Videos
|
Odisha

ଥମିବାର ନାଁ ନେଉନି ଓଲିଉଡ୍ ବିବାଦ

Jitendra Dash
Browse all articles by Jitendra Dash
·2 years ago·2 min read
ଥମିବାର ନାଁ ନେଉନି ଓଲିଉଡ୍ ବିବାଦ

ଅର୍ଗସ ବ୍ୟୁରୋ : ସିନେମା କମ୍ ବିବାଦ ଏଠି ଅଧିକ । ନା ଫିଲ୍ମର ଷ୍ଟାଣ୍ଡାର୍ଡ ଅଛି । ନା କାହାଣୀ ପ୍ରଭାବିତ କରୁଛି । ନିଜ ଦୋଷ ତୃଟି ନଦେଖି ୟା ତା ଉପରେ ଦୋଷ ଦେଉଛନ୍ତି ଫିଲ୍ମ ନିର୍ମାତା । ଶଲାବୁଢ଼ା ଭଳି ଚଳଚିତ୍ର କମର୍ସିଆଲ୍ ହିଟ୍ ହୋଇନଥିଲେ ମଧ୍ୟ ସମୀକ୍ଷକଙ୍କ ମନ ଜିଣିଥିଲା । ଜାତୀୟ ମଞ୍ଚରେ ଓଡ଼ିଶାକୁ କରିଥିଲା ପ୍ରତିନିଧିତ୍ବ । ମାତ୍ର କିଛିଟା ହଲରେ ରିଲିଜ୍ ହୋଇଥିବା ଶଲାବୁଢ଼ା ଖୁବ ପ୍ରଶଂସା ସାଉଁଟିଥିଲା । ହେଲେ ଏଠି ହଲ୍ ନମିଳିବା ବାହାନା କରି ଫିଲ୍ମ ପ୍ରମୋଶନ ପାଇଁ ବୋଧେ କଣ୍ଟ୍ରୋଭର୍ସିର ସାହାରା ନେଉଛନ୍ତି ପ୍ରଥାର ପ୍ରଯୋଜିକା । କାରଣ ଓଡ଼ିଆ ସିନେ ଇତିହାସରେ ପ୍ରଥମ ଥର ପାଇଁ  ଫିଲ୍ମ ରିଲିଜ୍ ହେଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ପ୍ରିମିୟର ସୋ ବି ବେଶ୍ ଧୁମ୍ ଧାମରେ ହେଲା । କିନ୍ତୁ ରିଲିଜର ଗୋଟିଏ ଦିନ ପରେ ଓଡ଼ିଶାର ସମସ୍ତ ହଲରୁ ଉଠିଗଲା ସିନେମା । ଆଉ ସମସ୍ତ ହଲରୁ ସିନେମା ହଟାଉଛନ୍ତି ଖୋଦ୍ ପ୍ରଯୋଜିକା । ଏହାର କାରଣ ଦେଇଛନ୍ତି ଝାରସୁଗୁଡ଼ାରେ ପ୍ରଥାର ପୋଷ୍ଟର ଚିରିବା ଘଟଣା। ରାମ ଫିଲ୍ମକୁ ନେଇ ଟୁଟୁ ନାୟକ, ଅରିନ୍ଦମ ଏବଂ ଅନୁଭବ ଆରମ୍ଭ କରିଥିବା ବିବାଦ ସୀମା ଲଙ୍ଘିବା ପରେ ଓଡ଼ିଆ ସିନେମା ପ୍ରଭାବିତ ହୋଇଛି ସତ । ହେଲେ କୁହାଯାଏନି ମହକିଲା ଫୁଲର ସୁଗନ୍ଧ ଆଉ ଭଲ ଫିଲ୍ମକୁ ଯେତେ ଅଟକାଇଲେ ବି ସେ ଚାଲିବ ହିଁ ଚାଲିବ।  ହେଲେ ପ୍ରଥା କଣ ଦର୍ଶକଙ୍କ ମନ ଜିଣିପାରିଥାନ୍ତା କି ବୋଲି ଉଠୁଛି ପ୍ରଶ୍ନ । 

ଏପଟେ ପ୍ରଥା ପୋଷ୍ଟର ଚିରା ଘଟଣାକୁ ନେଇ ପ୍ରଯୋଜିକା ସନଲିସା ଓ ମନୋଜ ମିଶ୍ରଙ୍କ ମଧ୍ୟରେ ବିବାଦକୁ ନା ପସନ୍ଦ କରିଛନ୍ତି ଓଡ଼ିଆ ସିନେମାକୁ ଭଲ ପାଉଥିବା ମଣିଷ । ଓଡ଼ିଆ ସିନେମା ୭୫ ବର୍ଷରେ ପାଦ ଥାପିଥିଲେ ମଧ୍ୟ ଓଡ଼ିଶାରେ ଏଭଳି ଘଟଣା ପ୍ରଥମ । କେତେବେଳେ ଷ୍ଟାର କଳି ତ ଆଉ କେତେବେଳେ କାଷ୍ଟିଙ୍ଗକାଉଜ୍ ଭଳି ଘଟଣା । ଯାହା ଓଡ଼ିଆ ସିନେମାକୁ ଧୀରେଧୀରେ ବର୍ବାଦ କରୁଛି । ଏଥିପାଇଁ ପ୍ରଯୋଜକ, ନିର୍ଦ୍ଦେଶକଙ୍କ ସହ କଳାକାରମାନଙ୍କୁ ଦାୟୀ ମଧ୍ୟ କରାଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାଜ୍ୟରେ ଗୋଟିଏ ପରେ ଗୋଟିଏ ହଲ୍ ବନ୍ଦ ହେଉଛି, ସିନେମା ବ୍ୟବସାୟ ପ୍ରଭାବିତ ହେଉଛି, ହେଲେ ଏହା ଉପରେ ଗୁରୁତ୍ବ ନଦେଇ ଅଜଥା ବିବାଦ ସୃଷ୍ଟି କରାଯାଉଥିବା କହିଛନ୍ତି ସିନେ ସମୀକ୍ଷକ ଦିଲୀପ ହାଲୀ। ବିବାଦ କାହା ପାଇଁ, କଣ ପାଇଁ ବୋଧେ ଫିଲ୍ମ ନିର୍ମାତା ବିବାଦକୁ ଫିଲ୍ମ ପ୍ରମୋଶନ ଭାବିନେଇଛନ୍ତି । ଏ ଏହି ବିବାଦ ସାମଗ୍ରୀକ ଭାବେ ଫିଲ୍ମ ଜଗତକୁ ବର୍ବାଦ କରୁଛି ।    
 

ollywood issue | Argus News