Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ଦ୍ବିତୀୟ ଦିନରେ ହେବ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ବୈଷୟିକ ସର୍ଭେ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଆଜି ଦ୍ବିତୀୟ ଦିନରେ ହେବ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ବୈଷୟିକ ସର୍ଭେ

ଅର୍ଗସ ବ୍ୟୁରୋ : ଆଜି ଦ୍ବିତୀୟ ଦିନରେ ହେବ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ବୈଷୟିକ ସର୍ଭେ। ଜିପିଆର୍ ସର୍ଭେର ଦ୍ଵିତୀୟ ଦିନରେ ଭିତର ଓ ବାହାର ରତ୍ନ ଭଣ୍ଡାର ବିଷୟରେ ଅଧିକା ଡାଟା ଜେନେରେଟ କରିବ ଏନ୍ ଜି ଆର୍ ଆଇ ଟିମ। ରତ୍ନଭଣ୍ଡାର ଚଟାଣ କାନ୍ଥ ତଳେ କଣ ସବୁ ରହିଛି ସେନେଇ ତଥ୍ୟ ଦେବ ଜି ପି ଆର୍ ସିଷ୍ଟମ। ଅସୁରକ୍ଷିତ ରତ୍ନ ଭଣ୍ଡାରର ମରାମତି ପୂର୍ବରୁ ପୂର୍ଣ୍ଣାଙ୍ଗ ବୈଷୟିକ ଯାଞ୍ଚ ଉପରେ ଗୁରୁତ୍ଵ। ଆସନ୍ତାକାଲି ତିନିଦିନିଆ ସର୍ଭେ ସରିବା ପରେ ୧୦ ଦିନ ମଧ୍ୟରେ ଆସିବ ଚୂଡାନ୍ତ ରିପୋର୍ଟ ଅର୍ଥାତ୍ ଅକ୍ଟୋବର ପ୍ରଥମ ସପ୍ତାହ ଶେଷ ସୁଦ୍ଧା ରତ୍ନ ଭଣ୍ଡାର ଗୁପ୍ତ କୋଠରୀ ଓ ଗୁପ୍ତ ସୁଡ଼ଙ୍ଗ ରହସ୍ୟରୁ ପରଦା ହଟିବ।

ଅଧିକ ପଢନ୍ତୁ : ଭିତର ରତ୍ନଭଣ୍ଡାର ଭିତରେ ଗୁପ୍ତକୋଠରୀ, ଗୁପ୍ତସୁଡଙ୍ଗ ରହସ୍ୟ ଖୋଜିବ ଜିପିଆର ସର୍ଭେ

ଗତକାଲି ପ୍ରଥମ ଦିନ ପେନିଟ୍ରେଟିଂ ସର୍ଭେରେ ପ୍ରାୟ ୩ ଘଣ୍ଟା ୫୦ ମିନିଟ୍ ଧରି ତନ୍ନ ତନ୍ନ କରି ଭିତର ଓ ବାହାର ରତ୍ନ ଭଣ୍ଡାରରେ ଯାଞ୍ଚ କରିଛନ୍ତି ଏନ୍ ଜି ଆର୍ ଆଇ ବୈଜ୍ଞାନିକ। ୩ ଜଣିଆ ଏନ୍ ଜି ଆର୍ ଆଇ ବୈଜ୍ଞାନିକ, ୩ ଜଣିଆ ଏ ଏସ ଆଇ ବୈଷୟିକ ବିଶେଷଜ୍ଞ ଟିମ୍ ରତ୍ନ ଭଣ୍ଡାର ଭିତର ଓ ବାହାର ରତ୍ନ ଭଣ୍ଡାର ସ୍ଥିତି ବିଷୟରେ ରେଡିଓ ଆକ୍ଟିଭ ୱେଭ ମାଧ୍ୟମରେ ଅଧିକ ତଥ୍ୟ ଯୋଗାଡ କରିପାରିଛି। ଏହି ଆଧାରରେ ହେବ ରତ୍ନ ଭଣ୍ଡାର ମରାମତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
On the second day today, there will be a technical survey of the ratnabhandar | Argus News