Videos
|
Odisha

SK Muralidharan / ଓଲିଉଡ୍‌ ପାଇଁ ଦୁଃଖଦ ଖବର; ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍‌.କେ ମୁରଲୀଧରନ୍‌ଙ୍କ ପରଲୋକ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଓଲିଉଡ୍‌ ପାଇଁ ଦୁଃଖଦ ଖବର; ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍‌.କେ ମୁରଲୀଧରନ୍‌ଙ୍କ ପରଲୋକ
Ollywood Mourns S.K. Muralidharan

Key Points

ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍‌.କେ ମୁରଲୀଧରନ୍‌ଙ୍କ ବିୟୋଗ ହୋଇଛି । ଭୁବନେଶ୍ବରର ଏକ ହୋଟେଲ୍‌ରୁ ମିଳିଛି ମୁରଲୀଧରନ୍‌ଙ୍କ ମୃତଦେହ । ହୋଟେଲ୍‌ରେ ହୃଦ୍‌ଘାତରେ ଏସ୍‌.କେ ମୁରଲୀଧରନ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି । 
ଭୁବନେଶ୍ଵର: ଚାଲିଗଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ ମୁରଲୀଧରନ୍‌ । ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍‌.କେ ମୁରଲୀଧରନ୍‌ଙ୍କ ବିୟୋଗ ହୋଇଛି । ଭୁବନେଶ୍ବରର ଏକ ହୋଟେଲ୍‌ରୁ ମିଳିଛି ମୁରଲୀଧରନ୍‌ଙ୍କ ମୃତଦେହ । ହୋଟେଲ୍‌ରେ ହୃଦ୍‌ଘାତରେ ଏସ୍‌.କେ ମୁରଲୀଧରନ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି ।

ଏସ୍‌.କେ ମୁରଲୀଧରନ୍‌ ହୋଟେଲର ଥିବାବେଳେ ଗ୍ୟାସ ମେଡିସିନ ଓ ଅଙ୍ଗୁର ସହ କିଛି ଖାଦ୍ୟ ମଗାଇଥିଲେ । କିଛି ସମୟ ପରେ ଅଚେତ୍ ହୋଇ ପଡ଼ିଥିଲେ ଏସ୍‌.କେ ମୁରଲୀଧରନ୍‌ । ଆମ୍ବୁଲାନ୍ସ ଯୋଗେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଏଥିସହ ପଢ଼ନ୍ତୁ: ପୁରୀରେ ହୋଟେଲରେ ଆମିଷ ସହ ମହାପ୍ରସାଦ ମିଶାଇ ବିକ୍ରି ଅଭିଯୋଗରେ ଉତ୍ତେଜନା 

ଏକାଧିକ ଓଡ଼ିଆ ସିନେମାରେ ନିର୍ଦ୍ଦେଶନା ଦେଇଛନ୍ତି ମୁରଲୀଧରନ୍‌ । `ଆକାଶେ କି ରଙ୍ଗ ଲାଗିଲା', `ଆଖିରେ ଆଖିରେ`, `କିଏ ଦେବ ଟକ୍କର', `ଟିକେ ଲଭ୍‌ ଟିକେ ଟୁଇଷ୍ଟ', `ଜଷ୍ଟ ମୋହବତ୍‌' ଆଦି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଏସ୍.କେ ମୁରଲୀଧରନ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରାୟ ୧୩ଟି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ଏସ୍.କେ ମୁରଲୀଧରନ ୬୨ଟି ସିନେମାର କୋରିଓଗ୍ରାଫି କରିଥିବା ବେଳେ ୪ଟି ସଂଳାପ ଲେଖିଛନ୍ତି । ଗୋଟିଏ ଫିଲ୍ମର ପ୍ରଯୋଜକ ବି ରହିଥିଲେ । ଓଲିଉଡ୍‌ରେ ମୁରଲି ବାବୁ ଭାବେ ପରିଚିତ ଏସ୍‌.କେ ମୁରଲିଧରନ ।

ଓଡ଼ିଶା ସିନେ ଆର୍ଟିଷ୍ଟ ଆସୋସିଏସନ୍‌ର ସମ୍ପାଦକ ଶ୍ରୀତମ ଦାସ ଶୋକ ବ୍ୟକ୍ତ କରିଛନ୍ତି । ଶ୍ରୀତମ ଦାସ କହିଛନ୍ତି, "ଏସ୍‌.କେ ମୁରଲିଧରନ ଜଣେ ବେଷ୍ଟ କୋରିଓଗ୍ରାଫର ଓ ନିର୍ଦ୍ଦେଶକ । ତାଙ୍କ ସହ ବାହୁଡ଼ିବେ ମୋ ଜଗାବଳିଆରେ କାମ କରିଛି । ଯେତେବେଳେ ଦେଖା ହୁଅନ୍ତି, ସୁନ୍ଦର ଭାବେ କଥା ହୁଅନ୍ତି । ଆଉ ଗୋଟିଏ ସିନେମା ଅଧାରେ ରହି ଯାଇଛି । ତାଙ୍କ ନିର୍ଦ୍ଦେଶନାରେ ମୁଁ ଅଭିନୟ କରିଛି । ତାଙ୍କର ହଠାତ୍ ଦେହାନ୍ତ ଓଡ଼ିଆ ସିନମା ଜଗତ ପାଇଁ ଏକ ବଡ଼ କ୍ଷତି ।"

ଏଥିସହ ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନ ପାଇଁ ଆସିଲା ଗାଇଡଲାଇନ୍; ଏମାନଙ୍କୁ ନିର୍ବାଚନ ଲଢ଼ିବା ମନା ? 

ନବେ ଦଶକରେ ଓଲିଉଡରେ ଏଣ୍ଟ୍ରି

୧୯୯୦ ମସିହାରେ ପରଦେଶୀ ଚଢ଼େଇ ଫିଲ୍ମର କୋରିଓଗ୍ରାଫର ଭାବେ ଏସ୍‌.କେ ମୁରଲୀଧରନ୍‌ ଓଲିଉଡରେ କାମ ଆରମ୍ଭ କରିଥିଲେ । ୨୦୦୮ରେ ତାଙ୍କ ନିର୍ଦ୍ଦେଶନାରେ ସୁଟିଂ ହୋଇଥିଲା ଛାତି ଚିରିଦେଲେ ତୁ.... ଫିଲ୍ମ । କେବଳ ଓଡ଼ିଆ ଫିଲ୍ମ ନୁହେଁ ସ୍‌.କେ ମୁରଲୀଧରନ୍‌ ତେଲୁଗୁ ଫିଳ୍ମରେ ମଧ୍ୟ କୋରିଓଗ୍ରାଫର ଦାୟିତ୍ଵ ତୁଲାଇଛନ୍ତି ।