Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଗଣ୍ଡେ ଭତ୍ତା ପାଇଁ ଡହଳ ବିକଳ ବୃଦ୍ଧା ମା

Odisha

ଗଣ୍ଡେ ଭତ୍ତା ପାଇଁ ଡହଳ ବିକଳ ବୃଦ୍ଧା ମା

Priyadarshini Dixit
Browse all articles by Priyadarshini Dixit
·2 years ago·2 min read
ଗଣ୍ଡେ ଭତ୍ତା ପାଇଁ ଡହଳ ବିକଳ ବୃଦ୍ଧା ମା

Key Points

ଗଣ୍ଡେ ଭତ୍ତା ପାଇଁ ଡହଳ ବିକଳ ବୃଦ୍ଧା ମା
୧୦ ମାସ ହେଲା ମିଳୁନି ଭତ୍ତା ଟଙ୍କା

 

ଅର୍ଗସ ବ୍ୟୁରୋ : ବୃଦ୍ଧ,ବୃଦ୍ଧା ଓ ଅସହାୟ ଲୋକମାନଙ୍କୁ  ସହଯୋଗର ହାତ ବଢାଇ ସରକାର  ବାର୍ଦ୍ଧକ୍ୟ ଭତ୍ତା  ଯୋଜନା ପ୍ରଣୟନ କରିଛନ୍ତି ।  ଏହି ଯୋଜନା ଯୋଗୁଁ ଅନେକଙ୍କ ମୁହଁରେ  ହସଫୁଟିବା ସହ ସେମାନଙ୍କୁ ବଂଚିବାର ରାହା ମିଳୁଛି । କିନ୍ତୁ ଏପରି କିଛି ମହିଳା ଅଛନ୍ତି ଯାହାଙ୍କୁ ଗତ କିଛି ମାସ ହେଲା ଭତ୍ତା ଟଙ୍କା ମିଳିନାହିଁ। ସେହିପରି ଜଣେ ମହିଳା ହେଉଛନ୍ତି ବାଲିଆପାଳ ବ୍ଲକ ଅସ୍ତି ପଂଚାୟତ ପାରୁଳିଆ ଗ୍ରାମର ପାର୍ବତୀ ପ୍ରଧାନ । ତାଙ୍କ ପାଖରେ ନା ତାଙ୍କ ସ୍ବାମୀ ଅଛନ୍ତି ନା କୈାଣସି ପିଲାପିଲି । ସେ ଏକା ହିଁ ଜୀବନ ଅତିବାହିତ କରୁଛନ୍ତି। ଦୀର୍ଘ ଦିନ ହେବ ହୃଦରୋଗରେ ଆକ୍ରାନ୍ତ ହୋଇ ସେ ଶଯ୍ୟାଶାୟୀ ଅଛନ୍ତି । ତାଙ୍କୁ ମିଳୁଥିବା ଇନ୍ଦିରାଗାନ୍ଧୀ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ହିଁ ତାଙ୍କର ଔଷଧ ଖର୍ଚ୍ଚର ବଡ ମାଧ୍ୟମ ଥିଲା । ପ୍ରଥମେ ତାଙ୍କୁ ୭୦୦ ଟଙ୍କା ଭତ୍ତା ମିଳୁଥିଲା । ପରେ ତାଙ୍କ ବ୍ୟାଙ୍କ ଖାତାକୁ ୨୦୨୨ ମସିହାଠାରୁ ୨୦୨୩ ମସିହା ଜାନୁଆରୀ ମାସ ପର୍ଯ୍ୟନ୍ତ ୫୦୦ ଟଙ୍କା ଆସିଥିଲା । ଆଉ ତା ପରଠାରୁ ତାଙ୍କ ଖାତାକୁ ଭତ୍ତା ଟଙ୍କା ଆସୁନାହିଁ କିମ୍ବା ଅଫଲାଇନରେ ମଧ୍ୟ ଦିଆଯାଉ ନାହିଁ । ଭତ୍ତା ଟଙ୍କା ପାଇଁ ପାର୍ବତୀ ବହୁ ଲୋକଙ୍କୁ ଗୁହାରୀ କରିଥିଲେ ମଧ୍ୟ କେହି ତାଙ୍କ ଗୁହାରୀ ଶୁଣୁନାହାନ୍ତି।


ବାଲିଆପାଳ ବ୍ଲକରେ  ଏହି ଭଳି ୬୭ ଜଣ ଇନ୍ଦିରା ଗାନ୍ଧୀ ଭତ୍ତା ହିତାଧିକାରୀ  ଫେବୃଆରୀ ମାସଠାରୁ ଭତ୍ତା ଟଙ୍କା ନ ପାଇ ବ୍ଲକ କାର୍ଯ୍ୟାଳୟକୁ ଦୈାଡି ଦୈାଡି ନୟାନ୍ତ ହେଲେଣି । ଅସହାୟ ବୃଦ୍ଧବୃଦ୍ଧାଙ୍କୁ ତାଙ୍କ ଘରେ ଭତ୍ତା ଦେବାର ସରକାରୀ ନିୟମ ଥିଲାବେଳେ ବାଲିଆପାଳ ବ୍ଲକରେ ସବୁ ନିୟମ ଚୁଲି ମୁଣ୍ଡରେ ପଡିଛି । ସେହିପରି କୁମ୍ବlରୀ ବାସନ୍ତୀ ଜେନା ମଧ୍ୟ 6 ମାସର ବିଧବା ଭତ୍ତା ପାଇ ନାହାନ୍ତି ବୋଲି ପୁଅ ସନ୍ତୋଷ ଜେନା ଅଭିଯୋଗ କରିଛନ୍ତି। ଏ ସଂପର୍କରେ ବାଲିଆପାଳବ୍ଲକ ଭତ୍ତା ଦାୟିତ୍ୱରେ ଥିବା ସାମାଜିକ ସୁରକ୍ଷା ଅଧିକାରୀ ଶର୍ମିଷ୍ଠା ପାତ୍ରଙ୍କୁ ପଚାରିବାରୁ ଆଧାର ଅପଡେଟ ହୋଇନଥିବାରୁ ଏଭଳି ସମସ୍ୟା ଉପୁଜିଛି ବୋଲି କହିଥିଲେ । ମାତ୍ର ସେ କ୍ୟାମେରା ଆଗରେ କିଛି କହିପାରିବେ ନାହିଁ ବୋଲି ମନା କରିଥିଲେ। 


ରାଜ୍ୟ ସରକାର ଗରିବ ଲୋକଙ୍କ ଦୁଃଖ ସୁଖରେ ସାଥି ବୋଲି ସବୁଆଡେ ଚର୍ଚ୍ଚା। ହେଲେ ବାସ୍ତବରେ ଗରିବ ଲୋକଙ୍କ ଦୁଃଖ ଯଦି ସରକାର ବୁଝନ୍ତେ ତାହାଲେ ଏ ବୁଢି ମାଉସୀର ଦୁଃଖ ଆଜି ଦେଖିବାକୁ ମିଳିନଥାନ୍ତା। ଏ ବାବଦରେ ବାଲିଆପାଳ ବ୍ଲକ ବିଡିଓ କହିଛନ୍ତି 10 ଦିନ ଭିତରେ ସମସ୍ୟା ସମାଧାନ କରାଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢନ୍ତୁ ଓଡିଶା ଖବର...

Sponsored
Old age is the only option for the Allowance Rs | Argus News