ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣେ ଗୁରୁତର
·2 years ago

ଅର୍ଗସ ବ୍ୟୁରୋ : ଚୋରି କରିବାକୁ ଯାଇଥିଲେ ଗ୍ରାମବାସୀ ପିଟିପିଟି ମାରିଦେଲେ । ବରଗଡ଼ ଟାଉନ ଥାନା ଅନ୍ତର୍ଗତ ସାହୁଟିକ୍ରାରେ ଅଭାବନୀୟ ଘଟଣା । ଚୋରି କରି ଧରପଡିବା ପରେ ଜଣଙ୍କୁ ଗ୍ରାମବାସୀ ପିଟିପିଟି ମାରି ଦେଇଥିବା ସୁଚନା ମିଳିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସୂଚନା ଅନୁସାରେ ଚାରି ଜଣ ଯୁବକ ଚୋରି କରିବାକୁ ଯାଇଥିବା ବେଳେ ଜଣେ ଫେରାର ହୋଇଯାଇଥିବା ବେଳେ ତିନି ଜଣଙ୍କୁ ଗ୍ରାମବାସୀ କାବୁ କରିଥିଲେ । ଉତ୍ୟକ୍ତ ହୋଇ ଗ୍ରାମବାସୀ ମାଡ଼ ମାରିବାରୁ ଘଟଣା ସ୍ତଳରେ ଜଣେ ମୃତ ଓ ଦୁଇ ଗୁରୁତର ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଆହତ ଦୁଇ ଜଣଙ୍କୁ ପୋଲିସ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି ଓ ଘଟଣାର ତଦନ୍ତ ଆରମ୍ଭ କରିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: