Videos
|
Odisha

ଦିନେ ଘର ଘର ବୁଲି ଲୋକମାନଙ୍କୁ ସେବା ଯୋଗାଉଥିଲେ, ହେଲେ ଏବେ ନିଜ ପାଇଁ ସହାୟତା ମାଗୁଛନ୍ତି

Jitendra Dash
Browse all articles by Jitendra Dash
·2 years ago·2 min read
ଦିନେ ଘର ଘର ବୁଲି ଲୋକମାନଙ୍କୁ ସେବା ଯୋଗାଉଥିଲେ, ହେଲେ ଏବେ ନିଜ ପାଇଁ ସହାୟତା ମାଗୁଛନ୍ତି

ଅର୍ଗସ ବ୍ୟୁରୋ : ଦିନେ ଥିଲେ ପୂର୍ବତନ କାଉନସିଲର । ଆଉ ଏବେ ଦୟନୀୟ ସ୍ଥିତିରେ। ତାଙ୍କ ସ୍ଥିତି ଆଖିରେ ନଦେଖିଲେ ବିଶ୍ବାସ କରିହେବ ନାହିଁ । ଯିଏ ଦିନେ  ଓ୍ବାର୍ଡ ସାରା ବୁଲି ବୁଲି ଲୋକଙ୍କ ପାଖରେ ପହଞ୍ଚୁଥିଲେ, ବିକାଶମୂଳକ କାମ କରୁଥିଲେ, ଆଜି ସେ ରୋଗ ଶଯ୍ୟାରେ । ସକାଳୁ ସକାଳୁ ଯାହାଙ୍କ ପାଖରେ ଲୋକଙ୍କ ଧାଡ଼ି ଲାଗୁଥିଲା, ଏବେ ତାଙ୍କୁ ଆହା ପଦେ କହିବା ପାଇଁ କାହାର ପାଖରେ ସମୟ ନାହିଁ । 

ରୋଗଶଯ୍ୟାରେ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହି ଔଷଧ ଟିକେ ପାଇବାକୁ ସଙ୍ଘର୍ଷ କରୁଛନ୍ତି । ଥିବା ଏହି ପୂର୍ବତନ କାଉନସିଲରଙ୍କ ଅବସ୍ଥା ଯିଏ ଆଖିରେ ଦେଖିନି ସେ ବିଶ୍ବାସ କରିବ ନାହିଁ । ପିଲିଥିନ ଛପର ତଳେ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିବା ଏହି ହତଭାଗ୍ୟ ମଣିଷ ହେଉଛନ୍ତି ଜଳେଶ୍ଵର ମ୍ୟୁନିସିପାଲିଟି ଅଧିନସ୍ଥ ୧୩ ନମ୍ବର ଓ୍ବାର୍ଡ ନନ୍ଦୀକା ଗ୍ରାମର ପ୍ରାକ୍ତନ କାଉନସିଲର ସାମରାୟ ହେମ୍ବ୍ରମ ।  ୨୦୦୮ ରୁ ୨୦୧୩ ଯାଏଁ ଜଳେଶ୍ଵର ଏନଏସିରେ କାଉନସିଲର ଭାବେ ସଫଳତାର ସହ ତାଙ୍କ ଦାୟୀତ୍ବ ତୁଲାଇଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏବେ ସେ ସମସ୍ତଙ୍କ ପାଇଁ ଅଲୋଡା ପାଲଟି ଯାଇଛନ୍ତି । ନନ୍ଦୀକା ମୌଜାରେ ରେଳ ଲାଇନ କଡରେ ଥିବା ଏକ ପଦାରେ ପଲିଥିନ ଛପରେ ଭିତରେ ସେ ନିଜ ୮୦ ବର୍ଷିୟା ମା ସୁଗୀ ଓ ସାନ ପୁଅ ସୁନୀଲ ସହ ଅତି ଦୟନୀୟ ଅବସ୍ଥାରେ ବାସ କରୁଛନ୍ତି । ଘର ଓ ସ୍ବାସ୍ଥ୍ୟସେବା ପାଇବା ପାଇଁ ସାମରାୟ ଚାତକ ପରି ଚାହିଁ ରହିଛନ୍ତି । ଗତ ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ସାମରାୟ ଟିବି ରୋଗରେ ପୀଡିତ ଥିବା ବେଳେ ଦାରିଦ୍ର୍ୟତା କାରଣରୁ ଏବେ ଔଷଧ ଟିକେ ପାଇବା ତାଙ୍କ ଭାଗ୍ୟରେ ଜୁଟୁ ନାହିଁ। ତେବେ  ଖବର ପାଇ ଜଳେଶ୍ୱର ପୌରାଧକ୍ଷ ଓ କର୍ଯ୍ୟ ନିର୍ବାହୀ ଅଧିକାରୀ ପହଞ୍ଚି ତାଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଓ ରହିବା ପାଇଁ ସୁବ୍ୟବସ୍ଥା କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ।