Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବୋରୱେଲରେ ଗାତରେ ଖସିପଡିଲେ ବୃଦ୍ଧା, ଉଦ୍ଧାର କାର୍ଯ୍ୟ ଜାରି

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ବୋରୱେଲରେ ଗାତରେ ଖସିପଡିଲେ ବୃଦ୍ଧା, ଉଦ୍ଧାର କାର୍ଯ୍ୟ ଜାରି

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ କଇଁଫୁଲ ଗାଁରେ ଅଘଟଣ । ବେଣା କାଟିବାକୁ ଯାଇ ଥିବାବେଳେ ଏକ ଖୋଲା ଡିପ୍ ବୋରୱେଲରେ ଖସି ପଡିଲେ ଜଣେ ବୃଦ୍ଧ ମହିଳା । ବୃଦ୍ଧ ମହିଳା ଜଣକ ୨୦ ଫୁଟ ତଳେ ଥିବା ସୂଚନା ମିଳିଛି । ସୋନପୁର ଓ ତରଭା ଅଗ୍ନିଶମ ବାହିନୀ ଘଟଣା ସ୍ତଳରେ ପହଞ୍ଚି ଆରମ୍ଭ କରିଛି ଉଦ୍ଧାର କାର୍ଯ୍ୟ । 

ଅଧିକ ପଢନ୍ତୁ: ଏବେ ବି ଫସି ରହିଛନ୍ତି 7 ରାଜ୍ୟର 40ରୁ ଅଧିକ ଶ୍ରମିକ

ସୂଚନା ଅନୁସାରେ ଗୋବିନ୍ଦପୁର ଗାଁର ଦୁଃଖୀ ନାଗ ଗତ କାଲି ଅପରାହ୍ନରେ ଝାଡୁ ତିଆରି କରିବା ପାଇଁ ବେଣା କାଟିବାକୁ ଯାଇଥିଲେ । ବିଲ ନିକଟରେ ଥିବା ଖୋଲା ବୋରୱେଲରେ ଅଜାଣତରେ ଖସି ପଡ଼ିଥିଲେ । ଏନେଇ ଘର ଲୋକ ଖୋଜା ଖୋଜି କରିଥିଲେ ହେଁ ପାଇ ନଥିଲେ । ଆଜି ସକାଳୁ କିଛି ଲୋକ ସେହି ରାସ୍ତା ଦେଇ ଗଲାବେଳେ ସନ୍ଦେହରେ ଦେଖୁଥିବାବେଳେ ବୃଦ୍ଧା ଜଣକ ପଡ଼ିଥିବା ଜାଣିବାକୁ ପାଇଥିଲେ । ଏନେଇ ତରଭା ଓ ସୋନପୁର ଦମକଳ ବିଭାଗକୁ ଖବର ଦେଇଥିବାବେଳେ ଏବେ ଉଦ୍ଧାର କର୍ଯ୍ୟ ଜାରି ରହିଛି। ଗାତ ଭିତରକୁ ଅକ୍ସିଜେନ ପଠାଯାଇଥିବା ସୂଚନା ରହିଛି .

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଓଡିଶା ଖବର ଆହୁରି ପଢନ୍ତୁ

Sponsored
Old woman falls into hole in borewell, rescue operation continues | Argus News