କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ବିଜେପିର ପ୍ରତିନିଧି ଦଳ ସତ୍ୟାଗ୍ରହକାରୀଙ୍କୁ ଭେଟିଛନ୍ତି
·2 years ago

ଅର୍ଗସ ବ୍ୟୁରୋ : ପଞ୍ଚମ ଦିନରେ ପହଞ୍ଚିଲା ବୁଡ଼ି କ୍ଷତିଗ୍ରସ୍ତ ପ୍ରଜା ସଂଘର ଜଳ ସତ୍ୟାଗ୍ରହ । ତଥାପି ସମାଧାନର ବାଟ ବାହାର କଲେନି ସରକାର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଆଜି ବିଜେପିର ଏକ ପ୍ରତିନିଧି ଦଳ ସତ୍ୟାଗ୍ରହକାରୀଙ୍କୁ ଭେଟିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଆସନ୍ତାକାଲି ଏହି ଟିମ୍ ରାଜ୍ୟପାଳଙ୍କୁ ଭେଟି ଏ ବାବଦରେ ଆବଗତ କରାଇବ । 48 ବର୍ଷ ପରେ ବି ରେଙ୍ଗାଳି ବୁଡ଼ି ବିସ୍ଥାପିତଙ୍କୁ ମିଳିଲାନି କ୍ଷତିପୂରଣ । ଅନୁଗୋଳ ଜିଲ୍ଲା ପାଲଲହଡ଼ା ଦ୍ବିତୀୟ ଚିକିଲାର ଜଳ ଭଣ୍ଡାରରେ ଜଳ ସତ୍ୟାଗ୍ରହ କରି ରାଜ୍ୟ ସରକାରଙ୍କ ବିରୋଧରେ ରଣ ହୁଙ୍କାର ଦେଇଛି ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜା ସଂଘ । ପାଲଲହଡ଼ାର କୁଣ୍ଡେଇବିରାଙ୍କ ମନ୍ଦିରରୁ ସଂକଳ୍ପ କରି ୭ ଦଫା ଦାବି ନେଇ କରିଛନ୍ତି ଜଳ ସତ୍ୟାଗ୍ରହ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: