟ କହିଲେଣି ପାଣିପାଗ ବିଜ୍ଞାନୀ ।

ଏଥର ପୁଣି ବର୍ଷାରେ ଭିଜିବ କି ଦଶହରା ? ପାଣିଚିଆ ହୋଇଯିବ କି ପାର୍ବଣ ? ଅକ୍ଟୋବର ଆରମ୍ଭ ହେଉଣୁ ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଉପକୂଳିଆଙ୍କ ନିଦ ହଜାଇ ଦେଲାଣି । ଆସନ୍ତା ୧୨ରୁ ୧୩ ତାରିଖ ଭିତରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।

ଏଥିସହ ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଆଗକୁ ବର୍ଷା ସମ୍ଭାବନା; ବର୍ଷା ବିଗାଡ଼ିବ ପୂଜା ବୁଲା 

ତେବେ ଏହି ସିଷ୍ଟମ କେତେ ଘନୀଭୂତ ହେବ ଏବେଠୁ ଆକଳନ କରିବା ମୁସ୍କିଲ୍ । ଯଦି ଏହା ବଳ ଗୋଟାଇ ଶକ୍ତିଶାଳୀ ହୁଏ ତେବେ କଥା ସରିଲା । ଅନ୍ୟପଟେ ପାଣିପାଗ ବିଶେଷଜ୍ଞଙ୍କ ମତ ଏହି ସିଷ୍ଟମ କେତେ ଶକ୍ତିଶାଳୀ ହେବ ଓ କୁଆଡ଼େ ମୁହାଁଇବ ତାହା ଲଘୁଚାପରେ ପରିଣତ ହେବା ପରେ ସ୍ପଷ୍ଟ ହେବ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅକ୍ଟୋବର ଆସିଲେ ବିଶେଷ କରି ଉପକୂଳିଆଙ୍କ ଛାତି ଧଡ଼ ଧଡ଼ ହେଉଛି । ମହାବାତ୍ୟାଠୁ ଆରମ୍ଭ କରି ଫାଇଲିନ୍ ପର୍ଯ୍ୟନ୍ତ ଫନିଠୁ ଆରମ୍ଭ କରି ହୁଡ଼ହୁଡ଼ । ସବୁ ବାତ୍ୟାରେ ଉପକୂଳ ଓଡ଼ିଶା ବିଶେଷ କ୍ଷତିଗ୍ରସ୍ତ ହୋଇଛି । ଏବେ ପୁଣି ଏକ ଲଘୁଚାପ ପୂର୍ବାନୁମାନ ଦକ୍ଷିଣ ଉପକୂଳ ବାସିନ୍ଦାଙ୍କ ମନରେ ଛନକା ସୃଷ୍ଟି କଲାଣି ।

ବଙ୍ଗୋପସାଗରରେ ଲଘୁଚାପ ନେଇ IMD ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇନଥିଲେ ବି ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ ପାଗ ଅନୁକୂଳ ଥିବା କୁହାଯାଇଛି । ମୌସୁମୀ ଫେରିବା ପାଇଁ ପାଗ ଅନୁକୂଳ ହେଲେ ହିଁ ଏଭଳି ଲଘୁଚାପ ସୃଷ୍ଟି ହୋଇଥାଏ । ତେବେ ଆସନ୍ତା ୬ ଓ ୭ ତାରିଖରେ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

ଏଥିସହ ପଢ଼ନ୍ତୁ: ପୁଣି ଆସୁଛି ଲଘୁଚାପ ! ବଦଳିବ ପାଣିପାଗ 

ଅକ୍ଟୋବର ଆସିଲାଣି ହେଲେ ପାଣିପାଗରେ ଅସ୍ବାଭାବିକ ପରିବର୍ତ୍ତନ ସମସ୍ତଙ୍କ ମୁଣ୍ଡ ବିନ୍ଧା ବଢ଼ାଇ ଦେଇଛି । କେତେବେଳେ ବର୍ଷା ତ ପୁଣି କେତେବେଳେ ଦିନ ଦ୍ବି-ପ୍ରହରରେ ମେ ମାସ ଭଳି ମୁଣ୍ଡଫଟା ଖରା । ସ୍ବାଭାବିକ ଠାରୁ ତାତି ୪ ଡିଗ୍ରୀ ଅଧିକ ରହୁଛି । ଏପଟେ ମୌସୁମୀ ଫେରିବାକୁ ତର ତର ହେଲାଣି । ଏଭଳି ସ୍ଥିତିରେ ବଙ୍ଗୋପସାଗରରେ ହଲଚଲ ଉପକୂଳିଆଙ୍କ ଚିନ୍ତା ବଢ଼ାଉଛି ।