|
logo
Live
Argus News App
GET APP

Argus News - ଯୋଡ଼ା ଅବପାତ ଓଡ଼ିଶାକୁ କରିବ କି ପ୍ରଭାବିତ ? ୨ରୁ ୩ ଡିଗ୍ରୀ ଖସିବ ପାରଦ

Odisha

Weather Update / ଯୋଡ଼ା ଅବପାତ ଓଡ଼ିଶାକୁ କରିବ କି ପ୍ରଭାବିତ ? ୨ରୁ ୩ ଡିଗ୍ରୀ ଖସିବ ପାରଦ

Sushanta Sahoo
Browse all articles by Sushanta Sahoo
·4 months ago·2 min read
ଯୋଡ଼ା ଅବପାତ ଓଡ଼ିଶାକୁ କରିବ କି ପ୍ରଭାବିତ ? ୨ରୁ ୩ ଡିଗ୍ରୀ ଖସିବ ପାରଦ

Key Points

ଏବେ ବଙ୍ଗୋପସାଗରରେ ସକ୍ରିୟ ରହିଛି ଦୁଇ ଦୁଇଟି ପାଣିପାଗ ସିଷ୍ଟମ । କୋମୋରିନ୍‌ ଅଞ୍ଚଳ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ତତସଂଲଗ୍ନ ଶ୍ରୀଲଙ୍କା ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି ।
ଭୁବନେଶ୍ଵର: ଗୋଟିଏ ଲଘୁଚାପ, ଆଉ ଗୋଟିଏ ଅବପାତ । ଏବେ ବଙ୍ଗୋପସାଗରରେ ସକ୍ରିୟ ରହିଛି ଦୁଇ ଦୁଇଟି ପାଣିପାଗ ସିଷ୍ଟମ । କୋମୋରିନ୍‌ ଅଞ୍ଚଳ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ତତସଂଲଗ୍ନ ଶ୍ରୀଲଙ୍କା ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି ।

ଏଥିସହ ପଢ଼ନ୍ତୁ: ପୂଜା ପାଇଁ ମନା କରିବାରୁ ଖ୍ରୀଷ୍ଟିଆନ୍ ସେନା ଅଧିକାରୀଙ୍କୁ ସୁପ୍ରିମକୋର୍ଟଙ୍କ ସମାଲୋଚନା

ଏବେ ଏହା ଦକ୍ଷିଣ–ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଶ୍ରୀଲଙ୍କା ସହ ବିଷୁବରେଖା ନିକଟସ୍ଥ ଭାରତମହାସାଗର ଉପରେ ସକ୍ରିୟ ରହିଛି । ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆସନ୍ତା ୨୪ ଘଣ୍ଟାରେ ଏକ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ଏବଂ ପରବର୍ତ୍ତୀ ୨୪ ଘଣ୍ଟାରେ ଅଧିକ ତୀବ୍ର ହୋଇ ଗୋଟିଏ ଅବପାତର ରୂପ ନେବା ସମ୍ଭାବନା ରହିଛି ।


ସେପଟେ ମାଲାକ୍କା ସମୁଦ୍ର ସନ୍ଧିରେ ଅବପାତରେ ପରିଣତ ହୋଇଛି ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର । ଏବେ ଅବପାତଟି ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ଗତି କରି ମାଲାକ୍କା ସମୁଦ୍ର ସନ୍ଧି ଉପରେ ସକ୍ରିୟ ରହିଛି । ଏହା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି ।

ବଙ୍ଗୋପସାଗରରେ ଦୁଇ ଦୁଇଟି ସିଷ୍ଟମ ସକ୍ରିୟ ରହିଥିବା ବେଳେ ଓଡ଼ିଶାକୁ ରହିଛି କି ବିପଦ ? ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ଵର ଅନୁସାରେ, ଆଗାମୀ ୭ ଦିନ ଅର୍ଥାତ୍ ଡିସେମ୍ବର ୧ ପର୍ଯ୍ୟନ୍ତ ରାଜ୍ୟରେରେ ପାଗ ଶୁଖିଲା ରହିବ । ଓଡ଼ିଶା ଉପରେ କୌଣସି ସିଧାସଳଖ ପ୍ରଭାବ ନାହିଁ କି ବଡ଼ ବର୍ଷାର ଆଶଙ୍କା ବି ନାହିଁ ।

ଏଥିସହ ପଢ଼ନ୍ତୁ: ଘର ଆଗରେ ଖେଳୁଥିବା ବେଳେ ୬ ବର୍ଷର ଛୁଆ କାନକୁ କାମୁଡ଼ି ଦେଲା କୁକୁର, ହରାଇଲେ ଶ୍ରବଣ ଶକ୍ତି

କାଁ ଭାଁ ବର୍ଷା ସହ ଆକାଶ ମେଘାଛନ୍ନ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସର୍ବନିମ୍ନ ରାତି ତାପମାତ୍ରା ଆଗାମୀ ୨ ଦିନରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ପରବର୍ତ୍ତୀ ୫ ଦିନରେ ପାରଦ ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିବା ନେଇ ଆକଳନ କରାଯାଇଛି । ଆଜି ଘନ କୁହୁଡ଼ି ନେଇ କୋରାପୁଟ ଓ ସୁନ୍ଦରଗଡ଼ ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Weather Update: ଯୋଡ଼ା ଅବପାତ ଓଡ଼ିଶାକୁ କରିବ କି ପ୍ରଭାବିତ ? ୨ରୁ ୩ ଡିଗ୍ରୀ ଖସିବ ପାରଦ | Argus News