Dharmendra Pradhan / ବଢ଼ିବ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଉତ୍ପାଦନ କ୍ଷମତା, ହେବ ୩୫ରୁ ୪୦ ହଜାର କୋଟିର ପୁଞ୍ଜିନିବେଶ
·3 months ago·3 min read

Key Points
୨୦୦ କୋଟିରୁ ଊର୍ଦ୍ଧ୍ଵ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି, "ଏଠାରେ ପହଞ୍ଚି ଅଭିଭୂତ । ଆଉ ଥରେ ଛାତ୍ର ହେବା ପାଇଁ ଇଚ୍ଛା ହେଉଛି ।
ରାଉରକେଲା: ରାଉରକେଲା ଗସ୍ତରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । NIT ପରିସରରେ ନବ ନିର୍ମିତ ଇନଡୋର୍ ସ୍ପୋର୍ଟସ୍ କମ୍ପ୍ଲେକ୍ସକୁ ଉଦ୍ଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ସହ ନୂଆ ସ୍ପୋର୍ଟସ କମ୍ପ୍ଲେକ୍ସରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ୟାଡମିଣ୍ଟନ ଖେଳିଛନ୍ତି ।
ଏହାସହ ସିଭିଲ ଇଞ୍ଜିନିୟରିଂ ବିଲ୍ଡିଂ, ନୂତନ ଗେଷ୍ଟ ହାଉସ, ୫୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ପାଇଁ ଶିଳାନ୍ୟାସ କରିଛନ୍ତି । NIT କ୍ୟାମ୍ପସ ଭିତରେ ନିର୍ମାଣାଧୀନ କେନ୍ଦ୍ରୀୟ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ।
୨୦୦ କୋଟିରୁ ଊର୍ଦ୍ଧ୍ଵ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି, "ଏଠାରେ ପହଞ୍ଚି ଅଭିଭୂତ । ଆଉ ଥରେ ଛାତ୍ର ହେବା ପାଇଁ ଇଚ୍ଛା ହେଉଛି । ଭାରତର ପ୍ରମୁଖ ଶିକ୍ଷାନୁଷ୍ଠାନ ମଧ୍ୟରୁ NIT ରାଉରକେଲା ଅନ୍ୟତମ । ଦେଶର ଶ୍ରେଷ୍ଠ ୧୦୦ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ମଧ୍ୟରୁ ୧୩ତମ ସ୍ଥାନରେ ଅଛି NIT ରାଉରକେଲା ।"
ଏଥିସହ ପଢ଼ନ୍ତୁ: କୋଟିପତି ଫରେଷ୍ଟରଙ୍କୁ ବାନ୍ଧିଲା ଭିଜିଲାନ୍ସ; ୬୨୫ ଟଙ୍କା ଦରମାରେ ଆରମ୍ଭ କରିଥିଲେ ଚାକିରି
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଆଉ କିଛି ବର୍ଷ ଭିତରେ ୨୦୩୬ରେ ଓଡ଼ିଶା ଗଠନକୁ ୧୦୦ ବର୍ଷ ପୂରଣ କରିବ । ୨୦୪୭ ବେଳକୁ ଦେଶ ସ୍ଵାଧୀନତାର ୧୦୦ ବର୍ଷ ପାଳିବ । ଏହି ଦୁଇଟି ବଡ଼ ଟାର୍ଗେଟ୍ ଆମ ପାଖରେ । ଏହି ସମୟ ଭିତରେ NIT ରାଉରକେଲା ଶ୍ରେଷ୍ଠ ପଞ୍ଚମ ଶିକ୍ଷାନୁଷ୍ଠାନ ହେବ ବୋଲି ଆଶା । ଆଉ ୨୦୪୭ ସୁଦ୍ଧା ବିଶ୍ଵର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭିତରେ ସ୍ଥାନ ପାଇବ ।
ରାଉରକେଲା କେବଳ ଗୋଟିଏ ସହର କି କାରଖାନାର ଅବସ୍ଥିତି ନୁହେଁ । ରାଉରକେଲା ଲୋକଙ୍କ ଭାବାବେଗ ସହ ଜଡ଼ିତ । NIT ର ଆଲୁମିନା କମ୍ୟୁନିଟି ସବୁଠୁ ଭାଇବ୍ରାଣ୍ଟ । NIT ଓ RSP ରାଉରକେଲାର ଦୁଇଟି ଗ୍ରୋଥ୍ ଇଞ୍ଜିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵରେ ଭାରତ ଏବେ ବିଶ୍ଵର ଚତୁର୍ଥ ଅର୍ଥନୀତି ହେଲାଣି । ଖୁବଶୀଘ୍ର ୩ ନମ୍ବର ହେବ । ଏଥିରେ ରାଉରକେଲାର ବଡ଼ ଭୂମିକା ଅଛି । NIT ଏହାର ନେତୃତ୍ୱ ନେବ ବୋଲି ବିଶ୍ୱାସ ଅଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ।
ସେ ଆହୁରି କହିଛନ୍ତି, "ରାଉରକେଲା NITରେ ବିଭିନ୍ନ ରିସର୍ଚ୍ଚ ଆରମ୍ଭ ହୋଇଛି । AI, ରୋବୋଟିକ୍ସ ଭଳି ଆଧୁନିକ ବିଷୟ ଯୋଡ଼ା ଯାଇଛି । NITର ଏକ ଷ୍ଟାର୍ଟ ଅପ୍ ଜାତୀୟ ସ୍ତରରେ ପରିଚୟ ସୃଷ୍ଟି କଲାଣି । ପ୍ରତିରକ୍ଷା ବିଭାଗରୁ ୧୦୦ କୋଟିର ଅର୍ଡର ପାଇଲାଣି । NIT କେବଳ ପ୍ଲେସମେଣ୍ଟର ଡେଷ୍ଟିନେସନ ନହେଉ ।"
ରାଉରକେଲାର ନେତୃତ୍ୱରେ ଚାକିରି କରିବାର ନୁହେଁ, ଚାକିରି ଦେବାର ସଂସ୍କୃତି ତିଆରି କରିବାକୁ ପଡ଼ିବ । ୱେଲଥ୍ କ୍ରିଏସନ୍ କରିବା ପାଇଁ ପଡ଼ିବ । ଟେକ୍ନୋଲୋଜି ମାଧ୍ୟମରେ ୱେଲଥ କ୍ରିଏସନ୍ ହେବ । ଅଗ୍ରଣୀ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ମାନେ ସାମାଜିକ ସମସ୍ୟା ଉପରେ ଧ୍ୟାନ ଦେବା ଯୋଗୁଁ ବିଶ୍ୱରେ ଅନେକ ଅଞ୍ଚଳ ଆଗୁଆ ରହିଛନ୍ତି । ରାଉରକେଲା ମଧ୍ୟ ସେଭଳି ସ୍ଥିତିକୁ ଯିବ ବୋଲି କେନ୍ଦ୍ର ମନ୍ତ୍ରୀ ଆଶା ରଖିଛନ୍ତି ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଆଗକୁ ବଡ଼ ସମ୍ପ୍ରସାରଣର ଯୋଜନା ରହିଛି । ଷ୍ଟିଲ ପ୍ଲାଣ୍ଟରେ ଏବେ ପାଖାପାଖି ୫ ମିଲିୟନ ଟନ୍ ଉତ୍ପାଦନ ହେଉଛି । ଏହାକୁ ସାଢ଼େ ୯ ମିଲିୟନ ଟନକୁ ବଢାଇ ସମ୍ପ୍ରସାରଣ କରିବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ଯାହାଦ୍ଵାରା ଦୁଇ ଗୁଣ ପୁଞ୍ଜିନିବେଶ ବଢ଼ିବ । ପାଖାପାଖି ୩୫ରୁ ୪୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ ।"
ଏ ବାବଦରେ RSP ର୍ତ୍ତୃପକ୍ଷଙ୍କ ସହ ଶୁକ୍ରବାର ହୋଇଥିବା ଆଲୋଚନା ଉପରେ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । କହିଛନ୍ତି, "ସ୍ଥାନୀୟ ସମସ୍ୟା, ସମାଜ ସହ ଆଲୋଚନା କରି ସମାଧାନର ରାସ୍ତା ବାହାର କରାଯାଉ । ଲୋକଙ୍କ ସମସ୍ୟା ଓ ସ୍ଵାର୍ଥ ସର୍ବୋପରି । କିନ୍ତୁ ଯେଉଁ ମାନଙ୍କ ଉପରେ ଦାୟିତ୍ଵ ଅଛି, ଏହାର ସମାଧାନ କରି ଅର୍ଥନୈତିକ ଅଭିବୃଦ୍ଧିକୁ ଜାରି ରଖିବା ।"
ଏଥିସହ ପଢ଼ନ୍ତୁ: କେନ୍ଦ୍ର ସରକାର ମାଗିଲେ IAS ଅଧିକାରୀଙ୍କ ସମ୍ପତ୍ତି ତଥ୍ୟ; ନଦେଲେ ମିଳିବନି ପଦୋନ୍ନତି
ଆଗାମୀ ଦିନରେ ଦେଶରେ ଏକ ପ୍ରମୁଖ ଜ୍ଞାନ ଆଧାରିତ ଅର୍ଥନୀତିର କେନ୍ଦ୍ର NIT ରାଉରକେଲା ହେବ ବୋଲି ଆଶା । ରାଉରକେଲା ଆଗକୁ ବଢ଼ିଲେ ହିଁ ଓଡ଼ିଶା ଆଗକୁ ବଢ଼ିବ । ରାଉରକେଲା ମିନି ଓଡ଼ିଶା ଆଉ ମିନି ଭାରତ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରାଉରକେଲା ବିଧାୟକ ସାରଦା ନାଏକ, ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତି, ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ରାଉରକେଲାର ଏନଆଇଟି ପରିସରରେ ପ୍ରାୟ ୩୫ କୋଟି ଟଙ୍କା ବ୍ୟୟରେ ନବନିର୍ମିତ ଇନଡୋର ସ୍ପୋର୍ଟସ କମ୍ପ୍ଲେକ୍ସକୁ ଉଦଘାଟନ କରି ଆନନ୍ଦିତ । ଏହି ପରିସରରେ ବ୍ୟାଡମିଣ୍ଟନ କୋର୍ଟ ବିଶିଷ୍ଟ ବହମୁଖୀ ସଭାଗୃହ, ଓପନ ଏୟାର ଥିଏଟର ଏବଂ ଆନୁଷଙ୍ଗିକ ସୁବିଧା ରହିଛି । ଏହା ଛାତ୍ରଛାତ୍ରୀମାନଙ୍କୁ କେବଳ କ୍ରୀଡ଼ା କ୍ଷେତ୍ରରେ ନୁହେଁ, ବରଂ ସୃଜନଶୀଳ ଓ… pic.twitter.com/18yjWJrgcw
— Dharmendra Pradhan (@dpradhanbjp) December 27, 2025
ରାଉରକେଲା କେବଳ ଗୋଟିଏ ସହର କି କାରଖାନାର ଅବସ୍ଥିତି ନୁହେଁ । ରାଉରକେଲା ଲୋକଙ୍କ ଭାବାବେଗ ସହ ଜଡ଼ିତ । NIT ର ଆଲୁମିନା କମ୍ୟୁନିଟି ସବୁଠୁ ଭାଇବ୍ରାଣ୍ଟ । NIT ଓ RSP ରାଉରକେଲାର ଦୁଇଟି ଗ୍ରୋଥ୍ ଇଞ୍ଜିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵରେ ଭାରତ ଏବେ ବିଶ୍ଵର ଚତୁର୍ଥ ଅର୍ଥନୀତି ହେଲାଣି । ଖୁବଶୀଘ୍ର ୩ ନମ୍ବର ହେବ । ଏଥିରେ ରାଉରକେଲାର ବଡ଼ ଭୂମିକା ଅଛି । NIT ଏହାର ନେତୃତ୍ୱ ନେବ ବୋଲି ବିଶ୍ୱାସ ଅଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ।
ସେ ଆହୁରି କହିଛନ୍ତି, "ରାଉରକେଲା NITରେ ବିଭିନ୍ନ ରିସର୍ଚ୍ଚ ଆରମ୍ଭ ହୋଇଛି । AI, ରୋବୋଟିକ୍ସ ଭଳି ଆଧୁନିକ ବିଷୟ ଯୋଡ଼ା ଯାଇଛି । NITର ଏକ ଷ୍ଟାର୍ଟ ଅପ୍ ଜାତୀୟ ସ୍ତରରେ ପରିଚୟ ସୃଷ୍ଟି କଲାଣି । ପ୍ରତିରକ୍ଷା ବିଭାଗରୁ ୧୦୦ କୋଟିର ଅର୍ଡର ପାଇଲାଣି । NIT କେବଳ ପ୍ଲେସମେଣ୍ଟର ଡେଷ୍ଟିନେସନ ନହେଉ ।"
ରାଉରକେଲାର ନେତୃତ୍ୱରେ ଚାକିରି କରିବାର ନୁହେଁ, ଚାକିରି ଦେବାର ସଂସ୍କୃତି ତିଆରି କରିବାକୁ ପଡ଼ିବ । ୱେଲଥ୍ କ୍ରିଏସନ୍ କରିବା ପାଇଁ ପଡ଼ିବ । ଟେକ୍ନୋଲୋଜି ମାଧ୍ୟମରେ ୱେଲଥ କ୍ରିଏସନ୍ ହେବ । ଅଗ୍ରଣୀ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ମାନେ ସାମାଜିକ ସମସ୍ୟା ଉପରେ ଧ୍ୟାନ ଦେବା ଯୋଗୁଁ ବିଶ୍ୱରେ ଅନେକ ଅଞ୍ଚଳ ଆଗୁଆ ରହିଛନ୍ତି । ରାଉରକେଲା ମଧ୍ୟ ସେଭଳି ସ୍ଥିତିକୁ ଯିବ ବୋଲି କେନ୍ଦ୍ର ମନ୍ତ୍ରୀ ଆଶା ରଖିଛନ୍ତି ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଆଗକୁ ବଡ଼ ସମ୍ପ୍ରସାରଣର ଯୋଜନା ରହିଛି । ଷ୍ଟିଲ ପ୍ଲାଣ୍ଟରେ ଏବେ ପାଖାପାଖି ୫ ମିଲିୟନ ଟନ୍ ଉତ୍ପାଦନ ହେଉଛି । ଏହାକୁ ସାଢ଼େ ୯ ମିଲିୟନ ଟନକୁ ବଢାଇ ସମ୍ପ୍ରସାରଣ କରିବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ଯାହାଦ୍ଵାରା ଦୁଇ ଗୁଣ ପୁଞ୍ଜିନିବେଶ ବଢ଼ିବ । ପାଖାପାଖି ୩୫ରୁ ୪୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ ।"
ଏ ବାବଦରେ RSP ର୍ତ୍ତୃପକ୍ଷଙ୍କ ସହ ଶୁକ୍ରବାର ହୋଇଥିବା ଆଲୋଚନା ଉପରେ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । କହିଛନ୍ତି, "ସ୍ଥାନୀୟ ସମସ୍ୟା, ସମାଜ ସହ ଆଲୋଚନା କରି ସମାଧାନର ରାସ୍ତା ବାହାର କରାଯାଉ । ଲୋକଙ୍କ ସମସ୍ୟା ଓ ସ୍ଵାର୍ଥ ସର୍ବୋପରି । କିନ୍ତୁ ଯେଉଁ ମାନଙ୍କ ଉପରେ ଦାୟିତ୍ଵ ଅଛି, ଏହାର ସମାଧାନ କରି ଅର୍ଥନୈତିକ ଅଭିବୃଦ୍ଧିକୁ ଜାରି ରଖିବା ।"
ଏଥିସହ ପଢ଼ନ୍ତୁ: କେନ୍ଦ୍ର ସରକାର ମାଗିଲେ IAS ଅଧିକାରୀଙ୍କ ସମ୍ପତ୍ତି ତଥ୍ୟ; ନଦେଲେ ମିଳିବନି ପଦୋନ୍ନତି
ଆଗାମୀ ଦିନରେ ଦେଶରେ ଏକ ପ୍ରମୁଖ ଜ୍ଞାନ ଆଧାରିତ ଅର୍ଥନୀତିର କେନ୍ଦ୍ର NIT ରାଉରକେଲା ହେବ ବୋଲି ଆଶା । ରାଉରକେଲା ଆଗକୁ ବଢ଼ିଲେ ହିଁ ଓଡ଼ିଶା ଆଗକୁ ବଢ଼ିବ । ରାଉରକେଲା ମିନି ଓଡ଼ିଶା ଆଉ ମିନି ଭାରତ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରାଉରକେଲା ବିଧାୟକ ସାରଦା ନାଏକ, ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତି, ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories