Videos
|
Odisha

Odisha Weather Today / ରାଜ୍ୟରେ ପୁଣି ବଦଳିଲା ପାଗ; ଆଜିଠୁ ୫ ଦିନ ଯାଏଁ ବର୍ଷା ଓ କାଳବୈଶାଖୀ ସମ୍ଭାବନା

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·2 min read
ରାଜ୍ୟରେ ପୁଣି ବଦଳିଲା ପାଗ; ଆଜିଠୁ ୫ ଦିନ ଯାଏଁ ବର୍ଷା ଓ କାଳବୈଶାଖୀ ସମ୍ଭାବନା
Odisha Weather Today

Key Points

ଓଡ଼ିଶା ଉପରେ ଟ୍ରପ୍ ଲାଇନ୍ ପ୍ରଭାବ
୧୮ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ
ଆଜି ପାଇଁ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ଵର: ଟ୍ରପ୍ ଲାଇନ୍ ପ୍ରଭାବରେ ଓଡ଼ିଶାରେ ପାଗ ପରିବର୍ତ୍ତନ ହୋଇଛି । ରାଜ୍ୟରେ ଆସନ୍ତା ୫ ଦିନ ଯାଏଁ ଅର୍ଥାତ୍ ୧୮ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ବର୍ଷା ଯୋଗୁଁ ଆଜି ପାଇଁ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପଶ୍ଚିମ ଓଡ଼ିଶାରେ ପାଗ ଅନୁକୂଳ ରହିଛି । ପାଣିପାଗ ବିଭାଗରୁ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକୁ କୌଣସି ସତର୍କତା ଜାରି କରାଯାଇନାହିଁ ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଏବଂ ୩୦ରୁ ୪୦ କିମି ବେଗରେ ଝଡ଼ବର୍ଷା ସମ୍ଭାବନା ରହିଛି । ବିଜୁଳି, ଘଡ଼ଘଡ଼ି ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ହେଉଛି ମୟୂରଭଞ୍ଜ, ବାଲେଶ୍ଵର, କେନ୍ଦୁଝର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଡ଼ପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ।

  • ଏହି ସବୁ ଜିଲ୍ଲାରେ ହାଲୁକା ବର୍ଷା
ସେହିପରି ରାଜ୍ୟର କିଛି ଜିଲ୍ଲା ଯେପରିକି ବୌଦ୍ଧ, କଳାହାଣ୍ଡି, କନ୍ଧମାଳର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଅନ୍ୟପଟେ ବର୍ଷା ସତ୍ତ୍ୱେ କିଛି ସ୍ଥାନରେ ଗରମ ଓ ଗୁଳୁଗୁଳୁ ଅନୁଭୂତ ହେଉଥିବା ବେଳେ ଆସନ୍ତା ୬ରୁ ୭ ଦିନ ଭିତରେ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଏହାବ୍ୟତୀତ ସୁନ୍ଦରଗଡ଼, ଦେବଗଡ଼ରେ ପାଗ ଶୁଖିଲା ରହିବ । ଆଜି ରାଜଧାନୀ ଭୁବନେଶ୍ଵରରେ ସର୍ବାଧିକ ତାପମାତ୍ର ୩୩.୨ ଡିଗ୍ରୀ ସେଲସିୟସ ଓ ସର୍ବନିମ୍ନ ତାପମାତ୍ରା ୨୪.୨ ଡିଗ୍ରୀ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । କିଛି କିଛି ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିବ । 

ପଢନ୍ତୁ ଏହି ଖବର: ଅପସାରିତ ହେଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ; ୧୯ ପର୍ଯ୍ୟନ୍ତ ହାଲୁକା ବର୍ଷା

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ଏଥର ଭିଜିବ ପାର୍ବଣ
ଆଜିଠୁ ଅକ୍ଟୋବର ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବ । ଫଳରେ ଏଥର ଭିଜିବ ପାର୍ବଣ । ଉପକୂଳ ଓଡ଼ିଶାରେ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ବଡ଼ ବର୍ଷାର ସମ୍ଭାବନା ନାହିଁ । ମାତ୍ର ୩୦ରୁ ୪୦ କିମି ବେଗରେ ପବନ ବହିବ ।