Odisha Weather / ବର୍ଷା ଛାଡ଼ୁ ଛାଡ଼ୁ… ଦଶହରାରୁ ହଠାତ୍ ଆସିବ କି ଶୀତ ?
·42 mins ago·3 min read

Key Points
ବର୍ଷା ହେବ ନା ପାଗ ଶୁଖିଲା ରହିବ ? ଏନେଇ ପାଣିପାଗ ପୂର୍ବାନୁମାନ କରିଛନ୍ତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ । ପୂର୍ବାନୁମାନ ଅନୁସାରେ, ପୂଜାରେ ପାଗ ଅନୁକୂଳ ରହିବା ସମ୍ଭାବନା ରହିଛି ।
ଭୁବନେଶ୍ଵର: ଦଶହରା ଓ କୁମାର ପୂର୍ଣ୍ଣିମାରେ କେମିତି ରହିବ ପାଣିପାଗ ? ବର୍ଷା ହେବ ନା ପାଗ ଶୁଖିଲା ରହିବ ? ଏନେଇ ପାଣିପାଗ ପୂର୍ବାନୁମାନ କରିଛନ୍ତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ । ପୂର୍ବାନୁମାନ ଅନୁସାରେ, ପୂଜାରେ ପାଗ ଅନୁକୂଳ ରହିବା ସମ୍ଭାବନା ରହିଛି ।
୧୬ରୁ ୧୮ ଅକ୍ଟୋବର ମଧ୍ୟରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ହୋଇପାରେ । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ ।
ବଙ୍ଗୋପସାଗରର ବର୍ତ୍ତମାନ ସ୍ଥିତି
ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଫେରିଯାଇଛି । ତାମିଲନାଡୁର ଦକ୍ଷିଣ ଉପକୂଳରେ ଥିବା ଏକ ଘୂର୍ଣ୍ଣିବଳୟଠାରୁ ଓଡ଼ିଶା ଉପକୂଳ ନିକଟ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ବିସ୍ତୃତ ନିମ୍ନଚାପ ରେଖା ଲମ୍ବିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ଆସନ୍ତା ୩ ଦିନ ବର୍ଷା: ଭିଜିବ ଏଥର ପୂଜା...
ଉତ୍ତର ବଙ୍ଗୋପସାଗରରେ ଉଚ୍ଚତା ଅନୁସାରେ, ପବନର ବେଗ ଓ ଦିଗରେ ଅଧିକ ପରିବର୍ତ୍ତନ ଏବଂ ଉପର ବାୟୁମଣ୍ଡଳରେ ଉତ୍ତର ଦିଗରୁ ଶୁଖିଲା ପବନ ପ୍ରବାହ ଯୋଗୁଁ ବର୍ଷାମେଘ ଅଧିକ ସଂଗଠିତ ହେବା ଓ ପାଣିପାଗ ବ୍ୟବସ୍ଥା ଶକ୍ତିଶାଳୀ ହେବାରେ ବାଧା ସୃଷ୍ଟି ହୋଇପାରେ । ତେବେ ବାୟୁରେ ଜଳୀୟବାଷ୍ପ ଏକାଠି ହେବା ଯୋଗୁଁ ୧୬ରୁ ୧୮ ଅକ୍ଟୋବର ମଧ୍ୟରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।
ଦଶହରା: ୧୬–୨୦ ଅକ୍ଟୋବର
ବର୍ଷା: ୧୬–୧୮ ଅକ୍ଟୋବର ମଧ୍ୟରେ ମୁଖ୍ୟତଃ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କାଁ ଭାଁ ଓ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ଏବଂ ଘଡ଼ଘଡ଼ି ହୋଇପାରେ । ଘଡ଼ଘଡ଼ି ବର୍ଷା ସମୟରେ କେତେକ ସ୍ଥାନରେ ଘଣ୍ଟା ପ୍ରତି ୩୦–୪୦ କିଲୋମିଟର ବେଗରେ ପବନ ବହିପାରେ ।
୧୯ରୁ ଶୁଖିଲା ପାଗ
୧୯ ଅକ୍ଟୋବରଠାରୁ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିପାରେ । ତେବେ, ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କାଁ ଭାଁ ସ୍ଥାନରେ ବର୍ଷା ହୋଇପାରେ । ୨୦/୨୧ ଅକ୍ଟୋବର ବିଜୟାଦଶମୀ ପାଇଁ ପାଗ ସାଧାରଣତଃ ଅନୁକୂଳ ରହିପାରେ ।
ହଠାତ୍ ଆସିବ କି ଶୀତ ?
ବିଶେଷକରି କନ୍ଧମାଳ ଓ କୋରାପୁଟରେ ରାତିର ପାଗ ଧୀରେ ଧୀରେ ଅଧିକ ସୁଖଦ ହୋଇପାରେ । ନିକଟରେ ଫୁଲବାଣୀ ଓ କୋରାପୁଟର ସର୍ବନିମ୍ନ ତାପମାତ୍ରା ପ୍ରାୟ ୧୯–୨୦ ଡିଗ୍ରୀ ସେଲସିୟସ୍ ଥିଲା । ତେବେ ହଠାତ୍ ଅଧିକ ଥଣ୍ଡା ପଡ଼ିବାର ସୂଚନା ନାହିଁ ।

କୁମାର ପୂର୍ଣ୍ଣିମା ସମୟ: ୨୧–୨୬ ଅକ୍ଟୋବର
ବର୍ଷା: ଓଡ଼ିଶାର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିପାରେ । ତେବେ ଦକ୍ଷିଣ ଓଡ଼ିଶାର କାଁ ଭାଁ ସ୍ଥାନରେ ବର୍ଷା ହୋଇପାରେ । ବଙ୍ଗୋପସାଗରରେ ସମ୍ଭାବ୍ୟ ନୂଆ ଲଘୁଚାପ ଓଡ଼ିଶା ଉପକୂଳଠାରୁ ଦୂରରେ ରହିଲେ ୨୬ ଅକ୍ଟୋବର କୁମାର ପୂର୍ଣ୍ଣିମାରେ ମଧ୍ୟ ପାଗ ମୁଖ୍ୟତଃ ଶୁଖିଲା ରହିପାରେ ।
୨୨–୨୪ ଅକ୍ଟୋବର ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ନିକଟବର୍ତ୍ତୀ ଆଣ୍ଡାମାନ ସାଗରରେ ଏକ ନୂଆ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ୨୫–୨୬ ଅକ୍ଟୋବର ପାଖାପାଖି ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା କେତେ ଶକ୍ତିଶାଳୀ ହେବ ଓ କେଉଁ ଦିଗକୁ ଗତି କରିବ, ତାହା ଏବେଠାରୁ କହିବା ସମ୍ଭବ ନୁହେଁ ।
ତାପମାତ୍ରା: ବିଶେଷକରି ଆଭ୍ୟନ୍ତରୀଣ ପାହାଡ଼ିଆ ଅଞ୍ଚଳରେ ରାତିର ତାପମାତ୍ରା ଧୀରେ ଧୀରେ କମିପାରେ । ତେବେ ହଠାତ୍ ଅଧିକ ଥଣ୍ଡା କିମ୍ବା ବ୍ୟାପକ ଘନ କୁହୁଡ଼ି ହେବାର ସୂଚନା ନାହିଁ ।
ଏଥିସହ ପଢ଼ନ୍ତୁ: ଚେକିଂ ବାହାନାରେ NH-୧୬ରେ ସ୍କୁଟି ଅଟକାଇଲେ, ମହିଳାଙ୍କ ଆଖିରେ ରାସାୟନିକ ଗୁଣ୍ଡ ପକାଇ କାନଫୁଲ ନେଇଗଲେ
କୃଷି ପାଣିପାଗ ପରାମର୍ଶ
ଚାଷୀମାନେ ଶୁଖିଲା ପାଗର ସୁଯୋଗ ନେଇ ପାକଳ ଫସଲ ଅମଳ, ମଳା ଓ ଶୁଖାଇବା କାମ କରନ୍ତୁ । ଅମଳ ଫସଲକୁ କାକର ଓ ଅଚାନକ ବର୍ଷାରୁ ସୁରକ୍ଷିତ ରଖନ୍ତୁ । ଘଡ଼ଘଡ଼ି ବର୍ଷା ସମୟରେ କୀଟନାଶକ ସିଞ୍ଚନ କରନ୍ତୁ ନାହିଁ । ବିଶେଷକରି ୨୨ ଅକ୍ଟୋବର ପରେ ପାଣିପାଗ ସୂଚନା ଦେଖି ଚାଷ କାମ କରନ୍ତୁ ।
୧୯ ଅକ୍ଟୋବରଠାରୁ ଦଶହରା ପାଇଁ ପାଗ ଅଧିକ ଅନୁକୂଳ ହୋଇପାରେ । କୁମାର ପୂର୍ଣ୍ଣିମାରେ ମଧ୍ୟ ପାଗ ମୁଖ୍ୟତଃ ଶୁଖିଲା ରହିପାରେ । ତେବେ ୨୫–୨୬ ଅକ୍ଟୋବର ପାଖାପାଖି ବଙ୍ଗୋପସାଗରରେ ସମ୍ଭାବ୍ୟ ନୂଆ ଲଘୁଚାପ ଉପରେ ନଜର ରଖିବା ଆବଶ୍ୟକ ।

Related Topics
Explore more stories