Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବିବାହ ଶୋଭାଯାତ୍ରାରେ ଯୁକ୍ତିତର୍କରୁ ହତ୍ୟାକାଣ୍ଡ; ବଡ଼ ଭାଇ ବାହାଘରରେ ଆଖି ବୁଜିଲା ସାନ

Odisha

Tragedy at Wedding / ବିବାହ ଶୋଭାଯାତ୍ରାରେ ଯୁକ୍ତିତର୍କରୁ ହତ୍ୟାକାଣ୍ଡ; ବଡ଼ ଭାଇ ବାହାଘରରେ ଆଖି ବୁଜିଲା ସାନ

Sushanta Sahoo
Browse all articles by Sushanta Sahoo
·3 days ago·2 min read
ବିବାହ ଶୋଭାଯାତ୍ରାରେ ଯୁକ୍ତିତର୍କରୁ ହତ୍ୟାକାଣ୍ଡ; ବଡ଼ ଭାଇ ବାହାଘରରେ ଆଖି ବୁଜିଲା ସାନ
Wedding Turns Tragic

Key Points

ବର ପକ୍ଷ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ବାଲିଘାଇ ଗାଁକୁ ଯାଉଥିବା ବେଳେ ଅଘଟଣ ଘଟିଲା । ସାମାନ୍ୟ କଥାକୁ ନେଇ ଯୁକ୍ତିତର୍କ ପରେ ସେହି ଗାଁର କେହି ଯୁବକ ଓ ତାର ସହଯୋଗୀ ଆକାଶକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ।
 
ପୋଲସରା (ଗଞ୍ଜାମ): ବଡ଼ ଭାଇର ବାହାଘର, ଘରକୁ ଭାଉଜ ଆସିବେ । ଯାହାକୁ ନେଇ ପରିବାର ଠାରୁ ଅଧିକ ଖୁସି ହେଉଥିଲା ଆକାଶ । ଭାଇର ବାହାଘର ଲାଗି ସତେ ଯେମିତି ସେ ସବୁ ଭୋକ ଶୋଷ ଭୂଲି ଯାଇଥିଲା । ସକାଳଠୁ ରାତି ପର୍ଯ୍ୟନ୍ତ ଯୋଗାଡ଼ରେ ଲାଗିଥିଲା । କିଏ କେଉଁଠୁ, କେମିତି ଆସିବେ, କେମିତି ଯିବେ ସବୁକଥା ବୁଝୁଥିଲା ।

ବାହାଘର ଶୋଭାଯାତ୍ରା ଆରମ୍ଭ ହେଲା । ଶନିବାର ରାତି ବଢ଼ିବା ସହ ରୋଷଣି କରି ବରଯାତ୍ରୀ କନିଆ ଘର ମୁହାଁ ହୋଇଥିଲେ । ସେହି ସମୟରେ ଘଟିଥିଲା ଅଘଟଣ । ବର ପକ୍ଷ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ବାଲିଘାଇ ଗାଁକୁ ଯାଉଥିବା ବେଳେ ଅଘଟଣ ଘଟିଲା । ସାମାନ୍ୟ କଥାକୁ ନେଇ ଯୁକ୍ତିତର୍କ ପରେ ସେହି ଗାଁର କେହି ଯୁବକ ଓ ତାର ସହଯୋଗୀ ଆକାଶକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ।

ଏଥିସହ ପଢ଼ନ୍ତୁ: ବ୍ରହ୍ମପୁର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ ଆଜି ସିନ୍ ରିକ୍ରିଏସନ୍

ବଡ଼ ଭାଇ ରିଙ୍କୁ ଜେନା କାର୍‌ରେ ବସିଥିବା ବେଳେ ସାନ ଭାଇ ଆକାଶ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଚାହୁଁ ଚାହୁଁ ବିବାହ ଶୋଭାଯାତ୍ରା ରକ୍ତ ରଞ୍ଜିତ ହୋଇ ଉଠିଥିଲା । ସେଇଠି ଆକାଶଙ୍କ ଅନ୍ତଃ ବୁଜୁଳା ବାହାରି ଆସିଥିଲା । ପରିବାର ଲୋକେ ତୁରନ୍ତ ଆକାଶକୁ ପୋଲସରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ନେଇ ଭର୍ତ୍ତି କରିଥିଲେ ।

ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆକାଶଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍ ସ୍ଥାନାନ୍ତର କରାଯାଇଥିଲା । ତେବେ ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ଚିକିତ୍ସାଧିନ ଅବସ୍ଥାରେ ଆକାଶଙ୍କ ରବିବାର ମୃତ୍ୟୁ ହୋଇଛି । ଗୋଟିଏ ପୁଅର ବିବାହ ଖୁସିରେ ରାତିକ ପୂର୍ବରୁ ଝୁମୁଥିବା ପରିବାରରେ ଆଜି ଶୋକର ଛାୟା ଖେଳି ଯାଇଛି ।

ଏଥିସହ ପଢ଼ନ୍ତୁ: କନଷ୍ଟେବଳ ପ୍ରେମିକ ନଥିବା ବେଳେ ଘରେ ପଶିଲା; ସ୍ତ୍ରୀ ସହ ୩ ଛୁଆଙ୍କୁ ଛୁରି ଭୁସିଲା

ଆକାଶଙ୍କୁ ବିବାହ ଶୋଭାଯାତ୍ରାରେ ଆକ୍ରମଣ କରି ହତ୍ୟା ନେଇ ପରିବାର ପକ୍ଷରୁ ଏତଲା ଦିଆଯାଇଛି । ପୋଲିସ ପୋଲିସ ଥାନା କେସ୍ ନମ୍ବର ୨୩୮/୨୬ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ଗାଁର କିଛି ଯୁବକଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ସୂଚନା ଦେଇଛନ୍ତି ପୋଲସରା ଥାନା ଅଧିକାରୀ କୌଶିକ ମାଝୀ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Shock: Youth Killed in Wedding Procession Clash in Ganjam | Argus News | Argus News