Odisha Rain Alert / ୨ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ, ପୁଣି ଆସୁଛି ଲଘୁଚାପ ! ବଦଳିବ ପାଣିପାଗ
·1 hour ago·1 min read

Key Points
ଓଡ଼ିଶାର ପାଣିପାଗକୁ ନେଇ ବଡ଼ ଅପଡେଟ୍
ବର୍ଷା ସହ ବଜ୍ରପାତ ସମ୍ଭାବନା
୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ବର୍ଷା ସହ ବଜ୍ରପାତ ସମ୍ଭାବନା
୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଉତ୍ତର ମିଆଁମାର ଏବଂ ଏହାର ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଓ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାର ପାଣିପାଗରେ ପରିବର୍ତ୍ତନ ଦେଖାଦେଇଛି । ରାଜ୍ୟର କିଛି ଅଞ୍ଚଳରେ ବର୍ଷା ସହ ଘଡ଼ଘଡ଼ି ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହି ପାଣିପାଗ ପରିସ୍ଥିତିକୁ ନଜରରେ ରଖି ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର କିଛି ଜିଲ୍ଲା ପାଇଁ ଦୁଇ ଦିନିଆ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଘଡ଼ଘଡ଼ି ହୋଇପାରେ । ବର୍ଷା ସମୟରେ ପବନର ବେଗ ମଧ୍ୟ ବଢ଼ିପାରେ । କିଛି ସ୍ଥାନରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝଟକା ପବନ ବହିବାର ଆଶଙ୍କା ରହିଛି ।
ଅଧିକ ପଢ଼ନ୍ତୁ: ଆସୁଛି ଆଉ ଏକ ଲଘୁଚାପ: ରାଜ୍ୟରେ ହେବ ପ୍ରବଳ ବର୍ଷା...
ସେହିପରି ବଜ୍ରପାତ ସମୟରେ ଲୋକମାନେ ଖୋଲା ସ୍ଥାନରେ ନରହି ସୁରକ୍ଷିତ ସ୍ଥାନରେ ରହିବା ସହ ପାଣିପାଗ ବିଭାଗର ସତର୍କତା ଓ ପରାମର୍ଶକୁ ଅନୁସରଣ କରିବା ଜରୁରୀ ।
ଅନ୍ୟପକ୍ଷରେ ପୁଣି ଆସୁଛି ଆଉ ଏକ ଲଘୁଚାପ । ଅକ୍ଟୋବର ମାସ ଦ୍ୱିତୀୟ ସପ୍ତାହରେ ସୃଷ୍ଟି ହେବ ଲଘୁଚାପ । ୧୨ ଅକ୍ଟୋବର ପାଖାପାଖି ଉତ୍ତର ଆଣ୍ଡାମାନ ସାଗର ଉପରେ ଏକ ଉପରି ବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧୩ ଅକ୍ଟୋବର ସୁଦ୍ଧା ଆଣ୍ଡାମାନ ସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories