Videos
|
Odisha

Rain Alert / ଘନୀଭୂତ ହେଉଛି ଲଘୁଚାପ; ୨ ଦିନ ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ

Sushanta Sahoo
Browse all articles by Sushanta Sahoo
·45 mins ago·2 min read
ଘନୀଭୂତ ହେଉଛି ଲଘୁଚାପ; ୨ ଦିନ ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ
Red Warning for Heavy Rain in 3 Districts

Key Points

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଉ ୪୮ ଘଣ୍ଟା ଭୀଷଣ ବର୍ଷା ହେବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ରେଡ୍ ୱାର୍ଣ୍ଣିଂ ଜାରି କରିଛି ।
ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସଦୃଶ ଲଘୁଚାପରେ ପରିଣତ ହୋଇଛି । ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ରହିଛି । ଏହା ସହିତ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନ ଠାରୁ ୭.୬ କିମି ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି । ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହେବା ସହ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଉତ୍ତର ଓଡ଼ିଶା ଓ ଗ୍ୟାଙ୍ଗେୟ ପଶ୍ଚିବଙ୍ଗ ପହଞ୍ଚିବ ।

ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଉ ୪୮ ଘଣ୍ଟା ଭୀଷଣ ବର୍ଷା ହେବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ରେଡ୍ ୱାର୍ଣ୍ଣିଂ ଜାରି କରିଛି । ସାରା ରାଜ୍ୟରେ ୩ ଦିନ ଯାଏ ଝଡ଼ବର୍ଷା ସହ ଅତ୍ୟନ୍ତ, ଅତି ପ୍ରବଳ ଓ ପ୍ରବଳ ବର୍ଷା ନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ ।

ଏଥିସହ ପଢ଼ନ୍ତୁ: ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ: ୪୮ ଘଣ୍ଟା ଭୀଷଣ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ 

ଆସନ୍ତା ୨୪ ଘଣ୍ଚାରେ ଅତ୍ୟନ୍ତ ପ୍ରବଳ ବର୍ଷା ନେଇ ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦୁଝର ଏହି ୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,କଟକ, ଜଗତସିଂହପୁର, ଢେଙ୍କାନାଳ, ଅନୁଗୁଳ, ଦେବଗଡ, ସମ୍ବଲପୁର ଓ ସୋନପୁର ଜିଲ୍ଲା ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିପରି ପ୍ରବଳ ପ୍ରବଳ ବର୍ଷା ନେଇ ଖୋର୍ଦ୍ଧା, ପୁରୀ, ନୟାଗଡ, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ବୌଦ୍ଧ,ସୋନପୁର, ରାୟଗଡ଼ା, କଳାହାଣ୍ଡି, ବରଗଡ଼, ବଲାଙ୍ଗିର, ଝାରସୁଗୁଡ଼ା ଓ ନୂଆପଡ଼ା ଆଦି ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି ।

କାଳବୈଶାଖୀ ଆଲର୍ଟ

ଏଥିସହ ଏସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ଝଟକା ପବନ ବହିପାରେ । ସେହିପରି ଆସନ୍ତାକାଲି ସୋମବାର ଭୀଷଣ ବର୍ଷା ନେଇ ବରଗଡ଼କୁ ରେଡ ଆଲର୍ଟ ଜାରି ହୋଇଛି । ସେହିଭଳି କେନ୍ଦୁଝର, ଦେବଗଡ଼, ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା ଓ ସୁନ୍ଦରଗଡ଼ ଆଦି ୧୦ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ରହିଛି ।

ଏଥିସହ ପଢ଼ନ୍ତୁ: ଛାଡ଼ପତ୍ର ପରେ ଭରଣପୋଷଣ ନ ଦେଲେ ସିଧା ଦରମାରୁ ଟଙ୍କା କାଟିବେ ସରକାର 

ଗତ ୨୪ ଘଣ୍ଟାରେ ଲଘୁଚାପ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ୨ଟି ସ୍ଥାନରେ ଅତି ପ୍ରବଳ ବର୍ଷା ସହ ୧୨ ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ବାଲେଶ୍ୱରର ରାଜଘାଟରେ ସର୍ବାଧିକ ୧୫୬.୨ ମିମି ବର୍ଷା ରେକର୍ଡ କରାଯାଇଛି ।