Mahaprasad Row / ପୁରୀରେ ହୋଟେଲରେ ଆମିଷ ସହ ମହାପ୍ରସାଦ ମିଶାଇ ବିକ୍ରି ଅଭିଯୋଗରେ ଉତ୍ତେଜନା
·1 hour ago·2 min read

Key Points
ପୁରୀ ଷ୍ଟେସନ ରୋଡ୍ର ପୋଲିସ୍ ଲାଇନ୍ ନିକଟରେ ଥିବା ଏକ ହୋଟେଲ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି । ଆମିଷ ଖାଦ୍ୟ ସହ ମହାପ୍ରସାଦ ମିଶାଇ ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି ।
ପୁରୀ: ଆମିଷ ସହ ବିକ୍ରି ହେଉଛି ମହାପ୍ରସାଦ ! ଶ୍ରୀକ୍ଷେତ୍ରରୁ ଆସିଛି ଏଭଳି ସମ୍ବେଦନଶୀଳ ଅଭିଯୋଗ । ପୁରୀ ଷ୍ଟେସନ ରୋଡ୍ର ପୋଲିସ୍ ଲାଇନ୍ ନିକଟରେ ଥିବା ଏକ ହୋଟେଲ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି । ଆମିଷ ଖାଦ୍ୟ ସହ ମହାପ୍ରସାଦ ମିଶାଇ ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି ।
ଅଭିଯୋଗକାରୀଙ୍କ ଅନୁସାରେ, ଷ୍ଟେସନ ରୋଡ୍ରେ ଥିବା ଉକ୍ତ ହୋଟେଲରେ ଆମିଷ ଖାଦ୍ୟ ପରସାଯିବା ସହ ମହାପ୍ରସାଦ ମିଶାଇ ବିକ୍ରି କରାଯାଛି । ହୋଟେଲେ ଏକାଧିକ ମହାପ୍ରସାଦ କୁଡୁଆ ମଧ୍ୟ ରଖା ଯାଇଥିବା ଦେଖିବାକୁ ମିଳିଛି ।
ଏଥିସହ ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନ ପାଇଁ ଆସିଲା ଗାଇଡଲାଇନ୍; ଏମାନଙ୍କୁ ନିର୍ବାଚନ ଲଢ଼ିବା ମନା ?
ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଆମିଷ ସହ ମହାପ୍ରସାଦ ବିକ୍ରି ହେଉଥିବା ଖବର ପ୍ରଚାର ପରେ ସେଠାରେ ଲୋକଙ୍କ ଭିଡ଼ ଜମିଛି । ଖବର ପାଇ ପୋଲିସ ପହଞ୍ଚିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରି ତଦନ୍ତ ଆରମ୍ଭ କରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସ୍ଥାନୀୟ ଲୋକେ କହିଛନ୍ତି, "ହୋଟେଲରେ ରାତିରେ ଅଟୋ ଲାଗୁଛି । ଅଟୋରେ ୧୦ର ଅଧିକ କୁଡୁଆ ହାଣ୍ଡି ଆସୁଛି । ଆଜି ଆମେ ଦିନରେ ନିରାମିଷ ମିଲ୍ ହୋଟେଲରୁ କିଣିଥିଲୁ । ଖାଇବାରୁ ଅବଢ଼ା ସ୍ଵାଦ ଆସିଥିଲା । ପଚାରିବାରୁ ସେ କହିଲେ ମୁଁ ନଡ଼ିଆ ପକାଇ ରୋଷେଇ କରେ । ହୋଟେଲ ଭିତରେ ଦେଖିବାରୁ ୪୦ରୁ ଅଧିକ କୁଡ଼ୁଆ ହାଣ୍ଡି ଦେଖିଲୁ ।"
ହୋଟେଲରେ ଅଣ୍ଡା, ମାଛ ସହ ଉଷୁନା ଭାତ ମଧ୍ୟ ବିକ୍ରି କରାଯାଉଛି । ଅନ୍ୟ ଜଣେ ସ୍ଥାନୀୟ ଲୋକେ କହିଛନ୍ତି, "ମୁଁ ଆଜି ନିରାମିଷ ମିଲ୍ କିଣି ନେଇଥିଲି । ମିଲ୍ରେ ଅବଢ଼ା ଖେଚୁଡ଼ିକୁ ଗମର କରି ଦେବା ସହ ମିଠା ଡାଲିକୁ ଛୁଙ୍କ କରି ଦେଇଛନ୍ତି । ଯାହା ପରେ ଆମେ ଆସି ଦେଖିବାରୁ ୪ରୁ ଅଧିକ ବାଇ ହାଣ୍ଡି ପାଇଲୁ । ଅବଢ଼ାକୁ ଆଣି ଆମିଷ ସହ ବିକ୍ରି କରୁଛନ୍ତି ।"
ଏଥିସହ ପଢ଼ନ୍ତୁ: କାମୁଡି ଧରିଥିଲା କୁମ୍ଭୀର; ଦେଢ ଘଣ୍ଟା ସଂଘର୍ଷ ପରେ ଜୀବନ ନେଇ ଫେରିଲେ ଯୁବକ
ଅଭିଯୋଗ ନେଇ ହୋଟଲର ମାଲିକ ମନୋଜ କୁମାର ଦାସ କହିଛନ୍ତି, "ଅବଢ଼ା ମୁଁ ଆଣେ, ଘରେ ଖାଇବା ପାଇଁ । ବିକ୍ରି କରିବା ପାଇ ମୁଁ କେବେ ଅବଢ଼ା ଆଣି ନାହିଁ । ଅବଢ଼ା ଖାଇବା ପରେ ମୁଁ ସେଥିରେ ଗଛ ଲଗାଇଥାଏ । ମୁଁ ବିକ୍ରି କରୁଥିବା ମିଲ୍ରେ ଅବଢ଼ା ମିଶାଯାଇ ନାହିଁ ।"
ଆମିଷ ସହ ଅବଢ଼ା ବିକ୍ରିକୁ ନେଇ ଉତ୍ତେଜନା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ହୋଟେଲ ମାଲିକକୁ ପୋଲିସ ଭ୍ୟାନରେ ବସାଇ ଥାନାକୁ ନେଇ ପଚରାଉଚରା କରୁଛି । ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ସତରେ ହୋଟେଲରେ ଆମିଷ ସହ ବିକ୍ରି ହେଉଥିଲା କି ବାସି ଅବଢ଼ା ?

Related Topics
Explore more stories