Offline E Challan Payment / ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ବସ୍ତି, ଅଫଲାଇନ୍ରେ ବି ଦେଇପାରିବେ ଇ-ଚାଲାଣ
·6 months ago·2 min read

Key Points
ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ବସ୍ତି
ଅନଲାଇନ୍ ସହ ଅଫଲାଇନ୍ରେ ମଧ୍ୟ ଇ-ଚାଲାଣ ପୈଠ
ଏଣିକି RTOରେ ଦେଇପାରିବେ ଇ-ଚାଲାଣ
ଅନଲାଇନ୍ ସହ ଅଫଲାଇନ୍ରେ ମଧ୍ୟ ଇ-ଚାଲାଣ ପୈଠ
ଏଣିକି RTOରେ ଦେଇପାରିବେ ଇ-ଚାଲାଣ
ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ବସ୍ତି । ଏଣିକି ଅନଲାଇନ୍ ସହ ଅଫଲାଇନ୍ରେ ମଧ୍ୟ ଦେଇପାରିବେ ଇ-ଚାଲାଣ । ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)ରେ ମୋଟର ଯାନ ନିୟମ ଉଲ୍ଲଙ୍ଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଗ୍ରହଣ କରାଯିବ । ଏନେଇ ସମସ୍ତ ଆରଟିଓଙ୍କୁ ରାଜ୍ୟ ପରିବହନ ପ୍ରାଧିକରଣ (STA)ଙ୍କ ଦ୍ୱାରା ନିର୍ଦ୍ଦେଶ ଜାରି କରାଯାଇଛି । ଇ-ଚାଲାଣ ଅର୍ଥ ପୈଠ ବେଳେ ଓଟିପି ସମସ୍ୟା ନେଇ ଅଭିଯୋଗ କରୁଥିବା ଜନସାଧାରଣଙ୍କ ଦାବି ତଥା ଦୁର୍ବଳ ଇଣ୍ଟରନେଟ୍ ଥିବା ଅଞ୍ଚଳର ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ତେବେ ପୂର୍ବ ଭଳି ଅନଲାଇନରେ ମଧ୍ୟ ଇ-ଚାଲାଣ ପୈଠ କରାଯାଇପାରିବ । ପରିବହନ ବିଭାଗ ଓ୍ବେବସାଇଟ୍ https://echallan.parivahan.gov.in/ ରେ ଇ-ଚାଲାଣ ପୈଠ କରିହେବ ।
ଏହାସହ ଇ-ଚାଲାଣ ଅର୍ଥ ପୈଠ ବେଳେ କୌଣସି ଅସାଧୁ ବ୍ୟକ୍ତି କିମ୍ବା ସାଇବର ହ୍ୟାକରଙ୍କ ଠାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । କେବଳ ପରିବହନ ବିଭାଗର ୱେବସାଇଟ୍, ଆପ୍ଲିକେସନ୍ କିମ୍ବା ଆରଟିଓରେ ଅର୍ଥ ପୈଠ ପାଇଁ STA ପକ୍ଷରୁ ପରାମର୍ଶ ଦିଆଯାଉଛି ।
ସାଧୁତା, ସ୍ୱଚ୍ଛତା ଏବଂ ଜନସାଧାରଣଙ୍କ ସୁବିଧା ପାଇଁ ପୂର୍ବରୁ ଅନଲାଇନରେ ଅର୍ଥ ପୈଠ ପାଇଁ ବ୍ୟବସ୍ଥା ହୋଇଥିଲା । ତେବେ ଅଫଲାଇନ ବ୍ୟବସ୍ଥାରେ ମଧ୍ୟ ଅର୍ଥ ଗ୍ରହଣ ପାଇଁ ବିଗତ କିଛି ଦିନ ଧରି ଜନସାଧାରଣ ଦାବି କରି ଆସୁଛନ୍ତି । ଜନସାଧାରଣଙ୍କ ଏହି ଦାବିକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଆରଟିଓ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଭାବେ ଅଧିକାରୀଙ୍କୁ ଇ-ଚାଲାଣ ଅର୍ଥ ଗ୍ରହଣ ପାଇଁ ଦାୟିତ୍ୱ ପ୍ରଦାନ କରାଯିବ । କେବଳ ଗାଡ଼ି ମାଲିକ କିମ୍ବା ଖିଲାପକାରୀଙ୍କ ଠାରୁ ସକ୍ରିୟ ବକେୟା ଇ-ଚାଲାଣ ବାବଦରେ ଅର୍ଥ ଗ୍ରହଣ କରାଯିବ । ଇ-ଚାଲାଣ ଗ୍ରହଣ ପରେ ମନି ରିସିପ୍ଟ ବା ରସିଦ ପ୍ରଦାନ କରାଯିବ । ଏହା ସହ ଅର୍ଥ ପୈଠ ହେଲା ବୋଲି ଅନଲାଇନରେ ମଧ୍ୟ ଅପଡେଟ୍ ହେବ । ଇ-ଚାଲାଣ ବାବଦରେ ଗ୍ରହଣ କରାଯାଇଥିବା ସମସ୍ତ ଅର୍ଥ ରାଶି ପରବର୍ତ୍ତୀ କାର୍ଯ୍ୟ ଦିବସରେ ସରକାରୀ କୋଷାଗାରରେ ଜମା କରାଯିବ ।
ଅଫଲାଇନ ବ୍ୟବସ୍ଥାରେ ସାଧୁତା ଏବଂ ପାରଦର୍ଶିତାକୁ ସର୍ବୋତ୍ତମ ପ୍ରାଧାନ୍ୟ ସହ ଜନସାଧାରଣଙ୍କୁ ଉତ୍ତମ ସହାୟତା ପ୍ରଦାନ ପାଇଁ ଆରଟିଓମାନଙ୍କୁ STA ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଅଧିକ ପଢ଼ନ୍ତୁ: ବଢ଼ିବ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଉତ୍ପାଦନ କ୍ଷମତା, ହେବ ୩୫ରୁ ୪୦ ହଜାର କୋଟିର ପୁଞ୍ଜିନିବେଶ
ସାଧୁତା, ସ୍ୱଚ୍ଛତା ଏବଂ ଜନସାଧାରଣଙ୍କ ସୁବିଧା ପାଇଁ ପୂର୍ବରୁ ଅନଲାଇନରେ ଅର୍ଥ ପୈଠ ପାଇଁ ବ୍ୟବସ୍ଥା ହୋଇଥିଲା । ତେବେ ଅଫଲାଇନ ବ୍ୟବସ୍ଥାରେ ମଧ୍ୟ ଅର୍ଥ ଗ୍ରହଣ ପାଇଁ ବିଗତ କିଛି ଦିନ ଧରି ଜନସାଧାରଣ ଦାବି କରି ଆସୁଛନ୍ତି । ଜନସାଧାରଣଙ୍କ ଏହି ଦାବିକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଆରଟିଓ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଭାବେ ଅଧିକାରୀଙ୍କୁ ଇ-ଚାଲାଣ ଅର୍ଥ ଗ୍ରହଣ ପାଇଁ ଦାୟିତ୍ୱ ପ୍ରଦାନ କରାଯିବ । କେବଳ ଗାଡ଼ି ମାଲିକ କିମ୍ବା ଖିଲାପକାରୀଙ୍କ ଠାରୁ ସକ୍ରିୟ ବକେୟା ଇ-ଚାଲାଣ ବାବଦରେ ଅର୍ଥ ଗ୍ରହଣ କରାଯିବ । ଇ-ଚାଲାଣ ଗ୍ରହଣ ପରେ ମନି ରିସିପ୍ଟ ବା ରସିଦ ପ୍ରଦାନ କରାଯିବ । ଏହା ସହ ଅର୍ଥ ପୈଠ ହେଲା ବୋଲି ଅନଲାଇନରେ ମଧ୍ୟ ଅପଡେଟ୍ ହେବ । ଇ-ଚାଲାଣ ବାବଦରେ ଗ୍ରହଣ କରାଯାଇଥିବା ସମସ୍ତ ଅର୍ଥ ରାଶି ପରବର୍ତ୍ତୀ କାର୍ଯ୍ୟ ଦିବସରେ ସରକାରୀ କୋଷାଗାରରେ ଜମା କରାଯିବ ।
ଅଫଲାଇନ ବ୍ୟବସ୍ଥାରେ ସାଧୁତା ଏବଂ ପାରଦର୍ଶିତାକୁ ସର୍ବୋତ୍ତମ ପ୍ରାଧାନ୍ୟ ସହ ଜନସାଧାରଣଙ୍କୁ ଉତ୍ତମ ସହାୟତା ପ୍ରଦାନ ପାଇଁ ଆରଟିଓମାନଙ୍କୁ STA ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: